ଶିକ୍ଷକ ଶିକ୍ଷା ବିଭାଗର ଚାରିଦିନିଆ ପ୍ରି-ଇଣ୍ଟର୍ନସିପ୍ କର୍ମଶାଳା ଉଦ୍ ଘାଟିତ...
ଶିକ୍ଷକ ଶିକ୍ଷା ବିଭାଗର ଚାରିଦିନିଆ ପ୍ରି-ଇଣ୍ଟର୍ନସିପ୍ କର୍ମଶାଳା ଉଦ୍ ଘାଟିତ...
ବରଗଡ଼,୨୮/୧୧ : ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ଶିକ୍ଷକ ଶିକ୍ଷା ବିଭାଗ ଦ୍ଵାରା ଚାରିଦିନିଆ ପ୍ରି-ଇଣ୍ଟର୍ନସିପ୍ କର୍ମଶାଳା ଉଦ୍ ଘାଟିତ ହୋଇଯାଇଛି । ଏହା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କର୍ମଶାଳାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବରଗଡ଼ର ଶ୍ରୀ ଆର.ସି.ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ ଗଗନ ବେହେରା ଯୋଗଦେଇଥିଲେ।
Ad..
ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସହକାରୀ ପ୍ରଫେସର ପଦ୍ମିନୀ ଦଣ୍ଡସେନା । ବିଭାଗମୁଖ୍ୟ ଜନ୍ମେଜୟ ପଧାନ ବି.ଇଡି. ଓ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ଆଧୁନିକ ଗୁଣାତ୍ମକ ଶିକ୍ଷା ଓ ପ୍ରଭାବଶାଳୀ ଶ୍ରେଣୀଗୃହ ଶିକ୍ଷାଦାନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବା ନିମିତ୍ତ ପ୍ରଶିକ୍ଷଣ ଦେବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ଜଣେ ଉତ୍ତମ ଶିକ୍ଷକର ଗୁଣାବଳୀ, ପ୍ରଭାବଶାଳୀ ଶ୍ରେଣୀଗୃହ ଶିକ୍ଷାଦାନର ମହତ୍ତ୍ଵ, ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକଶିକ୍ଷୟିତ୍ରୀଙ୍କ ସୈ।ହାର୍ଦ୍ଦ୍ୟପୂର୍ଣ୍ଣ ଓ ସହାନୁଭୂତି ସମ୍ପନ୍ନ ବ୍ୟବହାର ସର୍ବୋପରି ସେମାନଙ୍କ ଭୂମିକା ଓ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସେଠ୍ । ଆର.ସି.ସାହୁ ପାଠ୍ୟ ଯୋଜନାର ସଠିକ୍ ପ୍ରସ୍ତୁତି ସହିତ ଆଧୁନିକ ଗୁଣାତ୍ମକ ଶିକ୍ଷାର କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ।
ଗଣିତର ପ୍ରଭାବଶାଳୀ ଶିକ୍ଷାଦାନ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ଶ୍ରୀ ଗଗନ ବେହେରା । ବି.ଇଡି. ଓ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛାତ୍ରଛାତ୍ରୀ ସମେତ ଅଧ୍ୟାପକ ଅଧ୍ୟାପିକା ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ସହକାରୀ ପ୍ରଫେସର ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment