ସଡକ ସୁରକ୍ଷା ମାସ ଉଦଯାପନୀ ଉତ୍ସବ ରେ ବରିଷ୍ଠ ନାଗରିକ ସଂଘର ସକ୍ରିୟ ଯୋଗଦାନ...

ସଡକ ସୁରକ୍ଷା ମାସ ଉଦଯାପନୀ ଉତ୍ସବ ରେ ବରିଷ୍ଠ ନାଗରିକ ସଂଘର ସକ୍ରିୟ ଯୋଗଦାନ...


ବରଗଡ଼,୩୧/୦୧ : ଆଜି ଶୁକ୍ରବାର ଦିନ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସ ପାଳନ ର ଉଦଯାପନୀ ଉତ୍ସବରେ ବରଗଡ଼ ଆର୍. ଟି. ଓ. ଶ୍ରୀ ସାବୁଆ ମାଝୀ ଙ୍କ ନିମନ୍ତ୍ରଣ କୁ ସମ୍ମାନ ଜଣାଇ ସଭାପତି ଶ୍ରୀ ପ୍ରମୋଦ ଝାଙ୍କର ଙ୍କ ନେତୃତ୍ବରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନେକ ସଦସ୍ୟ ଯୋଗଦେଇ ସମ୍ମାନିତ ହେବା ସହ କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ।

Ad..


ଉତ୍ସବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଓ ଧନୁଯାତ୍ରା ମହୋତ୍ସବ କମିଟି ସମ୍ପାଦକ ଓ ବରିଷ୍ଠ ନେତା ଶ୍ରୀ ସୁରେଶ୍ୱର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ର ବିଭିନ୍ନ ଦିଗ ଓ ସରକାରଙ୍କ ପଦକ୍ଷେପ ଉପରେ ମନ୍ତବ୍ୟ ରଖିଥିଲେ।

    Ad..


ସଂଘ ତରଫରୁ ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ସମ୍ବର୍ଦ୍ଧିତ ହୋଇ ତାଙ୍କ ଅଭିଭାଷଣରେ ସ୍ଲୋଗାନ "ସଡ଼କ ସୁରକ୍ଷା,ପରିବାର ରକ୍ଷା " କୁ ଉଚ୍ଚ୍ୱସିତ ପ୍ରଶଂସା କରି ଦୁର୍ଘଟଣା ସମୂଳେ ଏଡାଇବା ପାଇଁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହିତ ଦୃତ ଗତିରେ ଯାନ ବାହନ ନ ଚଲାଇବାକୁ ପରାମର୍ଶ ଦେଇଥିଲେ

     Ad..


ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ  ସୁରେନ୍ଦ୍ର ମୋହନ ଚାନ୍ଦ, ନିର୍ମଳ କିଶୋର କର , ଚନ୍ଦ୍ର ଶେଖର ସାହୁ, କାହ୍ନୁ ଚରଣ ପୃଷ୍ଟି, ପାର୍ବତୀ ରାଓ,ରମାକାନ୍ତ ସାହୁ, ଅଭୟ ଭୋଇ, ଅଶୋକ କୁମାର ଅଗ୍ରୱାଲ, ଧୀରେନ୍ଦ୍ର ପୃଷ୍ଟି  ପ୍ରମୁଖ  ଯୋଗଦେଇଥିଲେ।

ସ୍କୁଲ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ  ଉତ୍ସବ ଅନୁଷ୍ଠିତ ହୋଇଥିଲା।ଶେଷରେ ଏମ.ଭି. ଆଇ .ଶ୍ରୀମତୀ ସୁଷମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...