ଯୁବ ଭୋଟରଙ୍କ ସଚେତନତା ପାଇଁ ଆୟୋଜିତ ହେଲା ପଥ ଉତ୍ସବ ଏବଂ ୱାକଥନ...
ଯୁବ ଭୋଟରଙ୍କ ସଚେତନତା ପାଇଁ ଆୟୋଜିତ ହେଲା ପଥ ଉତ୍ସବ ଏବଂ ୱାକଥନ...
(ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶାଧୋନ -୨୦୨୫ : ରାଜ୍ୟ ତଥା ଜାତୀୟ ସ୍ତରୀୟ ରାଜନୈତିକ ଦଳର ସଭାପତିମାନଙ୍କ ଉପସ୍ଥିତିରେ ପ୍ରକାଶିତ ହେଲା ସଂକ୍ଷିପ୍ତ ଭୋଟର ତାଲିକା-୨୦୨୪)
ବରଗଡ,୨୯/୧୦ : ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅବସରରେ ଜିଲ୍ଲାର ଯୁବ ଭୋଟରଙ୍କ ସଚେତନତା ପାଇଁ ଜିଲ୍ଲାସ୍ତରୀୟ ପଥ ଉତ୍ସବ ତଥା ଶୋଭାଯାତ୍ରା ଆୟୋଜିତ ହୋଇଛି । ସକାଳ ୦୭.୦୦ ଘଟିକା ସମୟରେ ସ୍ଥାନୀୟ ଲେଙ୍ଗୁମିଶ୍ର ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ସମ୍ମୁଖ ସଭାସ୍ଥଳୀଠାରେ ଶେଷ ହୋଇଥିଲା।
Ad..
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ଏଥିରେ ସାମିଲ ହୋଇ ଯୁବ ଭୋଟରଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଶୋଭାଯାତ୍ରା ପରେ ପାର୍ବତୀଗିରି ମହିଳା ମହାବିଦ୍ୟଳୟ ସମ୍ମୁଖରେ ପଥ ଉତ୍ସବ ଆୟୋଜିତ ହୋଇଥିଲା।
Ad..
ପଥ ଉତ୍ସବରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ , ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ବରଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଉପସ୍ଥିତ ରହି ଯୁବ ଭୋଟରଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏବଂ ୦୧.୦୧.୨୦୨୫ ତାରିଖ ସୁଧା ୧୮ ବର୍ଷ କିମ୍ବା ତଦୃଦ୍ଧ ହୋଇଥିବା ସମସ୍ତ ଯୁବକ ଯୁବତୀଙ୍କୁ ଭୋଟର ତାଲିକାରେ ନିଜର ନାମକୁ ପଞ୍ଜୀକରଣ କରିବା ପାଇଁ ଆହ୍ବାନ ଦେଇଥିଲେ।
Ad..
ଏତଦବ୍ୟତୀତ ପଥ ଉତ୍ସବରେ ଚିତ୍ରାଙ୍କନ, ରୋଙ୍ଗଲି, ଏବଂ ସଚେତନତା ସଙ୍ଗୀତ, ଦଳଗତ ନୃତ୍ୟ, ହାସ୍ୟ କବିତା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟମରେ ସଚେତନ କରାଯାଇଥିଲା । ଯୁବ ଭୋଟରଙ୍କୁ ଅକୃଷ୍ଠ କରିବା ପାଇଁ ସେଲଫି ପୋଏଣ୍ଟ ଏବଂ ଦସ୍ତଖତ ଅଭିଯାନକୁ ପଥ ଉତ୍ସବରେ ସାମିଲ କରାଯାଇଥିଲା । ଏହି ଅବସରରେ ପଦମପୁର କନ୍ୟାଶ୍ରମର ଛାତ୍ରୀଙ୍କ ସମେତ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟଳୟ, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଏବଂ ବରଗଡ଼ ସରକାରୀ ପାଲିଟେକ୍ନିକ କଲେଜର ଛାତ୍ରଛାତ୍ରୀ ସୁପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣକରି ଲୋକଙ୍କୁ ସଚେତନ କରିଥିଲେ।
ସମ୍ବଲପୁରୀ ହାସ୍ୟ କବି ଶ୍ରୀ ଦେବେନ୍ଦ୍ର ସାହୁ ଏବଂ କବୟତ୍ରୀ ଶ୍ରୀମତୀ ଅହଲ୍ୟା ପ୍ରଧାନ ଭୋଟର ସଚେତନତା କବିତା ଗାନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମନୋରଂଜନ ପାଇଁ ଓପନ କୁଇଜର ମଧ୍ୟ ଆୟୋଜିତ ହୋଇଥିଲା । ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସ୍ଵୀକୃତିପ୍ରାପ୍ତ ସମସ୍ତ ରାଜ୍ୟସ୍ତରୀୟ ଏବଂ ଜାତୀୟ ରାଜନୈତିକ ଦଳର ସଭାପତିମାନଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଭୋଟର ତାଲିକା ୨୦୨୫ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସହାୟତା ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଏବଂ ଶ୍ରୀମତୀ ମଧୁଛନ୍ଦା ସାହୁ ଉପସ୍ଥିତ ରହି ସମସ୍ତ ରାଜନୈତିକ ପ୍ରତିନିଧିଙ୍କୁ ଯେପରି ପ୍ରତ୍ୟେକ ବୁଥରେ ବୁଥ ଲେଭେଲ ଏଜେନ୍ଟ ମାନଙ୍କୁ ନିଯୁକ୍ତ କରାଯିବ ସେଥିପାଇଁ ଅନୁରୋଧ କରିଥିଲେ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରେରିତ ସ୍ଵତନ୍ତ୍ର ସଂକ୍ଷିପ୍ତ ସାରାଂଶ ସଂଶୋଧନ -୨୦୨୫ର କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂ ନୂତନ ଭୋଟରମାନଙ୍କର ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନମ୍ବର ୬ , ଭୋଟର ହେଲ୍ପଲାଇନ ଆପ ଏବଂ voters.eci.gov.in ପୋର୍ଟାଲ ର ସଠିକ ବ୍ୟବହାର ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରେଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।
ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୨, ୧୬ ଏବଂ ୨୪ ତାରିଖ ଦିନ ସ୍ଵତନ୍ତ୍ର ସମ୍ମିଳନୀର ଆୟୋଜନ କରାଯିବାର ସୂଚନା ମଧ୍ୟ ସମସ୍ତଙ୍କୁ ଦିଆଯାଇଥିଲା।
Report : Bijay ku sahu
Edited by k.s thakur...
Comments
Post a Comment