ବ୍ଯାପକ ଖଇର କାଠ ଜବତ,ମିନି ଟ୍ରକ ସହ ଦୁଇ ଅଟକ ତଦନ୍ତ ଆରମ୍ଭ ...

ବ୍ଯାପକ ଖଇର କାଠ ଜବତ,ମିନି ଟ୍ରକ ସହ ଦୁଇ ଅଟକ ତଦନ୍ତ ଆରମ୍ଭ ...


ବରଗଡ଼,୨୮/୦୧ : ଆଜି ସକାଳୁ ବରଗଡ଼ ଜିଲ୍ଲାର ପଦ୍ମପୁର ରୁ ଗାଇସିଲେଟ ଯିବା ରାସ୍ତା ଚଂଘରିଆ ଗାଁ ନିକଟସ୍ଥ କେନ୍ଦୁଭ ଟା ରାସ୍ତାରୁ ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପଦମପୁର ରେଞ୍ଜର ଗୋଟିଏ ଟାଟା ଗାଡ଼ି ସହ ବ୍ୟାପକ ଖଇର କାଠ ଓ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି । 

Ad..


ପଦମପୁର ରେଞ୍ଜର ଙ୍କ ସୂଚନା ଅନୁସାରେ ଟାଟା ୧୧୦୯ ମିନି ଟ୍ରକଗାଡି ରେ ପ୍ରାୟ ୫.୩ ଟନ ଖଇର କାଠ ଭର୍ତ୍ତି ହୋଇ ଚଙ୍ଘରିଆ ପଟରୁ କେନ୍ଦୁ ଭଟା  ପଟକୁ ଯାଉଥିଲା । ଜଙ୍ଗଲ ବିଭାଗ କର୍ମଚାରୀ ଖବର ପାଇଁ ଚଢ଼ାଉ କରି ଗାଡ଼ି ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । 

ପଦ୍ମପୁର ରେଞ୍ଜ ମାଧ୍ୟମରେ ଓଆର୍ କେଶ ନମ୍ବର ୯୪ /୨୦୨୪ ରେ ମାମଲା ରୁଜ୍ କରାଯାଇ ତଦନ୍ତ ଅବ୍ୟାହତ ରହିଛି । ପୂର୍ବରୁ ମଧ୍ୟ ବ୍ୟାପକ ମାତ୍ରାରେ ଖଇର କାଠ ଜବତ ହୋଇଥିଲା । ପଦ୍ମପୁର ରେଞ୍ଜର ସୁଦାମ ଜଗଦଲ୍ଲା ଚଢ଼ାଉ କରି କାଠ ଜବତ କରି ମାମଲା ରୁଜୁ କରିଥିଲେ ଆଜି ପୁଣି ବ୍ଯାପକ ଯାତ୍ରାରେ ଖଇର କାଠ ଗଣ୍ଡି ଜବତ ହୋଇଛି।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...