ମୁରିବାହାଲରେ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ...
ମୁରିବାହାଲରେ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ...
ମୁରିବାହାଲ,୩୦/୧୧ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଫରେଷ୍ଟ୍ ବଙ୍ଗଳା ଠାରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି । ସ୍ଥାନୀୟ ମାଁ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ ହେଇଥିଲା।
Ad..
ମୁରିବାହାଲ ମାହେଶ୍ୱରୀ ସେନାର ସଭାପତି ସୁବ୍ରତ୍ କୁମାର ମହାକୁର ଏବଂ ବଜରଙ୍ଗ ଦଳ ମୁରିବାହାଲର ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ସଂପୃକ୍ତ ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର ଏବଂ ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ସି.ଏଚ୍.ସି ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ରାକେଶ ପଣ୍ଡିତ, ଡକ୍ଟର ଇପ୍ସିତା ବେହେରା,ମୁରିବାହାଲ ସିଡିପିଓ ପୂର୍ଣ୍ଣିମା ବୈଠାରୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ସେହିପରି ଏହି ଶିବିରରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାୟକଙ୍କ ସମେତ ପ୍ରାନ୍ତ ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର ଏବଂ ଟିଟିଲାଗଡ଼ ଜିଲ୍ଲା ସଂଯୋଜକ ରାଜେଶ କୁମାର ପଟ୍ଟନାୟକ ଉପସ୍ଥିତ ରହି ବଜରଙ୍ଗ ଦଳର ଆଭିମୁଖ୍ୟ ଏବଂ ରକ୍ତଦାନର ଉପକାରିତା ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ ।
ଏହି ରକ୍ତଦାନ ଶିବିରରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ ଏଥିରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର ଟେକନିସିଏନ୍ ଗଜପତି ବେହେରା, କୁନାଲ୍ ଦାସ ଏବଂ ଶିବ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ଏବଂ ପ୍ରଦୀପ ମହାପାତ୍ର ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
ସେହିପରି ଏଥିରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ମାନସ ଖଣ୍ଡଗିରି, ବେଲପଡା ପ୍ରଖଣ୍ଡ ସଂଯୋଜକ ସୁରେଶ ଡାଙ୍ଗ,ସଇଁତଳା ପ୍ରଖଣ୍ଡ ସଂଯୋଜକ ରାକେଶ କୁମାର ସାହୁ,ଜିଲ୍ଲା ଗୋ ରକ୍ଷା ପ୍ରମୁଖ ସୁଧାଂଶୁ ପୋଢ଼ ଯାଦବ, ମୁରିବାହାଲ ଦୂର୍ଗା ବାହିନୀର ସହ ସଂଯୋଜିକା ସୋନାଲୀ ପ୍ରଭା ସାହୁଙ୍କ ସମେତ ମୁରିବାହାଲ ମାହେଶ୍ୱରୀ ସେନାର ଉପସଭାପତି ରାହୁଲ ପଧାନ, ଲବ ପଧାନ, ସମ୍ପାଦକ ପ୍ରଦୀପ ବଘାର,ସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ବଘାର, ପ୍ରଶାନ୍ତ ମାହାର,ରାଜୀବ ପଧାନ, ଲିଲୁ ମୋହନ ପଧାନ, କୋଷାଧକ୍ଷ ଲଳିତ ବଘାର, କାର୍ଯ୍ୟକାରୀ ସଭାପତି ସତ୍ୟଜିୟ ପଧାନ, ଉମାକାନ୍ତ ଅମାତ, ରାଜୀବ ପଧାନ, କୁନୁ ପଧାନ ନିତିନ ବଘାର, ରିକୁ ବଘାର ଉପଦେଷ୍ଟା କମିଟି ରୁ ଅଗସ୍ତି ବଘାର, ପ୍ରଫୁଲ୍ଲ ବଘାର, ସୁଦାମ ଚରଣ ବଘାର, ସୁବାଷ ବଘାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Report : sudam baghar
Edited by k.s thakur...
Comments
Post a Comment