ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ...

ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ...


ବରଗଡ଼,୨୯/୦୧ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା, ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରତିନିଧି ଶ୍ରୀ ଶୁରେଶ୍ୱର ସତପଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମୋହନ ଲୁହା, ଜିଲ୍ଲାପାଳ ଶ୍ରୀ ଅଦିତ୍ୟ ଗୋୟଲ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରି ଲଲାଟ କୁମାର ଲୁହା ଏବଂ ଜିଲ୍ଲାର ସମସ୍ତ ବ୍ଲକ ଚେୟାରମେନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

               Ad..


ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭୋଇ ସମାସ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟକଲେ ବରଗଡ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। 

     Ad..


ଏହାପରେ ପୁର୍ବ ବୈଠକର ସଭା ବିବରଣୀ ଅନୁଜାୟୀ ଭିଭାଗୱାରୀ  ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଏବଂ ଯୋଜନାର କାର୍ଯ୍ୟକାରିତା ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥାନ କରିଥିଲେ ।

    Ad..


ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ନିରୁପମା ଶଡଙ୍ଗୀ ଜିଲ୍ଲାର ଡାକ୍ତରଖାନାରେ ଥିବା ଡାକ୍ତରଙ୍କ ଖାଲି ପଡିଥିବା ପଦବୀ, ବଗ୍ଚି ଶ୍ରୀ ଶଙ୍କରା ପ୍ରତିଷ୍ଠାନ ସହଯୋଗରେ କର୍କଟ ରୋଗର ଚିକିତ୍ସା, କର୍ମଚାରୀଙ୍କ ନୀୟମିତ ଉପସ୍ଥାନ ନିମନ୍ତେ ବାୟୋମାଟ୍ରିକ ବ୍ୟବସ୍ଥା ବିଷୟରେ କହିଥିଲେ । 

ବିଦ୍ୟୁତ ଯୋଗାଣ ବିଷୟରେ ଟିପଡବ୍ଲୁଓଡିଏଲ ଜୋନାଲ ହେଡ ଉପସ୍ଥାପନ କରି ଉଠା ଜଳସେଚନ ବିଭାଗ ସହ ସମନ୍ୱୟ ରଖି ବୋର ୱେଲ ଜଳ ଯୋଗାଣର ତ୍ୱରାନିତ ପ୍ରକ୍ରିୟା ବିଷୟରେ ଉପସ୍ଥାପନ କରିଥିଲେ। 

ଏହାପରେ ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ପରିମଳ,  ଯୋଗାଣ ଓ ଖାଉଟି କଲ୍ୟାଣ, ସାମଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ସୁଭଦ୍ରା ଯୋଜନାର ଅଗ୍ରଗତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଯୋଗ୍ୟତା, ଜବକାର୍ଡ ଓ ଆଧାର କାର୍ଡ ଭେରିଫିକେସନ , ଓପଡେଟ ବ୍ୟବସ୍ଥା,  ବସୁନ୍ଧରା ଯୋଜନାରେ ଭୁମିହୀନଙ୍କୁ ଭୁମି ପ୍ରଦାନ ବ୍ୟବସ୍ତା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନତା କାଯ୍ୟକ୍ରମ, ଶିଶୁ ସୁରକ୍ଷା, ଶିକ୍ଷା ବ୍ୟବସ୍ତା, ପିଲାଙ୍କ ସ୍କୁଲ ୟୁନିଫର୍ମ ବିତରଣ , ଉଦ୍ୟାନକୃଷି ଭିଭାଗ ଦ୍ୱାରା ପ୍ରତି ସବଡିଭିଜନରେ ନିର୍ମାଣ ହେବାକୁଥିବା ଶିତଳ ଭଣ୍ଡାର ନିର୍ମାଣ ନିମନ୍ତେ ଜମି ଚିହ୍ନଟ ଏବଂ ଏହାର ଅଗ୍ରଗତି ବିଷୟରେ ଆଲୋଚନା କରିବା ପରେ ସଠିକ ହିତାଧିକାରୀଙ୍କୁ ଚିହ୍ନଟ କରି ଆଳୁ ହଳଦି ପିଆଜ ଅଦା ଆଦି ବାଣ୍ଟିବା ପାଇଁ ଆଲୋଚନା ହେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ଏବଂ ପୁର୍ତ୍ତ ବିଭାଗ ଦ୍ୱାରା ରାସ୍ତା ଓ କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା ହୋଇଥିଲା ।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...