ପଦ୍ମପୁର ଉପଖଣ୍ଡୀୟ ସରକାରୀ ଡ଼ାକ୍ତରଖାନାର ନଆମକରଣକୁ ନେଇ ବଢୁଛି ଜନ ଅସନ୍ତୋଷ,ସାରଳା କୁମାରୀ ଉପଖଣ୍ଡୀୟ ଡାକ୍ତରଖାନା ଗଲା କୁଆଡେ ?
ପଦ୍ମପୁର ଉପଖଣ୍ଡୀୟ ସରକାରୀ ଡ଼ାକ୍ତରଖାନାର ନଆମକରଣକୁ ନେଇ ବଢୁଛି ଜନ ଅସନ୍ତୋଷ,ସାରଳା କୁମାରୀ ଉପଖଣ୍ଡୀୟ ଡାକ୍ତରଖାନା ଗଲା କୁଆଡେ ?
ବରଗଡ଼,୨୬/୦୧ : ରାଜାରାଜୁଡ଼ା ଅମଳରେ ପଦ୍ମପୁର ଅଂଚଳର ଜନସାଧାରଣ ଙ୍କ ସେବା ପାଇଁ ଦାନ ଦିଆଯାଇଥିବା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ର ନାମକରଣ କୁ ନେଇ ଏବେ ପଦ୍ମପୁର ସହରର ଜନସାଧାରଣ ତଥା ତତ୍ କାଳୀନରାଜା ଙ୍କ ପରିବାରରେ ଓ ରଜାପଡା ଅଂଚଳରେ ବ୍ଯାପକ ଜନ ଅସନ୍ତୋଷ ଦେଖାଦେଉଛି ।
Ad..
ପଦ୍ମପୁର ରାଜ ପରିବାରର ଦାୟାଦ ପ୍ରତାପ କେଶରୀ ସିଂ ବରିହା ଙ୍କ କହିବା ଅନୁସାରେ ତତ୍କାଳୀନ ରାଜା ଙ୍କ ପରିବାର ତରଫରୁ ସରକାର ଙ୍କ ଚିକିତ୍ସାଳୟ ତିଆରି ପାଇଁ ରାଜା ସର୍ତ୍ତ ମୂଳକ ଜମି ହସ୍ତାନ୍ତର କରିଥିଲେ ଯେଉଁ ସର୍ତ୍ତ ରେ କି ଉକ୍ତ ଜମିରେ ଚିକିତ୍ସାଳୟ ତିଆରି ହେବ ଅନ୍ୟଥା ଚିକିତ୍ସାଛଡା ଅନ୍ୟ କୋୖଣସି କାମରେ ଉକ୍ତ ସ୍ଥାନର ବ୍ଯବହାର ହେଲେ ତାହା ଉକ୍ତ ଜମି ବା ସ୍ଥାନ ପୁଣି ରାଜାଙ୍କ ଅଧିନକୁ ଫେରିଯିବ ଓ ଅନ୍ୟ ଏକ ସର୍ତ୍ତ ଥିଲା ଯେ ଉକ୍ତ ସ୍ଥାନର ନାମକରଣ ସାରଳା କୁମାରୀ ଡାକ୍ତରଖାନା ରହିବ।
Ad..
ଯାହାକି ପୂର୍ବରୁ ଉକ୍ତ ସ୍ଥାନରେ ଥିବା ଉପଖଣ୍ଡ ଚିକିତ୍ସାଳୟଟି ସାରଳା କୁମାରୀ ଉପଖଣ୍ଡୀୟ ଡାକ୍ତରଖାନା ନାମକରଣ ହୋଇଥିଲା କିନ୍ତୁ ଏବେ ଫାଇପ ଟି କାମ ନାମରେ ପଦ୍ମପୁର ଉପଖଣ୍ଡୀୟ ସରକାରୀ ଡ଼ାକ୍ତରଖାନାର ରୂପାନ୍ତରିତ କାମ ଆଗେଇବା ଫଳରେ ଉକ୍ତ ସାରଳା କୁମାରୀ ନାମଫଳକ ଲେଖାଥିବା ଗେଟ୍ କୁ ଭଙ୍ଗାଯାଇ ଏବେ ଏକବଡ଼ ଗେଟ୍ ତିଆରି ହୋଇଛି ଯାହା ର ଉପରେ ଉପଖଣ୍ଡୀୟ ସରକାରୀ ଡ଼ାକ୍ତରଖାନା ପଦ୍ମପୁର ଲେଖାଯାଇଛି।
ଯେଉଁଥିରେ ସାରଳା କୁମାରୀ ଙ୍କ ନାମକରଣ ନାହିଁ ଫଳରେ ଜନସାଧାରଣ ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବା ବେଳେ ରାଜପରିବାର ତରଫରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଏକ ଐତିହାସିକ ନାମକରଣ କୁ ପରିବର୍ତ୍ତନ କରିବା ପାଇଁ କିଏ ସାହସ କରିଛି ତାହା ଏବେ ପଦ୍ମପୁର ରେ ଚର୍ଚା ର ବିଷୟ ପାଲଟିଛି।
ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବା ଆଗରୁ ସରକାର ଓ ବିଭାଗୀୟ ଅଧିକାରୀମାନେ ଗୁରୁତ୍ବ ଦିଅନ୍ତୁ ନହେଲେ ଅସନ୍ତୋଷ ଉଗ୍ର ରୂପ ନେଇପାରେ ବୋଲି ଅଂଚଳରେ ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି । ଉକ୍ତ ନାମ ପରିବର୍ତ୍ତନ ବିଷୟରେ ବିଭାଗୀୟ ଅଧିକାରୀ ଙ୍କୁ ପଚରାଉଚରା କଲେ କେହି ମୁହଁ ଖୋଲୁ ନାହାନ୍ତି ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment