ନିଆଁ ରେ ପୋଡ଼ି ପାଉଁଶ ହେଲା ଚାଷୀ ର ଧାନ, କ୍ଷତି ପୂରଣ ଦାବିରେ ଆନ୍ଦୋଳନ ଚେତାବନୀ...

ନିଆଁ ରେ ପୋଡ଼ି ପାଉଁଶ ହେଲା ଚାଷୀ ର ଧାନ, କ୍ଷତି ପୂରଣ ଦାବିରେ ଆନ୍ଦୋଳନ ଚେତାବନୀ...


ବରଗଡ଼,୨୮/୧୧ : ଚାଷୀ ର ବର୍ଷ କର ପରିଶ୍ରମ ପେଡି ପାଉଁଶ ହେଲା । ଦିନ ରାତି ବିଳ ରେ ହାଡ଼ଭଙ୍ଗା ପରିଶ୍ରମ କରି ମୁଣ୍ଡ ର ଝାଲ ତୁଣ୍ଡ ରେ ମାରି କିଛି ଆୟ କରିବା ପାଇଁ ଆଶାୟୀ ଥିବା ଚାଷୀ ଙ୍କ ଧାନ କେହି ପୋଡି ଦେଇଥିବା ର ଦୁଃଖଦ ଘଟଣା ଘଟି ଚାଷୀ ପରିବାର ଜୀବନ୍ତ ହତ୍ୟା କଲାଭଳି ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ରେ। 

            Ad..


ଗତ କାଲି ରାତିରେ ବିର୍ଜାମ ଗ୍ରାମର ନିର ମେହେର ନାମକ ଚାଷୀ ଙ୍କ ର ଧାନ ଖରି ରେ କେହି ଜଣେ ଦୃବୃତ୍ତ ନିଆଁ ଲଗେଇ ଦେଇଥିବା ଭଲି  ଅଭିଯୋଗ ଆସିଛି । ଚାଷୀର ପ୍ରାୟ ପୁରା ୧୦ ଏକର ଫସଲ ନଷ୍ଟ ହୋଇଯାଇଛି, ମେଲଛାମୁଣ୍ଡା ପୋଲିସ ଏବଂ ବିଜେପୁର ଦମକଳ ବାହନୀ ମଧ୍ୟ ଆସିଥିଲେ ହେଲେ ଦମକଲ ବାହନୀ ବିଜେପୁର ରୁ ଆସିବା ପାଇଁ ଦୀର୍ଘ ୨ ଘଣ୍ଟା ସମୟ ଲାଗିଥିବାରୁ ସବୁ ଫସଲ ନଷ୍ଟ ହୋଇଯାଇ ଥିଲା।

ଫଳରେ  ବିଳମ୍ବ ହେବାରୁ ଜନସାଧାରଣ ଙ୍କ ବିରୋଧର ଶମ୍ଭୁଖିନ ହେଇଥିଲେ ଉଭୟ ପୋଲିସ ଓ ଦମକଳବାହିନୀ । ଏଥି ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବୀ କରୁଛି।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...