Posts

Showing posts from February, 2025

ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଟିକିଫୁଲ" ଅନୁଷ୍ଠିତ...

Image
ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଟିକିଫୁଲ" ଅନୁଷ୍ଠିତ... ବଙ୍ଗୋମୁଣ୍ଡା,୨୮/୦୨ :- ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଶୁକ୍ରବାର  ଦିନ ବାର୍ଷିକ ଉତ୍ସଵ(ଟିକିଫୁଲ) ପାଳନ ହୋଇଯାଇଛି। Ad.. ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ଏବଂ ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ  ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ କୈଳାସ ଚନ୍ଦ୍ର ଭୋଇ,ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ସୁରଥ ବେହେରା, ସମ୍ମାନିତ ବକ୍ତା ସିଆରସିସି ପ୍ରମୋଦ କର୍ମୀ,ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଦୀପକ ଦାସ ଯାଦବ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ହୁଲେଶ୍ୱର ହଂସ, ଅବସରପ୍ରାପ୍ତ ସୈନିକ ଚିତ୍ତରଞ୍ଜନ ସାହୁ,କୋଶଳୀ କବି ଭକ୍ତବନ୍ଧୁ ସାହୁ,ଅକ୍ଷୟ ସାହୁ,ମିନିକେତନ ସାହୁ ଯୋଗଦେଇଥିଲ।       Ad.. ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର ।ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ମୂଳଦୁଆ । ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ଛାତ୍ରଛାତ୍ରୀଙ୍କ...

ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବର ଓ ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ...

Image
ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବର ଓ ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ... କଣ୍ଟାବାଞ୍ଜି/ତୁରେକେଲା,୨୮/୦୨ : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଆଞ୍ଚଳିକ ସାଧନ  କେନ୍ଦ୍ରର ର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ବେହେରେନସିଲେଟ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବର ଓ ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  Ad.. ଏଥିରେ ମୁଖ୍ୟ ଅତିଥି ଭାବରେ ହିଁଆଲ ଆଂଚଳିକ ସାଧନ କେନ୍ଦ୍ରର CRCC ଶ୍ରୀ ଅମରେନ୍ଦ୍ର କୁମାର ବାଗ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ଶଶିଧର ପୁଟେଲ, ଉପସଭାପତି ଧନମତି ମହତ, ଆଲୁମିନି କମିଟିର ଅଧ୍ୟକ୍ଷ ଅଙ୍ଗତ ପୁଟେଲ, ଅନ୍ୟାନ୍ୟ ସଦସ୍ୟ ଶ୍ୟାମ ସୁନ୍ଦର ମାଝୀ, ରିତ ପୁଟେଲ, ବାସୁଦେବ ନାଗ, ସାବିତ୍ରୀ ମହାନନ୍ଦ, ସାଦିନୀ କଟା , ୱାର୍ଡ ମେମ୍ବର  ପୁଷ୍ପାଞ୍ଜଳି ନିଆଲ ଉପସ୍ଥିତ ଥିଲେ।      Ad.. ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୀମନ୍ତିନୀ ପାଣିଗ୍ରାହି, ଶିକ୍ଷକ ଅସିତ ପ୍ରଧାନ, ପୃଥ୍ୱୀରାଜ ବରାଲଭେଡିଆ, ଭୃଷି ରାଣା, ତୁଷାରକାନ୍ତ ବଡଜେନା  ଓ ତିନି  ଜଣ ରାନ୍ଧୁଣି ଚନ୍ଦ୍ରେ ମାଝୀ, ପୁଷ୍ପାଞ୍ଜଳି ନାଗ ଓ ଦହନା ପୁଟେଲ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟ କାର୍ଯ...

ତୁରେକେଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ପାଳିତ...

Image
ତୁରେକେଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ପାଳିତ... କଣ୍ଟାବାଞ୍ଜି,୨୮/୦୨ : ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ଵାବଧାନରେ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ଉପକାରିତା ଉପରେ ଧାରଣା ଦେଇଥିଲେ ଏବଂ ଦିବସର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।  Ad.. ତାପରେ ଛାତ୍ରଛାତ୍ରୀ କରିଥିବା ଚିତ୍ର ଓ ପ୍ରକଳ୍ପ ଗୁଡ଼ିକ ଦେଖିଥିଲେ।ଭଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶି‌କ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଶିକ୍ଷୟିତ୍ରୀ ଧରିତ୍ରୀ ମେହେର ସହଯୋଗ କରିଥିଲେ।      Ad.. ସେହିପରି ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁରେକେଲା ଆଶ୍ରମ,ସେମଲା ଆଶ୍ରମ,ବକବାହାଲ,ଗଞ୍ଜାଉଡାର,ବାଞ୍ଜିପାଲିପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା।  କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ରବୀନ୍ଦ୍ର ରଥ,ସୁରୁମଣି ମେହେର, ଡାଳିମ୍ବ ମେହେର,କୁନି ସାହୁ,ସୁଦୀପ୍ତା ଜେନା, ନିବେଦିତା ବାରିକ,ରଜନୀ ମେହେର,ଟିକେଶ୍ୱର...

ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ...

Image
ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ... ବରଗଡ଼,୨୮/୦୨ : ଆଜି ସକାଳ ୧୧ଟା ସମୟରେ ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ, ଓଡ଼ିଶା, ଗାଇସିଲେଟ, ବରଗଡ଼ ଓ ପଞ୍ଚମ ବର୍ଷ ପୂର୍ଣା ଅବସରରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ, ବରଗଡ଼ର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।  Ad.. ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡିଶା ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ବିଦ୍ୟାଳୟ ପୋଷାକ ସହ ଜୋତା,ମୋଜା ଓ ବ୍ୟାଲଟ ଆଜି ପ୍ରଦାନ କରାଯାଇଥିଲା।        Ad.. ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ବରଗଡ଼ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତାହିର ହୁସେନ,ବିଶିଷ୍ଟ କୃଷକ ନେତା କିଶୋର ଦେବତା,ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି କୀର୍ତନ ଦାଶ,ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଓ ମେଘନାଦ ସାହୁ ମଂଚାସୀନ ଥିଲେ।ମେଘନାଦ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ।  ଟ୍ରଷ୍ଟ ପକ୍ଷରୁ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ,ବରଗଡ଼, ବିକାଶ ଦୀପ୍ତି, ବରଗଡ଼ ଓ ସମାଜସେବୀ ଦିବାକର ମାଝୀନହଉ ଟ୍ରଫି ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଧନା ଦିଆଯାଇଥିଲା। ମୁଖ୍ୟ ଅତିଥି ଜିଲ୍ଲାପାଳ ବରଗଡ଼ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ପ୍ରଦାନ ସହ ସେମ...

ମାନ୍ଦଲା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ...

Image
ମାନ୍ଦଲା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ... କଣ୍ଟାବାଞ୍ଜି,୨୮/୦୨ : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଧରୁଆ ଙ୍କ ତତ୍ତ୍ଵାବଧାନରେ ଉକ୍ତ ମେଳା ଅନୁଷ୍ଠିତ ହୋଇଥିଲା। Ad.. ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀ, ପୁଟାପଡା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଅକୃର ପୁଟା,ବିଦ୍ୟାଳୟର ସଭାପତି  ହରିଦାସ ସାହୁ ଉପସ୍ଥିତ ହୋଇଥିଲେ ।ଛାତ୍ରଛାତ୍ରୀ ମାନେ ମେଳାରେ ନିଜେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।     Ad.. ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ ତଥା ବିକାଶ ବର୍ଗେ, ରଜନୀ ପ୍ରଭା ରାଉତ ,ମୋହିନୀ ଧାରୁଆ ସହଯୋଗ କରିଥିଲେ। Edited by k.s thakur...

କଣ୍ଟାବାଞ୍ଜି ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ ପକ୍ଷରୁ ମହାଶିବରାତ୍ରି ଅବସରରେ ଶୈବ ପୀଠ ହରିଶଙ୍କର ରେ ସଙ୍କୀର୍ତ୍ତନ ର ଆୟୋଜନ...

Image
କଣ୍ଟାବାଞ୍ଜି ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ  ପକ୍ଷରୁ  ମହାଶିବରାତ୍ରି ଅବସରରେ  ଶୈବ ପୀଠ ହରିଶଙ୍କର ରେ  ସଙ୍କୀର୍ତ୍ତନ ର ଆୟୋଜନ... କଣ୍ଟାବାଞ୍ଜି,୨୮/୦୨ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଶୈବ ପୀଠ ହରିଶଙ୍କର ରେ  ମହାଶିବରାତ୍ରି ପାଇଁ ଅନେକ ଭିଡ଼ ଲାଗି ରହିଥିଲା । ମହାଶିବରାତ୍ରି ଭଗବାନ ଶିବଙ୍କ ପୂଜାର ପବିତ୍ର ପର୍ବ ମହାଶିବରାତ୍ରି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯାହାକୁ ଭଗବାନ ଶିବଙ୍କ ପୂଜା ଭାବରେ ପାଳନ କରାଯାଏ। Ad.. ଏହି ପର୍ବ ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀରେ ପାଳନ କରାଯାଏ ଏବଂ ଏହାକୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଦିନ ଭାବରେ ମଧ୍ୟ ଜଣାଶୁଣା। ଏହି ଦିନ ଭକ୍ତମାନେ ଉପବାସ ରଖନ୍ତି, ସାରା ରାତି ଜାଗ୍ରତ ରୁହନ୍ତି ଏବଂ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର, କ୍ଷୀର, ଧାତୁରା ଏବଂ ଭାଙ୍ଗ ଅର୍ପଣ କରନ୍ତି। ଶିବରାତ୍ରି ରାତିରେ, ଚାରି ପ୍ରହରରେ ପୂଜାର ବିଶେଷ ମହତ୍ତ୍ୱ ରହିଛି।      Ad.. କୁହାଯାଏ ଯେ ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ ନାଶ ହୁଏ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ଏହି ପର୍ବ ଆତ୍ମ-ଶୁଦ୍ଧି, ସଂଯମ ଏବଂ ଭକ୍ତିର ପ୍ରତୀକ, ଯାହା ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରେ। ମହାଶିବରାତ୍ରି ଆମକୁ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ଏବଂ ଧର୍ମ ପଥ ଅନୁସରଣ କରିବାକୁ ...

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଜବତ, ୯ ମତ୍ସ୍ୟଜୀବୀ ଗିରଫ...

Image
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଜବତ, ୯ ମତ୍ସ୍ୟଜୀବୀ ଗିରଫ... କେନ୍ଦ୍ରାପଡା,୨୭/୦୨ : ବନ ବିଭାଗକୁ ବଡ ସଫଳତା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ସମୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ମା ଦୀପନିତା ନାମକ ଟ୍ରଲରକୁ ଜବତ କରିଛି ଏବଂ ୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।  Ad.. ଜବତ ଟ୍ରଲରରୁ ଦୁଇଟି ଭିଏଚଏଫ, ଗୋଟିଏ ଜିପିଏସ, ଗୋଟିଏ ଫିସ୍ ଫାଇଣ୍ଡର, ବାରଟି ଜାଲ , ଦୁଇଟି ମୋବାଇଲ ସହ ୨୦ କିଣ୍ଟାଲ ମାଛ ଜବତ କରିଛି।        Ad.. ଗିରଫ ମତ୍ସ୍ୟଜୀବୀମାନେ ହେଲେ ମାନସ କୁଣ୍ଡ, ବାଦଲ ଚନ୍ଦ୍ର ପାଲ, କାର୍ତ୍ତିକ ଦାସ, ତପନ ଜାନା, ଶଙ୍କର ଗିରି, ଶିବଶଙ୍କର ସାହୁ, ଝାଡେଶ୍ବର ଭୂୟାଁ, ସୁବ୍ରତ ମିସ୍ତ୍ରୀ, ବିଦ୍ୟୁତ ପରମାଣିକ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। Edited by k.s thakur...

ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ...

Image
ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ... ଭୁବନେଶ୍ୱର,୨୭/୦୨ :  ଗତକାଲି ହୋଇଥିବା ଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଉ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଲିଙ୍ଗରାଜ ମନ୍ଦିରରେ ଏମିତି ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। Ad.. ସେ କହିଛନ୍ତି, ୩୦ ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି, କେବେ ଏମିତି ଘଟଣା ଘଟି ନଥିଲା । ଏବେର ସରକାର ଅବହେଳା କରିଛନ୍ତି । ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା । ହେଲେ ଏଥର ବାଲି ପଡ଼ି ନଥିଲା । ସରକାର ବାଲି ପକାଇବାକୁ ଭୁଲିଗଲେ । ଯାହାର ପରିଣାମ କ’ଣ ହେଲା କାଲି ସମସ୍ତେ ଦେଖିଲେ । ସେ ଆଉ ମଧ୍ୟ କହିଛନ୍ତି ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଗଲେ । ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଶ୍ବତପତ୍ର ଜାରିକଲେଣି ସରକାର । ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଗଲେ ।     Ad.. ସେ ଆଉ ମଧ୍ୟ କହିଛନ୍ତି, ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ଠାକୁରଙ୍କ ନାଁ କହି ସରକାରକୁ ଆସିଛନ୍ତି । ଆଉ ଜିତିବା ପରେ ଏବେ ଠାକୁରଙ୍କ...

ବାଲି ମାଫିଆମାନେ ସାବଧାନ ! ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ...

Image
ବାଲି ମାଫିଆମାନେ ସାବଧାନ !  ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ :  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ... ରାଉରକେଲା,୨୭/୦୨ : ରାଜ୍ୟରେ ବାଲି ମାଫିଆମାନେ ମାତିଛନ୍ତି। ସରକାରୀ ସଂପତ୍ତି ଲୁଟ୍‌ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି। ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି। ତେଣୁ ବାଲି ମାଫିଆମାନେ ସାବଧାନ ହେବା ଦରକାର। ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। Ad.. ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ବାଲି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି। ଏଣିକି ବାଲି ଚୋରା ଚାଲାଣ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ। ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା। ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ। ରାଜ୍ୟ ସରକାର ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ସହ ନୂଆ ଇନ୍ଫ୍ରାଷ୍ଟକଚର ତିଆରି ପାଇଁ ଲାଗିଛନ୍ତି।     Ad.. ଆଜି ରାଉରକେଲା ହକି ଭିଲେଜରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ନୂଆ ସରକାର ଆସିବାର ଆଠ ମାସ ଭିତରର ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି। ଆଗ...

ମାଲପାମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...

Image
ମାଲପାମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ... କଣ୍ଟାବାଞ୍ଜି,୨୭/୦୨ : ତୁରେକେଲା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। Ad.. ବିଦ୍ୟାଳୟର ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଅମରକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶାନ୍ତନୁ କୁମାର ପଢିହାରୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁଖ୍ୟ ଅତିଥି, ଜ୍ଞାନେନ୍ଦ୍ର ମଲ୍ଲିକ, ତୁରେକେଲା ସଂଯୋଜକ, ସମ୍ମାନିତ ଅତିଥି,ସରପଞ୍ଚ ଲୋକନାଥ ଥପା, ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ଅମରେନ୍ଦ୍ର କୁମାର ବାଗ,ଗଜୟ କୁମାର ଦାଶ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।     Ad.. ତୁରେକେଲା ବ୍ଳକରେ ଭଲ ବିଦ୍ୟାଳୟ ତାଲିକାରେ ଏହି ବିଦ୍ୟାଳୟ ଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପଢିହାରୀ କହିଥିଲେ।ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚାର୍ଜର ଭଳି କାମ କରିଥାଏ ବୋଲି ତୁରେକେଲା ସିଆରସିସି ବିରଞ୍ଚି ନାରାୟଣ ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ।ଅତିଥି ପରିଚୟ ଓ ପୂଜାର୍ଚ୍ଚନା ପରେ କୃତୀ  ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ତାପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ରାମ ପ୍ରସାଦ ବାଗ,ଡଗର କିଶୋର ବନଗୋଲା,ଆପୁ କୁମାର ଭୋ...

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ...

Image
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ... ଭୁବନେଶ୍ୱର,୨୬/୦୨ : ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ , ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍‌, ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ ରହିଥିବାର ଜଣାପଡିଛି। Ad.. ଖାଲି ପଡ଼ିଥିବା ନିଗମ ଓ ବିଭିନ୍ନ ବୋର୍ଡ ନେଇ ବିଚାରବିମର୍ଶ ପାଇଁ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ଦିନ ଧରି ଏହି ନିଗମ ପଦ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରୁ ନାହିଁ।       Ad.. ଅନ୍ୟପଟେ ତେବେ ଆସନ୍ତାକାଲି ବିଜେପି ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ସେ ନେଇ ପ୍ରସ୍ତୁତି ବୈଠକ କରାଯାଇଛି ବୋଲି କୁହାଯାଉଛି। Edited by k.s thakur...

ନିଲମ୍ବିତ ସହ ଗିରଫ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ...

Image
ନିଲମ୍ବିତ ସହ ଗିରଫ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ... ଜଗତସିଂପୁର,୨୬/୦୨ :  ନିଲମ୍ବିତ ସହିତ ଗିରଫ ହେଲେ ରସିକିଆ ଆଇଆଇସି । କୁଜଙ୍ଗ ଥାନା ରସିକିଆ ତପନ କୁମାର ନାହାକ ନିଲମ୍ବିତ ସହ ଗିରଫ ।କୁଜଙ୍ଗ ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜିପି। ମହିଳା ହୋମାଗାର୍ଡଙ୍କୁ ପ୍ରେମ କରି ଫସାଇବା ପରେ ପ୍ରତାରଣା କରିଥିବା ଅଭିଯୋଗ ପରେ ପ୍ରଥମେ ନିଲମ୍ବିତ କରାଯିବା ପରେ ଗିରଫ କରାଯାଇଛି।               Ad.. ସୂଚନା ଯୋଗ୍ୟ; ଜଗତସିଂପୁର ଜିଲ୍ଲାର ଜଣେ ମହିଳା ହୋମଗାର୍ଡ ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିବା ପରେ ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।     Ad.. ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରା ଦେଉ ନ ଥିଲେ । ଏନେଇ ମହିଳା ହୋମାଗର୍ଡ ଜଣକ ପ୍ରେମରେ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ପ୍ରଥମେ ନିଲମ୍ବନ କରାଯିବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। Edited by k.s thakur...

ପ୍ରେମିକାର ଗଳାକାଟି ହତ୍ୟା ଘଟଣା; ଧରାପଡ଼ିଲା ଅଭିଯୁକ୍ତ ପ୍ରେମିକ...

Image
ପ୍ରେମିକାର ଗଳାକାଟି ହତ୍ୟା ଘଟଣା; ଧରାପଡ଼ିଲା ଅଭିଯୁକ୍ତ ପ୍ରେମିକ... ସୋର,୨୬/୦୨ : ବାଲେଶ୍ବର  ଜିଲ୍ଲା  ସୋର ଥାନା ଅଞ୍ଚଳରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ବାସୁଦେବପୁର ଧଳସାହିରୁ ଗିରଫ କରିଛି ପୁଲିସ। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବିଶ୍ବରଂଜନ ପୁହାଣ ଫେରାର ଥିଲେ।  Ad.. ପୁଲିସ ଚାରୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ଆଜି ସକାଳେ  ଭଦ୍ରକ  ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧଳସାହି ନିକଟ ଏକ ପଡ଼ିଆରୁ ଯୁବକଙ୍କୁ ଗିରଫ କରିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଚି ବୁଲିଥିବା ବେଳେ ବିଷ ପିଇଦେଇଥିଲେ।     Ad.. ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋର ଥାନା ଏଏସଆଇ ସଂଗ୍ରାମ ବେହେରା, ନନ୍ଦକିଶୋର ବିଶ୍ବାଳ ଓ କେଶବ ଚନ୍ଦ୍ର ବେଶ୍ରା ପ୍ରମୁଖଙ୍କ ଉଦ୍ୟମରେ ଅଭିଯୁକ୍ତ ଧରାପଡ଼ିଥିବା ଜଣାଯାଇଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଥିଲା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଘରେ ପଶି ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରାଯାଇଛି। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଜଣେ ଯୁବକ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ପୁଲ...

ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ସମସ୍ତ ଐତିହ୍ୟ ,କିର୍ତିରାଜି, ସଂସ୍କୃତି ପରମ୍ପରାକୁ କୁ ଇକୋ ଟୁରିୟମ ରେ ସାମିଲ କରାଯାଉ...

Image
ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ସମସ୍ତ ଐତିହ୍ୟ ,କିର୍ତିରାଜି, ସଂସ୍କୃତି ପରମ୍ପରାକୁ କୁ ଇକୋ ଟୁରିୟମ ରେ ସାମିଲ କରାଯାଉ... ବରଗଡ଼,୨୬/୦୨ : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତମାଳା ର ଚତୁଃପାର୍ଶ୍ଵରେ ଥିବା ଶୈବପୀଠ ଗୁଡ଼ିକୁ ଇକୋ ଟୁରିୟମ ରେ ସାମିଲ କରାଯାଉ । ପ୍ରାକୃତିକ ଶୋଭାରାଜି ରେ ଭରପୁର ଗନ୍ଧମାର୍ଦ୍ଦନ ପର୍ବତମାଳା ରେ  ବନୈଷଧି ସମେତ ଆଦିବାସୀ ସଂସ୍କୃତିର ଓ ପରମ୍ପରା , ଐତିହ୍ୟ ସହ ଉଭୟ ପାର୍ଶ୍ଵରେ ପ୍ରସିଦ୍ଧ ନୃସିଂହନାଥ ଓ ହରିଶଙ୍କର ପୀଠ ରହିଛି ଯାହାର କିମ୍ବଦନ୍ତୀ ବହୁ ପ୍ରାଚୀନ ଏହି ପର୍ଯ୍ୟଟନ କ୍ଷେତ୍ର କୁ ବର୍ଷ ତମାମ ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ଼ ର ହଜାର ହଜାର ପର୍ଯ୍ୟଟକ ବୁଲିବା ଆସିବା ସହ କିମ୍ବଦନ୍ତୀ ଦେଖୁଛନ୍ତି।  Ad.. କେବଳ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବ୍ଯତିରେକ ଅନ୍ୟ କୈାଣସି ସ୍ଥାନ ପର୍ଯ୍ୟଟକମାନଙ୍କୁ ଦୁଇ ଚାରି ଘଣ୍ଟା ବାନ୍ଧି ରଖିପାରୁ ନାହିଁ ଯାହା ପର୍ଯ୍ୟଟନ, କିମ୍ବଦନ୍ତୀ , ଐତିହ୍ୟ, ପରମ୍ପରା ଭରପୁର ଥିଲେ ମଧ୍ୟ ଉଚିତ ବ୍ୟବସ୍ଥା ସହ ସୁବିଧା ସୁଯୋଗ ନଥିବା ଓ ପର୍ଯ୍ୟଟନ ର ବିକାଶ ର ସମସ୍ୟା ଯୋଗୁଁ ମୁହଁ  ଫେ ରାଉଛନ୍ତି ।      Ad.. ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଆଦିବାସୀଙ୍କ ଦୂର୍ଗେଇଦେବୀ ପୀଠ, ତୁର୍ଲେନ ଦେବୀ ଙ୍କ ପୀଠ, ବ୍ରାହ୍ମଣୀ ରେ ଗୁଣିଘର ସମେତ ଭୋଜପୁରଗଡ ଜଳମହାଦେବ, ନାଗଝରୀଆ ଜଳମହାଦେବ, ହରିଶଙ୍କର ଜଳମହାଦେବ, ଗୁପ୍...

ନୃସିଂହନାଥ ମନ୍ଦିର ତରଫରୁ ବନୌଷଧି ବଗିଚାର ଶୁଭ ଉଦଘାଟନ...

Image
ନୃସିଂହନାଥ ମନ୍ଦିର ତରଫରୁ  ବନୌଷଧି  ବଗିଚାର ଶୁଭ ଉଦଘାଟନ... ବରଗଡ଼,୨୬/୦୨ : ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତରଫରୁ ମହାଶିବରାତ୍ରି ଅବସରରେ ବୁଟି ବାବା  ବନୌଷଧି  ବଗିଚା ର ଶୁଭ ଉଦଘାଟନୀ ହୋଇଯାଇଛି। ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଲୋପ ପାଉଥିବା ବନୈଷଧି କୁ ବଞ୍ଚାଇ ରଖିବାରେ ସହାୟ ହେବ ବୋଲି ଏହି ବଗିଚା ତିଆରି କରାଯାଉଛି।  Ad.. ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୈହ୍ୱାନ, ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ବଗିଚା ର ଶୁଭାରମ୍ଭ କରିଥିଲେ। ନୃସିଂହନାଥ ମନ୍ଦିର ପରିଚାଳନା କମିଟି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ତତ୍ବାବଧାନରେ ଔଷଧୀୟ ବୃକ୍ଷ ଲତା ଗବେଷଣା ତଥା ଫାର୍ମାସୋଗ୍ଲୋରିଷ୍ଟ ପାରେଶ୍ବର ସାହୁ ବୃକ୍ଷ ଲତାର ରକ୍ଷଣଶୀଳ ଦାୟିତ୍ଵ ରେ ରହିଥିବା ବେଳେ...        Ad.. ୧୦ ଜଣ କର୍ମଚାରୀ ଯତ୍ନ ନେଇ ଔଷଧୀୟ ବୃକ୍ଷ ଲତା ର ଯତ୍ନ ନେବେ । ସ୍ଥାନୀୟ ବୈଦ ଙ୍କ ଗଣନା ଅନୁଯାୟୀ ପ୍ରାୟ ଦୁଇ ହଜାର  ବନୌଷଧି  ରୁ ଏକହଜାର ପଚାଶ ଔଷଧୀୟ ବୃକ୍ଷ ଲତା ଗୁଳ୍ମ ଅଦ୍ୟାବଧି ଚିହ୍ନଟ ହୋଇସାରିଥିବା ବେଳେ ଆହୁରି ହଜାର ହଜାର ଔଷଧୀୟ ବୃକ୍ଷ ଲତା ଗୁଳ୍ମ ରହିଛି ଯାହା ର ଏକ ବଗିଚା ନୃସିଂହନାଥ ମନ୍ଦିର ତରଫରୁ ପରିକେକରି ଶୁଭାରମ୍ଭ ହୋଇଛି। Report : Bijay ku sahu Edited by k.s thakur....

ତୁରେକେଲା କ୍ଳଷ୍ଟରରେ ବାର୍ଷିକ ଉତ୍ସବ ପାଳିତ...

Image
ତୁରେକେଲା କ୍ଳଷ୍ଟରରେ ବାର୍ଷିକ ଉତ୍ସବ ପାଳିତ... କଣ୍ଟାବାଞ୍ଜି,୨୫/୦୨ : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଥିଲା। Ad.. ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା,ମାନ୍ଦଲା ସିଆରସିସି ଧନସିଂ ମାଝୀ, ରବୀନ୍ଦ୍ର ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।     Ad.. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ  ବିବରଣୀ ପାଠ କରିବା ସହିତ ସଭା ପରିଚାଳନା କରିଥିଲେ।ଶିକ୍ଷୟିତ୍ରୀ ନିବେଦିତା ବାରିକ ସ୍ୱ।ଗତ ଭାଷଣ ଓ ସୁଦୀପ୍ତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ବିଘ୍ନ ନାଶକ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ,ପୁଷ୍ପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରୀବୃନ୍ଦ ଅତିଥି ମାନଙ୍କୁ ଫୁଲତୋଡା ଓ ବେଚ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଅତିଥି ମାନଙ୍କ ଅଭିଭାଷଣ ପରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ବୁଡିବାହାଲ ଉଚ୍ଚ ପ୍ରା...

ପରୀକ୍ଷା ପରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ...

Image
ପରୀକ୍ଷା ପରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ... ମାଲକାନଗିରି,୨୫/୦୨ :  ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ। ଚିତ୍ରକୋଣ୍ଡା ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ।  Ad.. ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ପୋଲିସ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ । ଏହା ସହ ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ବାପାମା’। ଅପରପକ୍ଷେ, ଖବର ପାଇ ପୁଲିସ୍‌ ତନାଘନା ଆରମ୍ଭ କରିଛି। ଛାତ୍ରୀଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସଂପର୍କରେ ଜାଣିବା ପାଇଁ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଛି।       Ad.. ଝିଅ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ ଓ କିଛି ଦିନ ହେବ ଘରକୁ ଯାଇନଥିଲେ । ଛାତ୍ରୀ ଜଣଙ୍କ କିପରି ଗର୍ଭବତୀ ହେଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କିପରି କିଛି ଜାଣିପାରିଲେ ନାହିଁ ଏନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। Edited by k.s thakur...