କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ କେବେ ?

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ କେବେ ?


କଣ୍ଟାବାଞ୍ଜି,୩୦/୦୫  : ୨୦୨୪ ନିର୍ବାଚନରେ ଯେତେ ଗୁଡ଼ିଏ ନିର୍ବାଚନମଣ୍ଡଳୀ ଥିଲା ସେଥ୍ ମଧ୍ଯରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀଟି ଥିଲା ସ୍ଵତନ୍ତ୍ର । କାରଣ ଏଠାରେ ଟକ୍ଟର ଚାଲିଥିଲା ହେବିୱେଟ ନେତାଙ୍କ ମଧ୍ୟରେ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା ଓ ବର୍ତ୍ତମାନର ବିଧାୟକ ଲକ୍ଷ୍ମଣ ବାଗ ଙ୍କ ମଧ୍ୟରେ। 

            Ad..


ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇବା ଏତେ ସହଜ ସାଧ୍ଯ ନଥିଲେ ବି ବିଜେପିର ମଙ୍ଗ ଧରି ଶ୍ରୀଯୁକ୍ତ ବାଗ ନିଜର ପାରିଦର୍ଶିତା ଓ ଲୋକ ପ୍ରୀୟତା ପରିଚୟ ଦେଇ ବିଜେଡ଼ି ଅର୍ଥାତ୍ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଊର୍ଦ୍ଧ୍ବ ଭୋଟରେ ହରାଇ ବିଜୟ ଲାଭ୍ କରିଥିଲେ। 

         Ad..


ନିର୍ବାଚନ ଫଳାଫଳ ଶୁଣି ସମସ୍ତେ ଆଶ୍ଚମ୍ବିତ ହୋଇଥିଲେ । କାରଣ ନବୀନ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କୁ ପରାଜୟ ର ସ୍ଵାଦ ଚଖାଇ ଥିଲେ ଲକ୍ଷ୍ମଣ ବାଗ। ଗୋଟିଏ ଚାଷୀ ମୂଲିଆ ପାରିବାର ରୁ ଆସୁଥିବା ଲକ୍ଷ୍ମଣ ବାଗ ୫ ଥରର ମୁଖ୍ୟମନ୍ତ୍ରୀ ଙ୍କୁ ହରାଇବା ପୁରା ଦେଶ ରେ ବିଷ୍ମୟ ଶୃଷ୍ଟି କରିଥିଲା। 

ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ଵ ମଧ୍ୟ ଆଶ୍ଚୟ  ହୋଇ ଯାଇଥିଲେ। ଶ୍ରୀ ପଟ୍ଟନାୟକ କୁ ପରାଜିତ କରି ଜାତୀୟ ସ୍ତରରେ ଷ୍ଟାର ରାଜନେତା ହୋଇ ଯାଇଥିଲେ ଲକ୍ଷ୍ମଣ, କିନ୍ତୁ ସେଭଳି ଜଣେ ସଂଗ୍ରାମୀ, ଲଢ଼ୁଆ ରାଜନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ନଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଜନସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି।

ସେତେବେଳେ କିନ୍ତୁ ଚର୍ଚ୍ଚା ଉଠିଥିଲା ଲକ୍ଷ୍ମଣ ବାଗ ଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବା ପାଇଁ । କିନ୍ତୁ ଶେଷ ପର୍ଯ୍ୟାୟରେ ବାଦ୍ ଦେବା ବୁଦ୍ଧି ଜୀବି, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବାସୀଙ୍କ ସହ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଆଘାତ ଦିଆଯାଇଛି ବୋଲି ଆଲୋଚନା ହେଉଛି । ଲକ୍ଷ୍ମଣ ବାଗ୍ ଜଣେ ଅନୁଭବୀ ନେତା । ତାଙ୍କ ଦ୍ବାରା ସରକାର ଓ ଦଳ ପାଇଁ ବହୁଳ ଲାଭ ହେବ । ନବୀନ ପଟ୍ଟନାୟକଙ୍କୁ ପରାଜିତ କରିବା ଛୋଟ କଥା ନୁହେଁ ଏହା ଦଳ ଜାଣିବା ଉଚିତ୍ ବୋଲି ଚର୍ଚ୍ଚା ହେଉଛି। 

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଶ୍ରୀ ବାଗ୍ କଂଗ୍ରେସ ଠାରୁ ମାତ୍ର ୧୨୮ ଖଣ୍ଡ ଭୋଟରେ ହାରି ପରାଜୟ ବରଣ କରିଥିଲେ। ୨୦୨୪ ନିର୍ବାଚନ ରେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ ଶ୍ରୀ ବାଗ । ମନ୍ତ୍ରୀମଣ୍ଡଳ ଗଠନ ହେବାର ଇତି ମଧ୍ଯରେ ୧୧ ମାସ ପୂରଣ ହୋଇଗଲାଣି। ପ୍ରଥମରୁ ଶପଥ ନେଲା ବେଳେ ଯେଉଁ ଛଅ ମନ୍ତ୍ରୀ ପଦ ବାକି ରହିଥୁଲା ଏବେବି ସେହି ସମାନ ସ୍ଥିତି । କେବେ ପୂରଣ ହେବ ତା’ର ବି  କିଛି ଗ୍ୟାରେଣ୍ଟି ନାହିଁ । 

ତେବେ ମନ୍ତ୍ରୀ ପଦ ପାଇବା ଆଶାରେ ଦୁଇ ଡର୍ଜନରୁ ଅଧୂକ ଆଶାୟୀଙ୍କ ମନ ହେଲାଣି ଛଟପଟ। ଜୋରଦାର ଲବି ଆରମ୍ଭ କରିଦେଲେଣି। ତେବେ ସେମାନଙ୍କ ମଧ୍ୟରେ ବିଧାୟକ ବାଗ୍‌ଙ୍କ ପାଳି ପଡ଼ିବ ତ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏ ନେଇ ଦାବି ରଖିଛନ୍ତି କଣ୍ଟାବାଞ୍ଜି ନଗର ସଭାପତି ତଥା ଗୌଡ ସମାଜ ଯୁବ ସଭାପତି ବେଦ ବ୍ୟାସ ନାଗ। 

ସେ କହିଛନ୍ତି ଯେ ଗୋଟିଏ ଗରିବ ଚାଷୀ ମୂଲିଆ ପାରିବାର ରୁ ଆସୁଥିବା ଜଣେ ଯୁବ ନେତା କୁ ଅଣ ଦେଖା କରିବା ଦୁଃଖ ପରିତାପ୍ ର ବିଷୟ। ସେ ଦାବି କରିଛନ୍ତି ଯେ ଲକ୍ଷ୍ମଣ ବାଗ ଙ୍କୁ ଯଥା ଶୀଘ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଉ। ଯତ୍ ଦ୍ଵାରା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଉନ୍ନତି ସହ ଗରିବ ଖଟିଖିଆ ଶ୍ରେଣୀ ର ଲୋକେ ମଧ୍ୟ ପୂର୍ଣ୍ଣ ଲାଭ ପାଇ ପାରିବେ।




Edited by k.s thakur...






Comments

  1. एक कर्तव्य परायण श्री लक्ष्मण बाग को मंत्री पद देना बहुत ही आवश्यक है कारण हमारा कांटा मांझी निर्वाचन मंडली बहुत ही पिछड़ा हुआ है और कोई भी व्यक्तिगत सुविधा नहीं है और यह यह व्यक्तित्व जहां के जनमानस से मिला मिला हुआ है हरित का दुख दर्द को समझता है और इसे अवश्य ही इस अंचल की उन्नति के लिए मंत्री पद देना ही चाहिए यह मेरा बीजेपी सरकार से मुख्यमंत्री श्रीमाजी बाबू से मन से दिल से विनती है कि वह उन्हें यह पद अवश्य अवश्य देवे

    ReplyDelete

Post a Comment

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...