୨୮ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ,ଖୋର୍ଦ୍ଧା ରେଳୱେ କୁ ହରାଇ ବିଲାସପୁର ରେଳୱେ ସେମିଫାଇନାଲ ରେ ପ୍ରବେଶ...

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ  ,ଖୋର୍ଦ୍ଧା ରେଳୱେ କୁ ହରାଇ ବିଲାସପୁର ରେଳୱେ ସେମିଫାଇନାଲ ରେ ପ୍ରବେଶ...


ବରଗଡ଼/ପଦ୍ମପୁର,୧୯/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର  ଆଜି ଗ୍ରୁପ ବି ର ତୃତୀୟ ମ୍ୟାଚ୍ ଖୋର୍ଦ୍ଧା ଇଷ୍ଟ କୋଷ୍ଟ ରେଳବାଇ ଓ ଇଷ୍ଟ ସେଣ୍ଟ୍ରାଲ ରେଳବାଇ ବିଲାସପୁର  ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। 

            Ad..


ମ୍ୟାଚ ଆରମ୍ଭ ରେ ବିଲାସପୁରଦଳ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ କରିଥିଲେ। ଖୋର୍ଦ୍ଧା ଦଳ ବ୍ୟାଟିଂ କରି ୨୬.୩ଓଭରରେ ସମସ୍ତ ଉଇକେଟ ହରାଇ ୧୨୬ ରନ୍ ସଂଗ୍ରହ କରିଥିଲା ।  ଦଳ ପକ୍ଷରୁ  ଅଭିଷେକ ଯାଦବ ୩୨(୩୮) ରନ କରିଥିବା ବେଳେ ଗିରିଜା ରାଉତ ୨୦(୧୮)ରନ କରିଥିଲେ। 

Ad..


ବିଲାସପୁର ଦଳ ପକ୍ଷରୁ  ସୁଧାର୍ଶୁ ବର୍ମା ୩ ଟି ୱିକେଟ ଓ ସିଦ୍ଧାନ୍ତ ମୂଲାଇ ୩ ଟି ୱିକେଟ ନେଇଥିଲେ। ୧୨୭ ରନ ର ଲକ୍ଷ୍ୟ ନେଇ ବିଲାସପୁର ଦଳ ୨୨.୩ ଓଭରରେ ୪ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ।ଦଳ ପକ୍ଷରୁ ଏମ ଡି ଇଫ୍ରାନ୍ ୫୬(୩୫)ରନ କରିଥିଲେ। 

ଖୋର୍ଦ୍ଧା ଦଳ ପକ୍ଷରୁ ଶୁଭ।ଗ୍ୟ ରାଉତ ୩ଟି ୱିକେଟ ନେଇଥିଲେ  ।  ଆଜି ର ପୁରସ୍କାର ବିତରଣୀ  ଅବସରରେ ମୂଖ୍ୟ ଅତିଥି ଭାବରେ ପଦ୍ମପୁର ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦାନ ଦେଇ  ମେନ ଅଫ ମ୍ୟାଚ୍ ଭାବରେ ସିଦ୍ଧାନ୍ତ ମୁଳାଇ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଆଜିର ମ୍ୟାଚ କୁ ଆମ୍ପାୟାର୍ ସତ୍ୟବ୍ରତ ମହାପାତ୍ର ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, , କୁମାର ଆନନ୍ଦ, ଏସ.ବି.ସିମରନ ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ର ସେମିଫାଇନାଲ ମ୍ୟାଚ୍  ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲବାଇ ବିଲାସପୁର ଓ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର ମଧ୍ୟରେ  ଅନୁଷ୍ଠିତ ହେବ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...