ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ୍‌ ର ଦାବୀପତ୍ର...

ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ୍‌ ର ଦାବୀପତ୍ର...


ବରଗଡ,୨୯/୦୫ : ଅସୁରିକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ।ସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥିବାର ନଜରକୁ ଆସୁଛି। 

           Ad..


ବର୍ତ୍ତମାନ ସାମ୍ବାଦିକ ମାନେ ନିଜର ସ୍ୱତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା କରିବାକୁ ଅସମର୍ଥ କାରଣ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି । ଯେଉଁ ସାମ୍ବାଦିକ ସମାଜରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥାଏ ତାକୁ କେତେବେଳେ ରାଜନେତାର ଚାପ ତ କେତେବେଳେ ଠିକାଦାର ମାନଙ୍କ ଅତ୍ୟାଚାର ର ସାମନା କରିବାକୁ ପଡୁଛି। 

         Ad..


ବିନା ଦରମାରେ ସମାଜ ସେବାରେ କାର୍ଯ୍ୟରତ ସାମ୍ବାଦିକମାନେ କାହାରିକୁ ଖାତିର ନକରି ସତ୍ୟର ସନ୍ଧାନ ପଥରେ ଚାଲି ଥାଆନ୍ତି କାରଣ ସେ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବଲାଙ୍ଗିର ଅଞ୍ଚଳରେ ଜଣେ ଠିକାଦାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । 

ତଥାପି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ପ୍ରତି କୌଣସି ଚରମ ପଦକ୍ଷେପ ନନେବା ଅତି ଦୁଃଖର କଥା । ତେଣୁ ଆଜି ରାଜ୍ୟରେ ସାମ୍ବାଦିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ଓୟୂଜେ ର ନିର୍ଦ୍ଧେଶ କ୍ରମେ ବିଭିନ୍ନ ଦାବି ନେଇ ଜର୍ଣ୍ଣଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ(ଜାବ୍‌) ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। 

ଏହି ଦାବୀ ଗୁଡ଼ିକ ରେ ହେଲା ବଲାଙ୍ଗିର ସାମ୍ବାଦିକ ଙ୍କୁ ମାଡ ଘଟଣା ରେ ଗିରଫ ଅଭିଯୁକ୍ତ  ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ  ଆମେ ଏହି ସ୍ମାରକ ପତ୍ର ମଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦୃଢ଼ ଦାଵୀ ରଖାଯାଇଛି।

ସେଥି ସହିତ ବର୍ତ୍ତମାନ ର ସରକାର ଙ୍କ କାର୍ଯ୍ୟକାଳ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ଓୟୁଜେ ର ମୂଳ ଦାଵୀ  ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନର୍ଗଠନ ,ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧିଓ ସ୍ଵାସ୍ଥ୍ୟ ବୀମା ରାଶି କୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା  ବାବଦରେ ରୁରନ୍ତ୍ନ ନିଷ୍ପତ୍ତି ନେଇ ଜୁନ ୧୨ ପୂର୍ବରୁ ଘୋଷଣା କରିବାକୁ ଦାବୀ କରାଯାଇଛି।

ଜର୍ଣ୍ଣଲିଷ୍ଟ ଏସୋସିଏସନ ଅଫ ବରଗଡ(ଜାବ) ର ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ , ଉପ-ସଭାପତି ବ୍ୟୋମକେଶ କର , ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ, ହେମନ୍ତ ନାୟକ, ସରୋଜ ଷଡ଼ଙ୍ଗୀ, ରଞ୍ଜିତ ଦାଶ, ଅଶ୍ଵିନୀ ପାତ୍ର,ଯୁଧିଷ୍ଟିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ବଳରାମ ବାଗ, ବଳରାମ ଦୀପ, ରାଜେଶ ମିଶ୍ର, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...