ନିର୍ଝରିଣୀ ତରଫରୁ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ...
ନିର୍ଝରିଣୀ ତରଫରୁ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୧/୦୧ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନୂଆପଡା ଜିଲ୍ଲାର ତିଖାଲି ଡେମଠାରେ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଅନୁଷ୍ଠାନର ସମ୍ପାଦକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
Ad..
ଭାଷା, ସାହିତ୍ୟ, କଳା,ସଂସ୍କୃତି, ପରିବେଶ ଓ ସେବା ଦିଗରେ ବର୍ଷ ତମାମ କାର୍ଯ୍ୟ କରୁଥିବା ବେଳେ ଆଉ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଆଜିକାଲି ବ୍ୟସ୍ତତା ଭିତରେ ପିଲାମାନଙ୍କ ମୁହଁରେ ଖୁସି ଦେବାଟା ସମ୍ଭବ ହେଉନାହିଁ ତେଣୁ ଅନୁଷ୍ଠାନ ସେମାନଙ୍କ ମୁହଁରେ ଖୁସି ଦେବାକୁ ପ୍ରୟାସ ଆରମ୍ଭ କରିଛି।ବିଭିନ୍ନ ଦର୍ଶନୀୟ ସ୍ଥାନ, ବସ୍ତି ତଥା ବିଦ୍ୟାଳୟର ପିଲା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି।
ତିଖାଲି ଡେମଠାରେ ଶୁଭାରମ୍ଭ ଅବସରରେ ପିଲାମାନଙ୍କୁ ନେଇ ବେଲୁନ ଫୁଙ୍କା,ଚକୋଲେଟ ଖେଳ,ସାଧାରଣ ଜ୍ଞାନ, ବାଟି ଚାମଚ,ଭଳି ଅନେକ ମଜାଳିଆ ଖେଳ କରାଯାଇଥିଲା।
ଯେଉଁମାନେ ଜିତିଥିଲେ ସେମାନଙ୍କୁ କଲମ,ଶୀଶା, ଖାତା, ଚକୋଲେଟ, ମାସ୍କ ଓ ପଠନ ପ୍ରବୃତ୍ତିର ବିକାଶ ପାଇଁ ଶିଶୁ ପତ୍ରିକା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପିଲାମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଏଭଳି ପ୍ରୟାସକୁ ଭୁରିଭୁରି ପ୍ରଂଶସା କରିଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Edited by k.s thakur...
Comments
Post a Comment