ପଦ୍ମପୁର ସିବିଏସ୍ଇ ପରୀକ୍ଷା ଫଳାଫଳ ଅନିୟମିତତା ଅଭିଯୋଗରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର...
ପଦ୍ମପୁର ସିବିଏସ୍ଇ ପରୀକ୍ଷା ଫଳାଫଳ ଅନିୟମିତତା ଅଭିଯୋଗରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର...
ବରଗଡ଼,୩୦/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ସିବିଏସ୍ଇ ପରୀକ୍ଷା ଫଳ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏନେଇ ଅଭିଭାବକମାନେ ଏକ ବୈଠକ କରି ଆସନ୍ତା ୩୦ରେ ପଦ୍ମପୁର ଉପଖଣ୍ଡ ବନ୍ଧ ଡାକରା ଦେଇଥିଲେ।
Ad..
ଶୀତଳଷଷ୍ଠୀ କୁ ଆଖିଆଗରେ ରଖି ବିଭିନ୍ନ ଅନୁଷ୍ଠାନ ର ପରାମର୍ଶକ୍ରମେ ବନ୍ଦ୍ ପାଳନ କୁ ସ୍ଥଗିତ ରଖିଥିବା ବେଳେ ଆଜି ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅଭିଭାବକ ମଞ୍ଚ ତରଫରୁ କୁହାଯାଇଛି ଯେ, ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଭୁଲ ନାହିଁ ।
Ad..
ଏଣୁ ସେମାନଙ୍କ ଭବିଷ୍ୟତ ସହିତ ଖେଲା ନ ଯାଉ। ଠିକରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପଖଣ୍ଡରେ ଥିବା ୪ଟି ଆଦର୍ଶ ବିଦ୍ୟାଳୟ ଓ ୨ଟି ଘରୋଇ ବିଦ୍ୟାଳୟ ଫଳାଫଳ ବାହାରି ନ ଥିଲା।
ମାତ୍ର ପରବର୍ତ୍ତୀ ମୂହୁର୍ତ୍ତରେ ୧୧୮୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦୦ଜଣ କୃତକାର୍ଯ୍ୟ ହୋଇଥିଲେ ବାକି ୮୮୫ଜଣଙ୍କ ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଏହି ଅଭିଭାବକମାନେ ମିଳିତ ମଞ୍ଚ ଗଠନ କରିବା ସହିତ କୋର୍ଟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି।
ଏହି ଦାବିପତ୍ର ଦେବା ସମୟରେ ଛାତ୍ର ଛାତ୍ରୀ ଙ୍କ ସମେତ ଅବିଭାବକ ଓ ସମାଜସେବୀ , ବରଗଡ଼ ଜିଲ୍ଲା ଅବିଭାବକ ମହାସଂଘ ସଭାପତି ବିମଳ କୁମାର ଦାସ ପ୍ରମୁଖ ଯୋଗଦାନ ଦେଇଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment