ଜୀବନ ବଞ୍ଚାଇଲେ ସାମ୍ବାଦିକ,ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲେ ଡାକ୍ତରଖାନା...

ଜୀବନ ବଞ୍ଚାଇଲେ ସାମ୍ବାଦିକ,ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ପଠାଇଲେ ଡାକ୍ତରଖାନା...


ମୁରିବାହାଲ,୩୧/୦୩ :- ଜୀବନ ବଞ୍ଚାଇଲେ ସାମ୍ବାଦିକ।ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା କୁ ନେଇଥିଲେ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ-ହଳଦୀ ରାସ୍ତାର ଯମୁନା ଗାଁ ବୁଲାଣି ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ଗୁରୁତର ହୋଇ ପଡ଼ିଥିଲେ।

Ad..


ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠେଇଥିଲେ ସାମ୍ବାଦିକ ମାନେ। ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗାଁ ର ଶତୃଘନ ବେହେରା କୌଣସି କାମରେ ମୁରିବାହାଲ ଯାଇ ଘରକୁ ଫେରୁଥିବା ବେଳେ ଯମୁନା ଗାଁ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵରେ ପଡି ଯାଇଥିଲେ । 

ଏତିକି ସମୟରେ ହଳଦୀ ଅଞ୍ଚଳରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ କଣ୍ଟାବାଞ୍ଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ତଥା କଳିଙ୍ଗ ଟିଭି ପ୍ରତିନିଧି ଦୀପକ ଯାଦବ, ନନ୍ଦିଘୋଷ ଟିଭି ପ୍ରତିନିଧି ରଶ୍ମିରଞ୍ଜନ ପୁଟେଲ, ଅର୍ଗସ ନ୍ୟୁଜ ପ୍ରତିନିଧି ହୁଲେଶ୍ୱର ହଂସ,କନକ ନ୍ୟୁଜ ପ୍ରତିନିଧି ପୁଷ୍ପକେତୁ ବେହେରା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ମଧ୍ୟ ହେଉଥିଲା।ଡହ ଡହ ଖରା ଯୋଗୁଁ ରାସ୍ତା ଘାଟ ଶୁନଶାନ ଥିବା ବେଳେ  ଦେବଦୂତ ଭଲି ଠିକ ସମୟରେ ପହଞ୍ଚି  ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ସାମ୍ବାଦିକ ଙ୍କ ଏଭଳି କାର୍ଯ୍ୟ କୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।



Edited by k.s thakur...

Comments

  1. Great
    ବହୁତ୍ ବହୁତ୍ ଧନ୍ୟବାଦ୍

    ReplyDelete

Post a Comment

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...