୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ...
୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ...
ଭୁବନେଶ୍ଵର,୩୦/୦୧ : ଓଡିଶାରେ ମୋହନ ଭାଗବତ । ଆଜି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Ad..
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ଶିବରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ।
Ad..
ସେହିପରି ଜାନୁଆରୀ ୩୧ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବାର୍ଷିକୀ ବୈଠକରେ ଯୋଗଦେବେ।
Ad..
Edited by k.s thakur...
Comments
Post a Comment