କେଦାରନାଥ ମନ୍ଦିରରେ ରକ୍ତଦାନ ଶିବିର: ୩୫ ୟୁନିଟ ରକ୍ତ ସଂଗୃହିତ...

କେଦାରନାଥ ମନ୍ଦିରରେ ରକ୍ତଦାନ ଶିବିର: ୩୫ ୟୁନିଟ ରକ୍ତ ସଂଗୃହିତ...


ବରଗଡ,୨୯/୧୨ : ସବୁଠୁ ବଡ ଦାନ ରକ୍ତଦାନ। ସମାଜସେବା ହିଁ ସବୁଠୁ ବଡ ସମ୍ପଦ । ଏଣୁ ସେବାରେ ଯୁବ ସମାଜ ସମର୍ପିତ ରୁହନ୍ତୁ ବୋଲି ସଂକଲ୍ପ ପରିବାର ଓ କେଦାରନାଥ ମନ୍ଦିର କମିଟି ପକ୍ଷରୁ ହୋଇଥିବା ରକ୍ତଦାନ ଶିବିରରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।

            Ad..


ସଂକଲ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ଆଜି କେଦାରନାଥ ମନ୍ଦିରଠାରେ ରକ୍ତଦାନ ଉପରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଶିବିରର ଆୟୋଜନ କରାଯାଇଥିଲା। 

Ad..


ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ସହାୟତାରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସଂକଳ୍ପ ପରିବାର ପ୍ରତ୍ୟକ ବର୍ଷ ଶେଷ ମାସରେ କେଦାରନାଥ ମନ୍ଦିରରେ ରକ୍ତଦାନ ଶିବିର ଆୟୋଜନ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଦରକାର ସମୟରେ ରକ୍ତ ଯୋଗାଇ ଦେଉଥିବାରୁ ଉତ୍ସାହର ସହ ରକ୍ତଦାତାମାନେ ରକ୍ତଦାନ କରିଥିଲେ । 

    Ad..


କେଦାରନାଥ ମନ୍ଦିର କମିଟି ଓ ସଂକଲ୍ପ ପରିବାର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବରେ ଡା.ପ୍ରଶାନ୍ତ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାଜେଶ ସରାଫ ଯୋଗଦେଇଥିଲେ । ରକ୍ତ ଅଭାବରୁ କାହାରି ଜୀବନ ନଯାଉ ଏହାକୁ ପାଥେୟ କରି ସଂକଳ୍ପ ପରିବାରର ସଦସ୍ୟ ମାନେ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି।

ଏହାଦ୍ୱାରା ସମାଜରେ ରକ୍ତଦାନ କ୍ଷେତରେ ଲୋକେ ସଚେତନ ହୋଇପାରୁଛନ୍ତି । ଏଭଳି ସେବା କାର୍ଯ୍ୟ ସଂକଲ୍ପ ପରିବାର ଜାରି ରଖୁ ବୋଲି ଅତିଥିଗଣ କହିଥିଲେ । ମନ୍ଦିର କମିଟିର ବୁବୁନ ପଣ୍ଡା, ଅଭୟ ପଣ୍ଡା, ସଂକଲ୍ପ ପରିବାରର ସଭାପତି ଶ୍ରୀ ଅଗ୍ରୱାଲ, ସଂପାଦକ ଜି ରମେଶ, ଅନନ୍ତ ସାହୁ, ବିକାଶ ଭୋଇ, ଶେଷଦେବ ପ୍ରଧାନ, ନିଲେଷ ପ୍ରଧାନ, ପ୍ରତ୍ୟୁଷ ଷଡଙ୍ଗୀ, ନବୀନ ବୁଡେକ, ଶେଷଦେବ ପ୍ରଧାନ, ପିଙ୍କୁ ପଣ୍ଡା, ପିଙ୍କୁ ବେହେରା, ପୁଷ୍ପାଞ୍ଜଳୀ ସରାଫ, ବାସମତୀ ବନଛୋର, ଯଶୋବନ୍ତୀ ପୋଢଙ୍କ ସହ ବହୁ ସଦସ୍ୟ ଯୋଗଦାନ କରି ଆଜିର ଶିବିର ପରିଚାଳନା କରିଥିଲେ।



Report : Bijay ku sahu

Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...