ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଉପଖଣ୍ଡିୟ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ...
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଉପଖଣ୍ଡିୟ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ...
ଖଡ଼ିଆଳ,୨୬/୦୧ : ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଉପଖଣ୍ଡିୟ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ୫୩ ଗୋଟି ମିଳିତ ପ୍ୟାରେଡ ର ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଥିଲେ।
Ad..
ସମସ୍ତ ନାଗରିକଙ୍କୁ ଉଦବୋଧନ ଦେଇ ଦେଶ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରି ବିକଶିତ ପଥରେ ଅଗ୍ରସର ହେଉଅଛି।
Ad..
ଏହି ଉପଲକ୍ଷେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବେଶ ଭୂଷା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଝଙ୍କି ଅନୁଷ୍ଠିତ ହୋଇଅଛି। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଡ଼ିଓ ବିରସେନ ବେହେରା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ତହସିଲଦାର, ଖଡିଆଳ ଏଡିପିଓ ଅଭିଷେକ ଅରୂପ ବେହେରା, ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ, ମେଜର ଡ଼ ରାମ ଚନ୍ଦ୍ର ମିଶ୍ର, ଡ. ପଦ୍ମ ଲୋଚନ ବର୍ମା ଯୋଗ ଦେଇଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Edited by k.s thakur...
Comments
Post a Comment