ପଦ୍ମପୁର ସହରରେ ପାନୀୟ ଜଳର ସମସ୍ୟା ଗୁରୁତର, ଆନ୍ଦୋଳନ ଚେତାବନୀ ଦେଲେ ପଡାବାସୀ...

ପଦ୍ମପୁର ସହରରେ ପାନୀୟ ଜଳର ସମସ୍ୟା ଗୁରୁତର, ଆନ୍ଦୋଳନ ଚେତାବନୀ ଦେଲେ ପଡାବାସୀ...


ବରଗଡ଼,୨୯/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ତିନି ନମ୍ବର  ୱାର୍ଡ ରେ ଦିର୍ଘ ବର୍ଷ ହେବ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଛି ହେଲେ ଗତ ଉପନିର୍ବାଚନ ସମୟରେ ବିଜେଡି ନେତା ପ୍ରତି ୱାର୍ଡ ରେ ଡେରାପକାଇ ନିର୍ବାଚନ ପ୍ରଚାର କରୁଥିବା...

                 Ad..


ସମୟରେ ଜନସାଧାରଣ ଙ୍କ ଅଭିଯୋଗ ଅସନ୍ତୋଷ ର ରୁପ ନେଇଥିଲା ଫଳରେ ନେତାମାନେ ଲୋକ ଙ୍କ ଅଭିଯୋଗ ଅନୁସାରେ ଜଳଯୋଗାଣ ପାଇଁ ବ୍ୟବସ୍ଥା କରିଥିଲେ ପାଇପ୍ କାମ ବି ହୋଇଛି ହେଲେ ଆଜି ପର୍ଯ୍ୟନ୍ତ ଜଳଯୋଗାଣ ର ସୁବିଧା ହୋଇପାରି ନ ଥିବାରୁ ପୁଣି ଜନ ଅସନ୍ତୋଷ ବଢି ଆନ୍ଦୋଳନର ଚେତାବନୀ ଦେଇଛନ୍ତି । 

ବିଜେଡ଼ି କାଉନସିଲ ମୁନା ଭୋଇ ବାଧ୍ୟ ହୋଇ ଲୋକଙ୍କ ଅଭିଯୋଗକୁ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଛନ୍ତି । ପଦ୍ମପୁର ଏଡିଏମ କୁଣାଲ ଚୈହାଣ ଙ୍କୁ ପାନୀୟ ଜଳର ସମସ୍ୟା ନେଇ ଶତାଧିକ ମହିଳା ଓ ପୁରୁଷଙ୍କ ଦସ୍ତଖତ ଥିବା ଚେତାବନୀ ଦାବି ପତ୍ର ଦିଆଯାଇଛି । 

ଆସନ୍ତା ଫେବୃୟାରୀ ୧୨ ତାରିଖ ସୁଦ୍ଧା ପ୍ରଶାସନ କୈଣସ ପଦକ୍ଷେପ ଗ୍ରହଣ ନ କଲେ ପଦ୍ମପୁର ଦୂର୍ଗା ମନ୍ଦିର ସମ୍ମୁଖସ୍ଥ ରାସ୍ତା କୁ ଅବରୋଧ କରି ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । 

ଉକ୍ତ ତିନି ନମ୍ବର ୱାର୍ଡ ରେ ପାନୀୟ ଜଳର ଉତ୍କଟ ସମସ୍ୟାର ସ୍ଥାୟୀ ପ୍ରତିକାରପାଇଁ କାଉନସିଲ ଏନ୍ ଏ ସି ମିଟିଂ ରେ ମଧ୍ୟ ସୂଚନା ଦେଇଥିଲେ ତଥାପି ମଧ୍ୟ କୈଣସ ପ୍ରତିକାର ହୋଇନଥିବାରୁ ୱାର୍ଡ ବସୀ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଚେତାବନୀ ଦେଇଛନ୍ତି ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Bijay Kumar sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...