କଣ୍ଟାବାଞ୍ଜି ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ ପକ୍ଷରୁ ମହାଶିବରାତ୍ରି ଅବସରରେ ଶୈବ ପୀଠ ହରିଶଙ୍କର ରେ ସଙ୍କୀର୍ତ୍ତନ ର ଆୟୋଜନ...

କଣ୍ଟାବାଞ୍ଜି ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ ପକ୍ଷରୁ ମହାଶିବରାତ୍ରି ଅବସରରେ ଶୈବ ପୀଠ ହରିଶଙ୍କର ରେ ସଙ୍କୀର୍ତ୍ତନ ର ଆୟୋଜନ...


କଣ୍ଟାବାଞ୍ଜି,୨୮/୦୨ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଶୈବ ପୀଠ ହରିଶଙ୍କର ରେ ମହାଶିବରାତ୍ରି ପାଇଁ ଅନେକ ଭିଡ଼ ଲାଗି ରହିଥିଲା । ମହାଶିବରାତ୍ରି ଭଗବାନ ଶିବଙ୍କ ପୂଜାର ପବିତ୍ର ପର୍ବ ମହାଶିବରାତ୍ରି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯାହାକୁ ଭଗବାନ ଶିବଙ୍କ ପୂଜା ଭାବରେ ପାଳନ କରାଯାଏ।

Ad..


ଏହି ପର୍ବ ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀରେ ପାଳନ କରାଯାଏ ଏବଂ ଏହାକୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଦିନ ଭାବରେ ମଧ୍ୟ ଜଣାଶୁଣା। ଏହି ଦିନ ଭକ୍ତମାନେ ଉପବାସ ରଖନ୍ତି, ସାରା ରାତି ଜାଗ୍ରତ ରୁହନ୍ତି ଏବଂ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର, କ୍ଷୀର, ଧାତୁରା ଏବଂ ଭାଙ୍ଗ ଅର୍ପଣ କରନ୍ତି। ଶିବରାତ୍ରି ରାତିରେ, ଚାରି ପ୍ରହରରେ ପୂଜାର ବିଶେଷ ମହତ୍ତ୍ୱ ରହିଛି। 

    Ad..


କୁହାଯାଏ ଯେ ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ ନାଶ ହୁଏ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ଏହି ପର୍ବ ଆତ୍ମ-ଶୁଦ୍ଧି, ସଂଯମ ଏବଂ ଭକ୍ତିର ପ୍ରତୀକ, ଯାହା ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରେ। ମହାଶିବରାତ୍ରି ଆମକୁ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ଏବଂ ଧର୍ମ ପଥ ଅନୁସରଣ କରିବାକୁ ପ୍ରେରଣା ଦିଏ।

ଏହି ଅବସରରେ କଣ୍ଟାବାଞ୍ଜି ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ ଅଶୋକ ନଗର ଧୁବାପଡ଼ା ପକ୍ଷରୁ ମହାଶିବରାତ୍ରି ପାଇଁ ଶୈବ ପୀଠ ହରିଶଙ୍କର ରେ ରାତ୍ର ଜାଗର ନିମନ୍ତେ ନାମ ସଙ୍କୀର୍ତ୍ତନ ର ଆୟୋଜନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଭିକ୍ଷା ବିନୋଦ ନାମ ସଙ୍କିତନ୍ ମଣ୍ଡଳୀ ର ଗୁରୁ ସୁରେଶ ଭିତ୍ରୀୟା,ଗାୟକ ବାବ୍ରୁ ବାହନ ସେଠ୍, ନନ୍ଦଲାଲ ନାଗ,ଆକାଶ ଛାବ୍ରା, ଦେବେନ୍ଦ୍ର ବାରିକ,ଗୋପାଳ ନାଗ, ଟିକେରାମ ବଗର୍ତ୍ତୀ,ଗିରିଧାରୀ ନାୟକ,ଲଳିତ ସେଠ୍,ଦୀପକ ମେହେର ଓ ଅନ୍ୟ ସଦସ୍ୟ ମିଶି  ୨୫ ଜଣ ଭକ୍ତ ଅଂଶ ଗ୍ରହଣ କରିଥିଲେ।ରାତ୍ର ସାରା କୀର୍ତ୍ତନ ମୂର୍ଦୁଙ୍ଗ ବାଦ୍ୟ ଓ ହରିନାମ ରେ ହରିଶଙ୍କର ରେ ଭକ୍ତି ର ପରିବେଶ କୁ ଆହୁରି ଉଚ୍ଚ ମାନକୁ ପହଞ୍ଚାଇ ଦେଇଥିଲା।



Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...