ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ...
ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ...
ଭୁବନେଶ୍ୱର,୨୭/୦୨ : ଗତକାଲି ହୋଇଥିବା ଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଉ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଲିଙ୍ଗରାଜ ମନ୍ଦିରରେ ଏମିତି ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
Ad..
ସେ କହିଛନ୍ତି, ୩୦ ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି, କେବେ ଏମିତି ଘଟଣା ଘଟି ନଥିଲା । ଏବେର ସରକାର ଅବହେଳା କରିଛନ୍ତି । ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା । ହେଲେ ଏଥର ବାଲି ପଡ଼ି ନଥିଲା । ସରକାର ବାଲି ପକାଇବାକୁ ଭୁଲିଗଲେ । ଯାହାର ପରିଣାମ କ’ଣ ହେଲା କାଲି ସମସ୍ତେ ଦେଖିଲେ । ସେ ଆଉ ମଧ୍ୟ କହିଛନ୍ତି ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଗଲେ । ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଶ୍ବତପତ୍ର ଜାରିକଲେଣି ସରକାର । ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଗଲେ ।
Ad..
ସେ ଆଉ ମଧ୍ୟ କହିଛନ୍ତି, ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ଠାକୁରଙ୍କ ନାଁ କହି ସରକାରକୁ ଆସିଛନ୍ତି । ଆଉ ଜିତିବା ପରେ ଏବେ ଠାକୁରଙ୍କ ପ୍ରତି ସିରିୟସ ନାହାନ୍ତି । ବାରମ୍ବାର ଠାକୁରଙ୍କ ରୀତିନୀତିରେ ଅଘଟଣ ଘଟୁଛି । ଠାକୁର ଏ ସରକାରକୁ ଦଣ୍ଡ ଦେବେ ।
ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ? ଓଡ଼ିଶାର ଦୁଇଟି ବଡ ମନ୍ଦିରରେ ଏପରି ଘଟଣା ଘଟିଲା । ସରକାର ଯତ୍ନବାନ ହେବା କଥା ।
ସେହିପରି ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ଆହତ ହୋଇଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟି ପ୍ରଶାସନଙ୍କୁ ଟାର୍ଗେଟ କରିଛନ୍ତି ବିଏମସି ମେୟର ସୁଲୋଚନା ଦାଶ । ସେ କହିଛନ୍ତି ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି । ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ।
ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି । ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢ଼ିବା ବେଳେ ହଠାତ୍ ଗୋଡ଼ ଖସିଗଲା । ଫଳରେ ସେ ଡେଇଁ ପଡ଼ିଲେ । ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା । ଏହା ସହ ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି । ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ । ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଉଚିତ୍।
ଅନ୍ୟପଟେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ମେୟର ପ୍ରଶାସନର ଅଂଶ ନାହାନ୍ତି କି ? ଠାକୁରଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ । କାଲି ମେୟର ବି ବ୍ୟବସ୍ଥାର ତଦାରଖ କରୁଥିଲେ, ତ୍ରୁଟି ଜଣାଇଲେନି କାହିଁକି? ଆଜି କାହିଁକି ତ୍ରୁଟି ଜଣାଉଛନ୍ତି । ବିରୋଧୀ କେବଳ ଆଙ୍ଗୁଳି ଦେଖାଇବା ପାଇଁ ବସି ନାହାନ୍ତି ।
Edited by k.s thakur...
Comments
Post a Comment