ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ : ବାଘ ଛାଲ ଜବତ, ଜଣେ ଗିରଫ...

ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ : ବାଘ ଛାଲ ଜବତ, ଜଣେ ଗିରଫ...


ହରଭଙ୍ଗା,୨୧/୦୧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗ୍ରାମରେ ଶନିବାର ସକାଳୁ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଛି। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସୁଡ଼୍ରୁକୁମ୍ପା ଗ୍ରାମ ନୂଆସାହିର ଗୌତମ ବେହେରା (୫୫)କୁ ଏସ୍‌ଟିଏଫ୍‌ ଗିରଫ କରିଛି। 

             Ad..


ସୂଚନା ଅନୁସାରେ ସୁଡ଼୍ରୁକୁମ୍ପାର ଗୌତମ ବେହେରା ବାଘ ଛାଲ ରଖିଥିବା ନେଇ ଏସ୍‌ଟିଏଫ୍‌ ଟିମ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲେ। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥରରେ ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରି ଏସ୍‌ଟିଏଫ୍‌ ଟିମ୍‌ ଗୌତମକୁ ମାଡ଼ି ବସିଥିଲା। 

Ad..


ଗୌତମ ପାଖରୁ ଏସ୍‌ଟିଏଫ୍‌ ଟିମ୍‌ ଗୋଟିଏ କଳରାପତରିଆ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏସ୍‌ଟିଏଫ୍‌ ତରଫରୁ ଏକ ମାମଲା ରୁଜୁ କରାଯାଇ ଗୌତମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...