ରାଉରକେଲା ପୁଲିସ ଦ୍ଵାରା ଏକ ବଡ ସାଇବର କ୍ରାଇମର ପର୍ଦାଫାଶ...
ରାଉରକେଲା ପୁଲିସ ଦ୍ଵାରା ଏକ ବଡ ସାଇବର କ୍ରାଇମର ପର୍ଦାଫାଶ...
ରାଉରକେଲା,୨୭/୦୧ : ରାଉରକେଲା ପୁଲିସ ଆଜି ଏକ ବଡ ସାଇବର କ୍ରାଇମର ପର୍ଦାଫାଶ କରିଛି। କ୍ରିପଟୋ କରେନସି ନାଁ ରେ ଦୀର୍ଘ ଦିନରୁ ଚଳେଇଥିଲେ ଅନଲାଇନରେ ଫ୍ରଡ଼ କାରବାର ଚାଲିଥିବାବେଳେ ଆଜି ପୁଲିସ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
Ad..
ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପାଖାପାଖି ୨୦୦ ସିମରୁ ଏହି କାରବାର କରୁଥିଲେ।କମ୍ବୋଡିଆରୁ ଚାଲିଥିଲା ଏହି କାରବାରର ସିଣ୍ଡିକେଟ।ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନେ ଛତିଶଗଡ଼ ଦୁର୍ଗ ଅଂଚଳର ବୋଲି ଜଣାପଡିଛି।
ସାଇବର କ୍ରାଇମ ଓ ଇକୋନମିକ ଅଫେନ୍ସ ଆଇନରେ ମାମଲା ରୁଜୁ କରାଯାଇଥିବାବେଳେ ଏମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି।ସୋସିଆଲ ସାଇଟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଏମାନେ ଠକୁଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Edited by k.s thakur...
Comments
Post a Comment