ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା...

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା...


ଭୁବନେଶ୍ୱର,୩୦/୧୧ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା  ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏଯାଏ କୌଣସି ସୂଚନା ମିଳିନାହିଁ ।

Ad..


ସୂଚନା ଅନୁସାରେ ,କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଭୁବନେଶ୍ୱର ବିମାନବନ୍ଦରର ଫଟୋ ସଂଲଗ୍ନ ହୋଇଥିଲା । ଏହାପରେ ଏବେ ବିମାନବନ୍ଦରରେ ଏହି ଅଜଣା ନୀଳ ବ୍ୟାଗ୍ ରହିଥିବା ଦେଖିବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟଗକୁ ନେଇ ତନାଘନା ଜାରି ରହିଛି। ଏହାପରେ ସେଠିକାର ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି। 



Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...