Posts

Showing posts from January, 2025

ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହେଲେ ବରଗଡ଼ ନାଗରିକ ମଞ୍ଚ...

Image
ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହେଲେ ବରଗଡ଼ ନାଗରିକ ମଞ୍ଚ... ବରଗଡ଼,୩୧/୦୧  : ବରଗଡ଼ ସରକାରୀ ବସ୍ ଷ୍ଟାଣ୍ଡ ସାମ୍ନା ଶ୍ରୀ ଶ୍ରୀ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହେଲେ ବରଗଡ଼ ନାଗରିକ ମଞ୍ଚ। ଶୁକ୍ରବାର ଏହି ପବିତ୍ର ଉତ୍ସବରେ ଶୁଭ ଭାର ଆଣି ଏହି ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।                Ad.. ବରଗଡ଼ କଲ୍ୟାଣ ମଣ୍ଡପ ରୁ ପାରମ୍ପରିକ ବାଦ୍ୟ ସହ ପୂଜା ସାମଗ୍ରୀ ଅଢ଼ିଆ ସୁସଜ୍ଜିତ କରି ସମସ୍ତେ ଏକ ଶୋଭାଯାତ୍ରା ରେ ଆସି ବସଷ୍ଟାଣ୍ଡ କୁ ପହଁଚି ଥିଲେ। ଆୟୋଜକ ମଣ୍ଡଳୀ ତରଫରୁ ସ୍ୱାଗତ କରିବା ପରେ ପୂଜା ରେ ସାମିଲ ହୋଇ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ନେଇଥିଲେ।      Ad.. ଏଥିରେ ଶିବାନନ୍ଦ ମଟାରୀ, ଟିଙ୍କୁ ନନ୍ଦ, ଲୋକେଶ ବାରିକ, ଶୟନ ପଣ୍ଡା,କିଶୋର ସାହୁ, ଗଙ୍ଗା ପୂଝାରୀ, ସରୋଜ ନାଏକ, ପ୍ରେମାନନ୍ଦ ଖମାରୀ, ଭବାନୀ ସାହୁ,ପ୍ରମୋଦ ବେହେରା, ବାସୁଦେବ ବାରିକ, ପଞ୍ଚା ବିର୍ତ୍ତିଆ,ସୁଶାନ୍ତ ସାହୁ,ମୃତ୍ୟୁଞ୍ଜୟ ମହାରଣା,ଶ୍ରବଣ ଶର୍ମା, ପରମେଶ୍ୱର ପ୍ରଧାନ,ଜିଭି ରାଓ, ନିଖିଳ ପାଣିଗ୍ରାହୀ,ଲାଲା ଦୀପ, ଲତିଫ ଖାନ,ନିତ୍ୟାନନ୍ଦ ବାଗ, ଫିରୋଜ ଖାଁ ,ଜୀବନ ଲାଲ ଚୌଧୁରୀ,ଲଳିତ ମିତ୍ତଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।     Ad.. Report : Bijay ku sahu Edited by k.s thakur...

ଆସନ୍ତା ଫେବୃୟାରୀ ୪ ତାରିଖ ପଦ୍ମପୁର ଠାରେ ବିଶ୍ବ କେନସର ଦିବସ ପାଳନ ପାଇଁ ଫାଇଟର୍ସ ଗୃପ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

Image
ଆସନ୍ତା ଫେବୃୟାରୀ ୪ ତାରିଖ ପଦ୍ମପୁର ଠାରେ ବିଶ୍ବ କେନସର ଦିବସ ପାଳନ ପାଇଁ ଫାଇଟର୍ସ ଗୃପ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ... ବରଗଡ଼,୩୧/୦୧ : ଆସନ୍ତା ଫେବୃୟାରୀ ୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ କେନସର ଦିବସ କୁ ସଚେତନତା ବାର୍ତ୍ତା ମାଧ୍ୟମରେ ସମଗ୍ର ଜନସାଧାରଣ ଙ୍କୁ ସୂଚିତ ଓ ସଚେତନତା ବାର୍ତ୍ତା ଦେବାପାଇଁ ପଦ୍ମପୁର ଟାଉନ୍ ହଲ୍ ଠାରେ ବିଭିନ୍ନ ଅନୁଷ୍ଠାନ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।             Ad.. ବରଗଡ଼ ଜିଲ୍ଲା ତଥା ଓଡ଼ିଶାରେ କେନସର ରୋଗୀ ଓ ତାଙ୍କ ସମ୍ପର୍କିୟ ଙ୍କ ପାଇଁ କାର୍ଯ୍ୟକୁ ଥିବା ସ୍ବେଛାସେବୀ ସଂସ୍ଥା ଫାଇଟର୍ସ ଗୃପ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଫାଇଟର୍ସ ଗୃପ ପଦ୍ମପୁର ଶାଖା ତରଫରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ...     Ad.. ସୈନିକ କଲ୍ୟାଣ ସଂଘ ର ସଭାପତି ରାସ୍ ବିହାରୀ ତ୍ରିପାଠୀ ସଭାପତିତ୍ବ କରିଥିଲାବେଳେ ସାମ୍ବାଦିକ ବିଜୟ କୁମାର ସାହୁ ବୈଠକ ର ଉଦ୍ଦେଶ୍ୟ ଓ ଫାଇଟର୍ସ ଗୃପ ର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପଦ୍ମପୁର ସହରର ଯୋଗଦାନ ଦେଇଥିବା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ମତାମତ ଗ୍ରହଣ କରାଯାଇଥିଲା।        Ad.. ଉକ୍ତ ସଂଗଠନ ଗୁଡିକ ର ମତାମତ ଅନୁସାରେ ଆସନ୍ତା ଫେବୃୟାରୀ ୪ ତାରିଖ ମଙ୍ଗଳବାର ଦିନ ୮ ଘଣ୍ଟା ୩୦ ମିନିଟ ସମୟରେ ପଦ...

ସଡକ ସୁରକ୍ଷା ମାସ ଉଦଯାପନୀ ଉତ୍ସବ ରେ ବରିଷ୍ଠ ନାଗରିକ ସଂଘର ସକ୍ରିୟ ଯୋଗଦାନ...

Image
ସଡକ ସୁରକ୍ଷା ମାସ ଉଦଯାପନୀ ଉତ୍ସବ ରେ ବରିଷ୍ଠ ନାଗରିକ ସଂଘର ସକ୍ରିୟ ଯୋଗଦାନ... ବରଗଡ଼,୩୧/୦୧ : ଆଜି ଶୁକ୍ରବାର ଦିନ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସ ପାଳନ ର ଉଦଯାପନୀ ଉତ୍ସବରେ ବରଗଡ଼ ଆର୍. ଟି. ଓ. ଶ୍ରୀ ସାବୁଆ ମାଝୀ ଙ୍କ ନିମନ୍ତ୍ରଣ କୁ ସମ୍ମାନ ଜଣାଇ ସଭାପତି ଶ୍ରୀ ପ୍ରମୋଦ ଝାଙ୍କର ଙ୍କ ନେତୃତ୍ବରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନେକ ସଦସ୍ୟ ଯୋଗଦେଇ ସମ୍ମାନିତ ହେବା ସହ କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ। Ad.. ଉତ୍ସବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଓ ଧନୁଯାତ୍ରା ମହୋତ୍ସବ କମିଟି ସମ୍ପାଦକ ଓ ବରିଷ୍ଠ ନେତା ଶ୍ରୀ ସୁରେଶ୍ୱର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ର ବିଭିନ୍ନ ଦିଗ ଓ ସରକାରଙ୍କ ପଦକ୍ଷେପ ଉପରେ ମନ୍ତବ୍ୟ ରଖିଥିଲେ।     Ad.. ସଂଘ ତରଫରୁ ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ସମ୍ବର୍ଦ୍ଧିତ ହୋଇ ତାଙ୍କ ଅଭିଭାଷଣରେ ସ୍ଲୋଗାନ "ସଡ଼କ ସୁରକ୍ଷା,ପରିବାର ରକ୍ଷା " କୁ ଉଚ୍ଚ୍ୱସିତ ପ୍ରଶଂସା କରି ଦୁର୍ଘଟଣା ସମୂଳେ ଏଡାଇବା ପାଇଁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହିତ ଦୃତ ଗତିରେ ଯାନ ବାହନ ନ ଚଲାଇବାକୁ ପରାମର୍ଶ ଦେଇଥିଲେ ।       Ad.. ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ  ସୁରେନ୍ଦ୍ର ମୋହନ ଚାନ୍ଦ, ନିର୍ମଳ କିଶୋର କର , ଚନ୍ଦ୍ର ଶେଖର ସାହୁ, ...

କଟକ ଆରଟିଓରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା...

Image
କଟକ ଆରଟିଓରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା... କଟକ,୩୦/୦୧  : ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ ।               Ad.. କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ ଏଟିଏସ ସ୍ଥାପନା ହେବ।       Ad.. ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି। ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା ।       Ad.. ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ିଗୁଡ଼ିକ ...

୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ...

Image
୫ ଦିନିଆ ଓଡ଼ିଶା ଗସ୍ତରେ  ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ  ମୋହନ ଭାଗବତ... ଭୁବନେଶ୍ଵର,୩୦/୦୧ : ଓଡିଶାରେ ମୋହନ ଭାଗବତ । ଆଜି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।              Ad.. ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ଶିବରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ।      Ad.. ସେହିପରି ଜାନୁଆରୀ ୩୧ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବାର୍ଷିକୀ ବୈଠକରେ ଯୋଗଦେବେ।     Ad.. Edited by k.s thakur...

ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ପାଳନ ...

Image
ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ପାଳନ ... ବରଗଡ଼,୩୦/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି।  ଦହି ଗାଁ  ଗୈନ୍ତିଆ ଜନାର୍ଦ୍ଦନ ସାହୁ ଙ୍କ ଚେଷ୍ଟା ରେ ପ୍ରତିଷ୍ଠିତ ହାଇସ୍କୁଲ ର ଶତବାର୍ଷିକୀ ପାଳନ କମିଟି ତରଫରୁ ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ରେ ଓଡିଶା ସରକାରରେ ଗ୍ରାମ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ..           Ad.. ବିଜେପୁର ବିଧାୟକ ସନତ ଗଡତିଆ ଏବଂ ଅତାବିରା ବିଧାୟକ ନିହାର ମହାନନ୍ଦ , ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରିତେଶ ବହିଦାର, ସରୋଜ ପାଣିଗ୍ରାହୀ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗଦାନ ଦେଇଥିଲେ।      Ad.. ପ୍ରଥମ ଉଦ୍ଘାଟନୀ ଦିବସରେ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ଠାରୁ ମଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ପରେ ସ୍କୁଲ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦହି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା...

ଘରୋଇ ବସ୍ ଚଳାଚଳ କୁ ନେଇ ବିବାଦ, ବରଗଡ଼ ପଦ୍ମପୁର ବସ୍ ସେବା ବନ୍ଦ...

Image
ଘରୋଇ ବସ୍ ଚଳାଚଳ କୁ ନେଇ ବିବାଦ, ବରଗଡ଼ ପଦ୍ମପୁର ବସ୍ ସେବା ବନ୍ଦ... ବରଗଡ଼,୩୦/୦୧ : ବରଗଡ଼ ଜିଲ୍ଲା ରେ ଘରୋଇ ବସ୍ ଚଳାଚଳ ବିବାଦ କୁ ନେଇ ପଦ୍ମପୁର ଓ ବରଗଡ଼ ଦେଇ ଚଳାଚଳ କରୁଥିବା ଘରୋଇ ବସ୍ ବନ୍ଦ ହୋଇଥିବା ଯୋଗୁଁ ଲୋକ ହଇରାଣ ହେଉଛନ୍ତି। ମନଇଛା ବସ୍ ଚଳୁଛି ।              Ad.. ଜନସାଧାରଣ ଉଚିତ ଦର ଦେଇ ବସ୍ ରେ ଯାତାୟାତ କରୁଥିଲେ ବି ଘରୋଇ ବସ୍ ସେବା ମନମାନି ହେଉଛି ଫଳରେ ସରକାର ଜନସାଧାରଣ ଙ୍କ ସୁବିଧା କୁ ଗୁରୁତ୍ବ ଦେଉନଥିବା ଓ ଏଭଳି ଘରୋଇ ବସ୍ ସେବା ମନମାନି ରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ , ପରିବହନ ବିଭାଗ ର କୈାଣସି ନିୟନ୍ତ୍ରଣ ରହୁନଥିବା ରୁ ଜନସାଧାରଣ ଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।        Ad.. ବରଗଡ଼ ଜିଲ୍ଲା ସଦରମହକୁମା ଠାରୁ ବରଗଡ଼ ଓ ପଦ୍ମପୁର ରାସ୍ତା ରେ ଦୈନନ୍ଦିନ ପ୍ରାୟ ୩୦ ବସ୍ ଯାତାୟାତ କରୁଛି ତିନି ଦିନ ହେଲା କୈାଣସି କାରଣରୁ ଘରୋଇ ବସ୍ ସେବା ଉକ୍ତ ରାସ୍ତା ଦେଇ ବନ୍ଦ ହୋଇଛି ଫଳରେ ଲୋକଙ୍କ ଯାତାୟାତ ସହ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ରେ ବ୍ୟାଘାତ ଉପୁଜୁଛି।     Ad.. Report : Bijay ku sahu Edited by k.s thakur...

୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି!

Image
୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି! ଭୁବନେଶ୍ବର,୨୯/୦୧ : ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।                Ad.. ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହୋଇଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।      Ad.. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଦୁଇ ଦିନ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସରକାର ସାଧାରଣ ଲୋକଙ୍କ ପାଇଁ ଆଉ ଦୁଇଦିନ ବୃଦ୍ଧି କରିଛନ୍ତି। ଜନସାଧାରଣ ଆସନ୍ତାକାଲି ...

ପାଟଣାଗଡ଼ ପାର୍ସଲବୋମା ଘଟଣା: ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ...

Image
ପାଟଣାଗଡ଼ ପାର୍ସଲବୋମା ଘଟଣା: ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ... ପାଟଣାଗଡ଼,୨୯/୦୧ :  ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଶୁଣାଣୀ ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।                Ad.. ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ ।       Ad.. ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରର ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିବା ବେଳେ ଏହା ବିରୋଧରେ ପୁଞ୍ଜିଲାଲା ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ।     Ad.. ସୂଚନା ଯୋଗ୍ୟ; ୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ କୋରିୟରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ବଲାଙ୍ଗୀରର ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେମାମଣି ସାହୁଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ରିମା ସାହୁ ମଧ୍ୟ ଗୁରୁତର ଆହତ ହୋଇଥିଲେ।  ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଇଥିଲା। ତଦନ୍ତ ପରେ ବଲାଙ୍ଗୀର ଜି...

ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ...

Image
ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ... ବରଗଡ଼,୨୯/୦୧ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା, ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରତିନିଧି ଶ୍ରୀ ଶୁରେଶ୍ୱର ସତପଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମୋହନ ଲୁହା, ଜିଲ୍ଲାପାଳ ଶ୍ରୀ ଅଦିତ୍ୟ ଗୋୟଲ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରି ଲଲାଟ କୁମାର ଲୁହା ଏବଂ ଜିଲ୍ଲାର ସମସ୍ତ ବ୍ଲକ ଚେୟାରମେନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।                 Ad.. ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭୋଇ ସମାସ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟକଲେ ବରଗଡ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।        Ad.. ଏହାପରେ ପୁର୍ବ ବୈଠକର ସଭା ବିବରଣୀ ଅନୁଜାୟୀ ଭିଭାଗୱାରୀ...

ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ...

Image
ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ... ବରଗଡ଼, ୨୮/୦୧: ସ୍ଥାନୀୟ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡ. ସଂଗୀତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏଡିଇଓ ଶ୍ରୀ ଜ୍ୟୋତିକାନ୍ତ ସାହୁ...               Ad.. ମୁଖ୍ୟ ବକ୍ତା ରୂପେ ଡ. ସୁଜିତ କୁମାର ପୃଷେଠ, ସମ୍ମାନିତ ଅତିଥି ରୂପେ ଡଃ. ସୁରେନ୍ଦ୍ର କୁମାର ସାହୁ, ବିଇଓ, ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଗଣେଶ ଭୋସାଗର, ପଞ୍ଚସଖା ଶିକ୍ଷାସେତୁର ସଭାପତି ଶ୍ରୀ ଶଶିଭୂଷଣ ପ୍ରଧାନ ଯୋଗଦାନ କରିଥିଲେ।      Ad.. ଶ୍ରୀମତି ରୋଜାଲିନ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭାର ସଂଯୋଜନା କରିଥିବା ବେଳେ, ଶ୍ରୀ ମନୋହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଡଃ. ରଥଙ୍କ ରଚିତ ପ୍ରାରମ୍ଭିକ ସଂଗୀତ ଛାତ୍ର ଛାତ୍ରୀମାନେ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।      Ad.. ମାସିକ ପ୍ରାଚୀର ପତ୍ରିକା "ଉତ୍ସ"ର ବାର୍ଷିକ ଉତ୍ସବ ବିଶେଷାଙ୍କ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ରଙ୍କୁ ନେଇ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙ...

ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ୱାକ୍ଷର...

Image
ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ୱାକ୍ଷର... ଭୁବନେଶ୍ଵର,୨୮/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଆଜି ଉଦଘାଟନ କରିଥିବାବେଳେ ଆଜି ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ୫୪ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।             Ad.. ଏଥିରୁ ପାଖାପାଖି ୪ରୁ ୪.୫ ଲକ୍ଷ କୋଟି ପୁଞ୍ଜି ଆସିବ । ସବୁଠୁ ବଡ଼ ଏମଓୟୁ ଅଦାନୀ ଗ୍ରୁପ ସହ ହୋଇଛି । ଅଦାନୀ ଗ୍ରୁପ ସହ ୨.୨୮ ଲକ୍ଷ କୋଟିର ଏମଓୟୁ ହୋଇଛି । କେନ୍ଦୁଝରରେ ୫ ନିୟୁତ ଟନ୍‌ର ଷ୍ଟିଲ ପ୍ଲାଣ୍ଟ ପାଇଁ ଏମଓୟୁ କରିଛି JSW ।        Ad.. ନବୀନ ଜିନ୍ଦଲ ତାଙ୍କ ଗ୍ରୁପ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତି ରଖି ଆଉ ୭୦ ହଜାର କୋଟି ପୁଞ୍ଜି ନିବେଶ କରିବେ ବୋଲି କହିଛନ୍ତି । ସେହିପରି ବିର୍ଲା ଗ୍ରୁପ ସହ ନୂଆ କପର ଫୋଏଲ ପ୍ଲାଣ୍ଟ ପାଇଁ ଏମଓୟୁ ହୋଇଛି ।     Ad.. ୧୦୦ରୁ ଉର୍ଦ୍ଧ୍ୱ ଇଣ୍ଟେଣ୍ଟ ଆସିଥିବାବେଳେ ସବୁ MOU କରିବା ଠିକ୍‌ ନୁହେଁ ଏବଂ ଯାହା ରାଜ୍ୟ ସରକାରଙ୍କ ପଲିସିକୁ ସପୋର୍ଟ କରୁଥିବ ସେମାନଙ୍କ ସହ MOU ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି । କାଲି ଇଲେକ୍ଟ୍ରୋନ...

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର...

Image
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର... କାଲିମେଳା,୨୮/୦୧ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର କୈଳାସ ମାଡକାମୀ ନାମକ ଜଣେ ୨୨ ବର୍ଷୀୟ ଯୁବକଙ୍କ ଖୁଲନ୍ତା ମୃତଦେହ ନିକଟସ୍ଥ ଜଙ୍ଗଲରୁ ଠାବ ହୋଇଛି।              Ad.. ଏକ ମହୁଲ ଗଛରେ ଅଧା ଖୁଲନ୍ତା ଅବସ୍ଥାରେ ମୃତଶରୀର ଦେଖି ପରିବାର ଲୋକ କାଲିମେଳା ଥାନାରେ ଅଭିଯୋଗ କରିଥିବାର ଜଣା ପଡିଛି। ମୃତ ଯୁବକଙ୍କ ହାତ ଗୋଡ଼ ମାଟିରେ ଲାଗିଥିବା ବେଳେ ବେକରେ ଏକ ଓଢଣୀ ଲାଗିଥିବାର ଦେଖିବାକୁ ମିଳିଛି।        Ad.. ମୃତ ଶରୀର ନିକଟରେ ଏକ ଧଳା ଗାମୁଛା ତଳେ ପଡ଼ିଥିବା ବେଳେ ହାତରେ କଟା ଦାଗ ରହିଛି। ଗତକାଲି ସନ୍ଧ୍ୟାରେ କୈଳାଶ ଘରେ ଥିବା ବେଳେ ରାତିରୁ ନିଖୋଜ ଥିଲେ। ଆଜି ସକାଳେ ଘର ନିକଟରୁ ପ୍ରାୟ ଏକ କିମି ଦୂର ଏକ ଜଙ୍ଗଲିଆ ସ୍ଥାନରେ ଥିବା ଏକ ମହୁଲ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା।       Ad.. କାଲିମେଳା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ସୂଚନା ମିଳିଛି। Edited by k.s thakur...