ମମତା ଏଚଏମଆଇସି ତରଫରୁ ପରିବେଶ ଓ ପ୍ରଦୂଷଣ ଉପରେ ସଚେତନତା ଶିବିର...
ମମତା ଏଚଏମଆଇସି ତରଫରୁ ପରିବେଶ ଓ ପ୍ରଦୂଷଣ ଉପରେ ସଚେତନତା ଶିବିର...
ବଲାଙ୍ଗିର,୨୯/୧୧ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସ୍ଥିତ ସୁଭଦ୍ରା ଭବନ ଠାରେ ମମତା ଏଚଆଇଏମସିର ପ୍ରଜେକ୍ଟ ଜାଗୃତି ତରଫରୁ ପରିବେଶ ସମ୍ବଦ୍ଧିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଜିଲ୍ଲା ସଂଯୋଜକ ବେଞ୍ଜାମିନ ନାୟକଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଘଷିଏନ ଡ଼ଃ. ସୁଜୟ କୁମାର ମେହେର , ସମ୍ମାନିତ ଅତିଥି ଭାବରେ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର( ପାଟଣାଗଡ) ଜୟଲକ୍ଷ୍ମୀ ଦାସ ଏବଂ ମୁଖ୍ୟବକ୍ତା ଭାବରେ ଗୋପୀନାଥ ନାଏକ (ଜନ ସ୍ୱାସ୍ଥ୍ୟ ଅଧିକାରୀ ) ମଞ୍ଚାସୀନ ଥିଲେ।
ପରିବେଶ ଓ ପ୍ରଦୂଷଣ ବିଷୟରେ ବିଭିନ୍ନ ପ୍ରକାର ମଣିଷ ସମାଜକୁ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡୁଥିବାରୁ ତାହାକୁ ସୁଚାରୁରୂପେ ବୁଝାଇବା ସହିତ ଏକ ଭିଡିଓ ଶୋ ମାଧ୍ୟମରେ ପ୍ରଦର୍ଶିତ କରା ଯାଇଥିଲେ।ଉପସ୍ଥିତ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଚାରି ଗ୍ରୁପରେ ଭାଗ କରି ତାଙ୍କ ଗ୍ରୁପରୁ ବିଭିନ୍ନ ପ୍ରକାର ଦଳଗତ ଆଲୋଚନା ହୋଇଥିଲା।
ପରିବେଶ ପ୍ରଦୂଷଣରେ କିପରି ମାନବ ସମାଜ ନିଜକୁ ବଞ୍ଚାଇ ପାରିବେ ତାହାର ନିରାକରଣ, ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ କିପରି ରୋକାଯାଇ ପାରିବ ଏକ ଦଳଗତ ଆଲୋଚନା କରାଯାଇଥିଲା।
ଅନୁଷ୍ଠିତ ଏହି ଶିବିରରେ ପାଟଣାଗଡ ବ୍ଲକ ସୁପରଭାଇଜର ସୁରେଶ ପଶାୟତ, ପବିତ୍ର ମୋହନ ରଣା, ଅଗାଧୁ ବେହେରା, ସ୍ନିଗ୍ଧା ମେହେର, ସୁନିତା ପଶାୟତ ସହିତ ୫୦ ଜଣ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment