ପାଇକମାଳ ହାଇସ୍କୁଲ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ବିଜେତାଙ୍କୁ ସମ୍ବର୍ଦ୍ଧନା...

ପାଇକମାଳ ହାଇସ୍କୁଲ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ବିଜେତାଙ୍କୁ ସମ୍ବର୍ଦ୍ଧନା...


ପାଇକମାଳ,୩୦/୦୧ : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ରେ ପାଇକମାଳ ବ୍ଲକ ର ସମସ୍ତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଜେତାଙ୍କୁ ଗୋଷ୍ଠୀ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। 

                 Ad..


ବି.ଇ.ଓ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବି.ଡି.ଓ ପ୍ରଫୁଲ୍ଲ କୁମାର ଓଦୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବିଜେତା ମାନଙ୍କୁ ପୁଷ୍ପଗୁଚ୍ଛ ,ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ରାଜ୍ୟ ସ୍ତରରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ପାଇକମାଳ ହାଇସ୍କୁଲ , ସର୍ବଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ସହ ଏସ.ଏମ.ଡି.ସି , ରାଜ୍ୟ ପୁରସ୍କାର ବିଜେତା ବିଜ୍ଞାନରେ ଜ୍ୟୋତିର୍ମୟୀ ପଟ୍ଟନାୟକ,ସାମାଜିକ ବିଜ୍ଞାନ ରେ ଆଦ୍ୟାଶା ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ସେହିପରି ଜିଲ୍ଲା ସ୍ତର ପୁରସ୍କାର ର ମାତୃଭାଷା ପାଇଁ ଅନିମା ରାଉତ,ଇଂରାଜୀ ପାଇଁ ବବିତା ବେହେରା,ତୃତୀୟ ଭାଷା ପାଇଁ ତ୍ରିଲୋଚନ ନାୟକ,ରମାଇଁ ଚରଣ ଦାସ,କଳ୍ପନା ସାହୁ,ଗଣିତ ବିଷୟ ପାଇଁ ଲଲିତ କୁମାର୍ ବିଶ୍ଵାଳ ଓ ମଣ୍ଟୁ ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଆସନ୍ତା ଜାନୁୟାରୀ ୩୧ ତାରିଖ ଦିନ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଉପରୋକ୍ତ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ କରାଯିବ।ଏ.ବି.ଇ.ଓ ଧଲେନ୍ଦ୍ର କୁମାର ବାରିକ ସମ୍ବର୍ଦ୍ଧନା ପରିଚାଳନା ତଥା ଏ.ବି.ଇ.ଓ. ରାଧେଶ୍ୟାମ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...