ସାର୍ବଜନୀନ ଶୀତଳଷଷ୍ଠୀ : ପଦ୍ମପୁର ଠାରେ ସ୍ବପ୍ନେଶ୍ବର ବାବା ଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ , ଆସନ୍ତା ଶନିବାର ବରାତ...
ସାର୍ବଜନୀନ ଶୀତଳଷଷ୍ଠୀ : ପଦ୍ମପୁର ଠାରେ ସ୍ବପ୍ନେଶ୍ବର ବାବା ଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ , ଆସନ୍ତା ଶନିବାର ବରାତ...
ବରଗଡ,୩୦/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସାର୍ବଜନୀନ ଶୀତଳଷଷ୍ଠୀ ଉତ୍ସବ ପାଳନ କମିଟି ତରଫରୁ ଦେବାଦୀ ଦେବ ସ୍ବପ୍ନେଶ୍ବର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ ।
Ad..
ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶ ର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ମିଳନ ର ଏହି ପବିତ୍ର ଉତ୍ସବ କୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରାଯାଉଛି । ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠି କମିଟି ତରଫ ରୁ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବା ଙ୍କପବିତ୍ର ଶୀତଳ ଷଷ୍ଟୀ ପତର ପେଣ୍ଡି ଉତ୍ସବ ଓ ପିନ୍ଧାଣୀ ସମ୍ପର୍ଣ ହୋଇଥିଲା ।
Ad..
ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବା ଙ୍କର ମନ୍ଦିର ରୁ ଘଣ୍ଟ ସଙ୍ଖ ଡମ୍ବରୁ ନାଦ ସହ ସପ୍ତରୁଷି ଓ ବରପିତା କନ୍ୟା ଅନ୍ୱେଷଣ ରେ ବାହାରି ଥିଲେ । ପଦ୍ମପୁର ନଗର ବୁଲିବା ପରେ ମାତା ଶକ୍ତି ସ୍ୱରୂପିଣି ପାର୍ବତୀ ଙ୍କ ପଦ୍ମପୁର ଶ୍ରୀରାମ ନଗର ସ୍ଥିତ ପିତା ମାତା ଙ୍କ ଘରେ ପହଂଚିବା ସହ ବାବା ଭୋଳାନାଥ ଙ୍କ ଗୁଣ ଗାରିମା ବର୍ଣନା କରି ବୈଦିକ ରିତି ନିତି ଅନୁସାରେ ଗୁରୁବାର ପତରପେଣ୍ଡି କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଥିଲା ।
ଆଜି ବାବା ଙ୍କ ବରପକ୍ଷ ରୁ ମା ଜାଗତ ଜନନୀ ପାର୍ବତୀ ଙ୍କର ଅଳଙ୍କାର ଧାରଣ ପିନ୍ଧାଣୀ ନୀତି ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ସନ୍ଧ୍ୟାରେ ସୁପ୍ରଶିଦ୍ଧ ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ସାଥି ବିଜ୍ଞସୀ ବାରିକ ଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଆୟୋଜତ ହେଉଛି। ସେହିପରି ଆସନ୍ତା ଶନିବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ରୁ ବୈଦିକ ମନ୍ତ୍ରଚାରଣ ଏବଂ ପରମ୍ପରିକ ବାଦ୍ୟ ନୃତ୍ୟ ଗୀତ ସହ ବାବା ଙ୍କର ଭବ୍ୟ ବରଯାତ୍ରା ଯାଇ କନ୍ୟା ମାତା ପିତା ଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବା ର କମିଟି ତରଫରୁ ସୂଚନା ଦିଆଯାଇଛି।
ରବିବାର ଦିନ ସନ୍ଧ୍ୟା ସମୟରେ ମା ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ପ୍ରତ୍ୟାବର୍ତ୍ତନ ଲେଉଟାଣି ଓ ଯୁଗଳ ପ୍ରତିମା ମହାଆଡମ୍ବର ଭବ୍ୟ ଦର୍ଶନ କରାଯିବ। ଶୀତଳଷଷ୍ଠୀ ର ସମସ୍ତ କାର୍ଯ୍ୟକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପରିଚାଳନା ଓ ପାଳନ ପାଇଁ ସଭାପତି ପ୍ରିତମ ମେହେର, ସମ୍ପାଦକ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କ ଉଦ୍ୟମ ଅବ୍ୟାହତ ରହିଥିବା କମିଟି ତରଫରୁ ସୂଚନା ଦିଆଯାଇଛି।
Report : Bijay ku sahu
Edited by k.s thakur...
Comments
Post a Comment