ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଟିକିଫୁଲ" ଅନୁଷ୍ଠିତ...

ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଟିକିଫୁଲ" ଅନୁଷ୍ଠିତ...


ବଙ୍ଗୋମୁଣ୍ଡା,୨୮/୦୨ :- ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଶୁକ୍ରବାର  ଦିନ ବାର୍ଷିକ ଉତ୍ସଵ(ଟିକିଫୁଲ) ପାଳନ ହୋଇଯାଇଛି।

Ad..


ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ଏବଂ ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ  ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ କୈଳାସ ଚନ୍ଦ୍ର ଭୋଇ,ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ସୁରଥ ବେହେରା, ସମ୍ମାନିତ ବକ୍ତା ସିଆରସିସି ପ୍ରମୋଦ କର୍ମୀ,ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଦୀପକ ଦାସ ଯାଦବ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ହୁଲେଶ୍ୱର ହଂସ, ଅବସରପ୍ରାପ୍ତ ସୈନିକ ଚିତ୍ତରଞ୍ଜନ ସାହୁ,କୋଶଳୀ କବି ଭକ୍ତବନ୍ଧୁ ସାହୁ,ଅକ୍ଷୟ ସାହୁ,ମିନିକେତନ ସାହୁ ଯୋଗଦେଇଥିଲ।

     Ad..


ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର ।ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ମୂଳଦୁଆ ।

ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଵଳ ହୋଇଥାଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ ।ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପ୍ରମାଣପତ୍ର  ସହ ପୁରସ୍କୃତ କରାଯାଇଥିଲା।

ସହକାରୀ ଶିକ୍ଷକ ଟିକେରାମ ଭୋଇ,ପ୍ରଶାନ୍ତ ମହାନ୍ତି,ଶିକ୍ଷୟିତ୍ରୀ ଝରଣା ଦାସ,କମିଟି ସଦସ୍ୟ ଅମିତ ରଣା, ସ୍ବେଚ୍ଛାସେବୀ ବେଳାର ସେନ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ,ନାଏବ ସରପଞ୍ଚ ଡାଲିମ୍ବ ଭୋଇ,ୱାର୍ଡ ସଭ୍ୟ ଗୋରେଖ ଭୋଇ,ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ,ତ୍ରିନାଥ ସାହୁ,ଧନମତୀ ଭୋଇ,ପୂର୍ବତନ ନାଏବ ସରପଞ୍ଚ ସୁବର୍ଣ୍ଣି ବାଗ,ରମାକାନ୍ତ ସାହୁ,ଅନ୍ତରାମ ସାହୁ,କମିଟି ଉମେଶ ଚନ୍ଦ୍ର ସାହୁ,ହେମବତୀ ବାଗ,ସଞ୍ଜୁଳା ସାହୁ,ଆଶା କର୍ମୀ ଟିବଲି ମୁଗ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ।କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀ କମିଟି ସଦସ୍ୟ,ଅଭିଭାବକ, ଗ୍ରାମବାସୀ ଉପସ୍ଥିତ ଥିଲେ।



Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...