ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ପାଳନ ...
ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ପାଳନ ...
ବରଗଡ଼,୩୦/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଦହି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି। ଦହି ଗାଁ ଗୈନ୍ତିଆ ଜନାର୍ଦ୍ଦନ ସାହୁ ଙ୍କ ଚେଷ୍ଟା ରେ ପ୍ରତିଷ୍ଠିତ ହାଇସ୍କୁଲ ର ଶତବାର୍ଷିକୀ ପାଳନ କମିଟି ତରଫରୁ ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ରେ ଓଡିଶା ସରକାରରେ ଗ୍ରାମ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ..
Ad..
ବିଜେପୁର ବିଧାୟକ ସନତ ଗଡତିଆ ଏବଂ ଅତାବିରା ବିଧାୟକ ନିହାର ମହାନନ୍ଦ , ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରିତେଶ ବହିଦାର, ସରୋଜ ପାଣିଗ୍ରାହୀ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗଦାନ ଦେଇଥିଲେ।
Ad..
ପ୍ରଥମ ଉଦ୍ଘାଟନୀ ଦିବସରେ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ଠାରୁ ମଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ପରେ ସ୍କୁଲ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦହି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Ad..
ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ, ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଯୋଗଦାନ ଶତବାର୍ଷିକୀ ପାଳନ ଅଧିକ ଆକର୍ଷଣୀୟ ହୋଇଥିବା ବେଳେ ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ପାଣ୍ଡେ ଶତବାର୍ଷିକୀ ବିବରଣୀ ପାଠ କରିଥିଲେ।
ଏବିଇଓ ବିଶିକେଶନ ଶତପଥି,ଦହିତା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେଶ ସାହୁ, ଉପେନ୍ଦ୍ର ପ୍ରଧାନ, କେଶ ରଞ୍ଜନ ପଧାନ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇ ପୂର୍ବତନ ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜେନ୍ଦ୍ର ମହାନ୍ତି ଓ ଗୋବିନ୍ଦ ସେଠ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଶତବାର୍ଷିକୀ ପାଳନ କମିଟି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment