ଖଇରପାଲି ଗାଁ ରେ ଗୋଲଡେନ ଷ୍ଟାର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ...
ଖଇରପାଲି ଗାଁ ରେ ଗୋଲଡେନ ଷ୍ଟାର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ...
ବରଗଡ/ ପଦମପୁର,୨୦/୦୧ : ବରଗଡ ଜିଲ୍ଳା ପଦମପୁର ଖଇରପାଲି ଗାଆଁ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଏକାଦଶ ଗୋଲ୍ଡେନ ଷ୍ଟାର କ୍ରିକେଟ୍ କପ୍ ତୃତୀୟ ଦିନ ଖେଳ ରେ ବରଗଡ ସେମି ଫାଇନାଲ ରେ ପ୍ରବେଶ କରିଛି ।
Ad..
ପ୍ରଥମ ମ୍ୟାଚ୍ ରେ ବୌଦ୍ କୁ ବରଗଡ ହରାଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ମାହସମୁନ୍ଦକୁ ହରାଇ ଝାରସୁଗୁଡ଼ା କ୍ୱାର୍ଟର ଫାଇନାଲ କୁ ପ୍ରବେଶ କରିଥିଲା ।
Ad..
ଝାରସୁଗୁଡ଼ା କୁ ହରାଇ ବରଗଡ ସେମି ଫାଇନାଲ କୁ ପ୍ରବେଶ କରିଛି । ତୃତୀୟ ଦିନ ଖେଳ ଅବସରରେ ମୁଖ୍ୟ ଅତିଥି ଭାବରେ ଶାନ୍ତି ଶିଳ୍ପୀ ତଥା ଓଡ଼ିଶା ମନ୍ଦିର ଶିଳ୍ପ ଜଗତର ପ୍ରତିଷ୍ଠିତ ମନ୍ଦିର ଶିଳ୍ପୀ ଅର୍ଜୁନ ଗୀଙ୍ଗିରା ଓ ପଦମପୁର ରେଞ୍ଜର ସୁଦାମ ଜଗଦଲା ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ୍ ଭାବରେ ବରଗଡ ଦଳର ଅମନ୍ କୁ ପୁରସ୍କୃତ କରିଥିଲେ ।
ଦୀର୍ଘ ୧୧ ବର୍ଷ ଧରି ଚାଲିଥିବା ଗୋଲଡେନ ଷ୍ଟାର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ବରଗଡ ଜିଲ୍ଳା ତଥା ଓଡିଶାର ଗ୍ରାମାଂଚଳ କ୍ରିକେଟ୍ ଜଗତରେ ସୁନାମ ଅର୍ଜନ କରୁଛି ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment