ବିଧାୟକ କହେଁଇ ଚରଣ ଡାଙ୍ଗ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ...

ବିଧାୟକ କହେଁଇ ଚରଣ ଡାଙ୍ଗ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ...


ବୌଦ୍ଧ,୩୧/୧୦ : କଣ୍ଟାମାଳ ବିଧାନସଭା ସଭା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ କହେଁଇ ଚରଣ ଡାଙ୍ଗ ଙ୍କୁ ତାଙ୍କ ଦହ୍ୟା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମୁର୍ଡା ଗ୍ରାମ ସ୍ଥିତ ବାସ ଭବନରେ କଣ୍ଟାମାଳ ବ୍ଲକ ସ୍ତରୀୟ ଜି. ପି.ଏଲ୍. ଏଫ୍. କର୍ମୀ ସମୂହର କର୍ମକର୍ତ୍ତା, ଏମ୍. ବି. କେ., ସି. ଆର୍. ପି., ପ୍ରାଣୀମିତ୍ର, କୣଷିମିତ୍ର ଓ ବ୍ୟାଙ୍କମିତ୍ର ଙ୍କ ତରଫରୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। 

Ad..


ବର୍ତମାନ ର ବି. ଜେ. ପି. ସରକାର ସେମାନଙ୍କୁ ପ୍ରଦାନ କରିଥିବା ତୃଣମୂଳ ସ୍ତରୀୟ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସମସ୍ତ କ୍ୟାଡର୍ ସୁଚାରୁ ରୂପେ ସମ୍ପଦନ କରି ଆସୁଥିଲେ ମଧ୍ୟ ଗତ ଏପ୍ରିଲ୍ ମାସ ଠାରୁ ଆଜି ପର୍ଯ୍ୟନ୍ତ( 7)ସାତ ମାସ ହେବ ମିଶନ ଶକ୍ତି ବିଭାଗ ତରଫରୁ ତାଙ୍କ ଦରମା (ପ୍ରାପ୍ୟ )ପ୍ରଦାନ କରାଯାଇ ନ ଥିବାରୁ ନିଜ ନିଜ ପରିବାର ହେଉଥିବା.. 

              Ad..


ଦହଗଞ୍ଜ ର ଦୁଃଖ ବିଷୟ ବିଧାୟକ ମହୋଦୟ ଙ୍କୁ ଅବଗତ କରାଇଥିଲେ ଓ ବିଗତ 2024 ଏପ୍ରିଲ ମସିହା ଠାରୁ  ଅକ୍ଟୋବର ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ସହ ସେମାନଙ୍କର ସ୍ଥାୟୀ ନିଯୁକ୍ତି ପାଇଁ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଦାବୀ ଉପସ୍ଥାପନ କରିବାକୁ ବିଧାୟକ ମହୋଦୟଙ୍କୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା।

Ad..


ଶ୍ରୀ ଡାଙ୍ଗ ଉପସ୍ଥିତ ମାଆ ମାନଙ୍କର ଦୁଃଖ କୁ ହୃଦୟଙ୍ଗମ କରି ଆସନ୍ତା ବିଧାନସଭା ସଭା ଅଧିବେଶନ ସମୟରେ ନିଶ୍ଚିତ ରୂପେ  ତମ ମାନଙ୍କର ଦାବୀ ଗୁଡିକୁ ଉପସ୍ଥାପନ କରିବି ବୋଲି ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ।

Ad..


ଏହି ଅବସରରେ କଣ୍ଟାମାଳ ବ୍ଲକ ସ୍ଥରୀୟ ମିଶନ ଶକ୍ତି କର୍ମୀ ସମୂହର ସଭାନେତ୍ରୀ ଶ୍ରୀମତୀ ଗେଲବତୀ ବାଘ ସମ୍ପାଦିକା ରାଜକୁମାରୀ ବେହେରା, ଜିଲ୍ଲା ସ୍ଥରୀୟ ମିଶନ ଶକ୍ତି କର୍ମୀ ସମୂହର ସମ୍ପାଦିକା ଶ୍ରୀମତୀ ଦୀପାଞ୍ଜଳୀ ଲୋଇ   ଓ ବୈlଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତ ର ଏମ୍. ବି. କେ., ସି. ଆର୍. ପି., କୣଷିମିତ୍ର, ପ୍ରାଣୀମିତ୍ର ଓ ବ୍ୟାଙ୍କମିତ୍ର ଉପସ୍ଥିତ ଥିଲେ।





Report : Abbu khan

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...