ବରଗଡ଼ ଜିଲ୍ଲା ରେ ମଣ୍ଡି କୁ ନ ଯାଇ ସିଧାସଳଖ ମିଲ କୁ ଯାଉଛି ଧାନ...
ବରଗଡ଼ ଜିଲ୍ଲା ରେ ମଣ୍ଡି କୁ ନ ଯାଇ ସିଧାସଳଖ ମିଲ କୁ ଯାଉଛି ଧାନ...
ବରଗଡ଼,୩୦/୧୧ : ବରଗଡ଼ ଜିଲାରେ ଧାନ କିଣାବିକା ଦଲାଲ ମୁକ୍ତ ନୁହେଁ କାରଣ ଆଜି ଗୁଡେସିରା ମାର୍କେଟ ୟାଡ ର ହେମାଳୀ ମାନେ ସିଧା ସଳଖ ଚାଷୀ ର ଧାନ ଅନଲୋଡ଼ ନ ହୋଇ ମିଲ କୁ ଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ମଣ୍ଡି ଆରମ୍ଭ ରୁ ସେମାନେ ହେମାଳୀ କାମ କରି ଗୁଜୁରାଣ ମେଣ୍ଟାଉଥିଲେ।
Ad..
ହେଲେ ଚଳିତ ବର୍ଷ ମଣ୍ଡି ପରିଚାଳକ ଆଉ ଧାନମଣ୍ଡିରେ ଧାନରଖୁ ନାହାଁନ୍ତି ଯେଉଁ ଚାଷୀ ଧାନ ଆଣୁଛନ୍ତି ସିଧାସଳଖ ରାଇସ ମିଲ କୁ କୌଣସି ପରୀକ୍ଷା ନିରୀକ୍ଷା ନ କରି ପଠାଇ ଦେଉଛନ୍ତି। ଯେହେତୁ ଆଗରୁ ଧାନ ଅନଲୋଡ଼ ହୋଇ ପରୀକ୍ଷା କରାଯାଇ ପରେ ମିଲ କୁ ପଠାଯାଉଥିଲା ସେଥିପାଇଁ ହେମାଳୀମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିଲା ହେମାଳୀ ମାନେ ଧାନ ଅନଲୋଡ଼ କରୁଥିଲେ ବସ୍ତା ରେ ଭର୍ତ୍ତି କରି ଓଜନ କରି ମିଲ କୁ ପଠାଇବା ପାଇଁ ପୂଣି ଗାଡ଼ିରେ ଲୋଡ଼ କରୁଥିଲେ।
ଏହି କାମ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଲେବର ମାନଙ୍କୁ ପରିଶ୍ରମିକ ମିଳିଥାଏ ହେଲେ ଚଳିତ ବର୍ଷ ଆଉ ସେହି ମଣ୍ଡି ପରିଚାଳନା କରାଯାଉ ନାହିଁ ସିଧା ସଳଖ ଧାନ ରାଇସ ମିଲ କୁ ଯାଉଛି। ତେଣୁ ମଣ୍ଡି ପରିଚାଳକ ହେମାଳୀ ମାନଙ୍କୁ ମଣ୍ଡି ନ ଆସିବା ପାଇଁ କହିଛନ୍ତି ବୋଲି ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି।
ହେମାଳ ମାନେ ଦୀର୍ଘ ବର୍ଷ ହେବ ମଣ୍ଡି ରେ କାମ କରି ପରିବାର ପୋଷଣ କରୁଥିଲେ ସେମାନେ ଯିବେ କୁଆଡେ ଏନ୍ୟ ପଟେ ହେମାଳୀ ମାନଙ୍କୁ ଉଛେଦ କରିବାର କ୍ଷମତା ଦେଲା କିଏ ଏବଂ ମଣ୍ଡି ପରିଚାଳନା ହେମାଳୀ ଟଙ୍କା ନେବ କିଏ ବୋଲି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ରଏବଂ ନିଖିଳ ଓଡିଶା ଗ୍ରାମୀଣ ଚାଷୀ ମୁଲିଆ ସଙ୍ଘ ର କିଶୋର ସାହୁ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ଏହି ସମସ୍ୟା ର ସାନଧାନ କରିବା ପାଇଁ ନିବେଦନ କରିଛନ୍ତି।
ଏହି ଆବେଦନ କରି ଙ୍କ ମଧ୍ୟରେ ମଲିଆ ସାହୁ, ବୁଠି ସାହୁ ବିକ୍ରିମ ସାହୁ, ଭୁବନ ସାହୁ, ମନବୋଧ ସାହୁ, ଗୁରୁଦେବ ସାହୁ, ସୁଦାମ ସାହୁ, ସୁରେନ୍ଦ୍ର ସାହୁ, ଶଙ୍କର ସାହୁ ସମେତ ସମସ୍ତ ହେମାଳୀ ସାମିଲ ଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment