ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଜବତ, ୯ ମତ୍ସ୍ୟଜୀବୀ ଗିରଫ...
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଜବତ, ୯ ମତ୍ସ୍ୟଜୀବୀ ଗିରଫ...
କେନ୍ଦ୍ରାପଡା,୨୭/୦୨ : ବନ ବିଭାଗକୁ ବଡ ସଫଳତା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ସମୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ମା ଦୀପନିତା ନାମକ ଟ୍ରଲରକୁ ଜବତ କରିଛି ଏବଂ ୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।
Ad..
ଜବତ ଟ୍ରଲରରୁ ଦୁଇଟି ଭିଏଚଏଫ, ଗୋଟିଏ ଜିପିଏସ, ଗୋଟିଏ ଫିସ୍ ଫାଇଣ୍ଡର, ବାରଟି ଜାଲ , ଦୁଇଟି ମୋବାଇଲ ସହ ୨୦ କିଣ୍ଟାଲ ମାଛ ଜବତ କରିଛି।
Ad..
ଗିରଫ ମତ୍ସ୍ୟଜୀବୀମାନେ ହେଲେ ମାନସ କୁଣ୍ଡ, ବାଦଲ ଚନ୍ଦ୍ର ପାଲ, କାର୍ତ୍ତିକ ଦାସ, ତପନ ଜାନା, ଶଙ୍କର ଗିରି, ଶିବଶଙ୍କର ସାହୁ, ଝାଡେଶ୍ବର ଭୂୟାଁ, ସୁବ୍ରତ ମିସ୍ତ୍ରୀ, ବିଦ୍ୟୁତ ପରମାଣିକ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Edited by k.s thakur...
Comments
Post a Comment