ଉଦେପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଜାତୀୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷ୍ୟା ଟିମ...
ଉଦେପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଜାତୀୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷ୍ୟା ଟିମ...
ଭଟଲି,୨୮/୧୨ : ଭଟଲି ଉଦେପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଡ଼ା.ଅନୁପ ଗୋପେ ପ୍ରଧାନ ଏବଂ ସୌଭିକ ଦାସ ଙ୍କ ନେତୃତ୍ୱ ରେ ଏକ ଜାତୀୟ ସ୍ତରୀୟ ସମୀକ୍ଷ୍ୟା ଟିମ ପରିଦର୍ଶନ ରେ ଆସିଥିଲେ।
Ad..
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସିଡ଼ିଏମଓ ଜିତେନ୍ଦ୍ର ବୈବର୍ତ୍ତ, ଡ଼ିପିଏମ ଗିରିଜା ପ୍ରସାଦ ମିଶ୍ର ଜିଲ୍ଲା କ୍ୱାଲିଟି ମ୍ୟାନେଜେର ଦୀପାଞ୍ଜଳି ପ୍ରଧାନ, ହସ୍ପିଟାଲ ମ୍ୟାନେଜେର ପ୍ରସନ୍ନ ରାଉତ,ସିପିଏମ ଗୁରୁଦତ୍ତ ପୁରୋହିତ, ଡ଼ିଏମଆରସିଏଚ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Ad..
ଏହି ସମୀକ୍ଷ୍ୟା ଟିମ ଜାତୀୟ ସ୍ତରର ଏ ନକ୍ୱାସ (NQAS)ର ବିଭିନ୍ନ ମାନଦଣ୍ଡ ହିସାବରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିଆ ଯାଉଥିବା ସ୍ୱାସ୍ଥ୍ୟ ସେବା, ନିରାମୟ ଯୋଜନାରେ ଆବଶ୍ୟକୀୟ ଔଷଧ ର ଉପଲବ୍ଧିତା, ମାନଦଣ୍ଡ ହିସାବରେ ଲାବୋରା୍ଟୋରୀ ରେ କରାଯାଉଥିବା ପରୀକ୍ଷ୍ୟା,ଟିକା ଭଣ୍ଡାର ରେ ଉପଲବ୍ଧ ଟୀକା ର ସୁବିନିଯୋଗ, ଟୀକାକରଣ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,ଯକ୍ଷ୍ମା,କୁଷ୍ଠ,ମ୍ୟାଲେରିଆ, ଜନ ଆରୋଗ୍ୟ ସମିତି ତଥା ବିଭିନ୍ନ ରେକର୍ଡ ପତ୍ର ସବୁ ଯାଞ୍ଚ କରି ଆବଶ୍ୟକୀୟ ପରାମର୍ଶ ଦେଇ ଥିଲେ।
ଏହି ପରିଦର୍ଶନ ସମୟରେ ଭଟଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ା ଦେବାଶିଷ ବିଶ୍ୱାଳ, ଉଦେପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼ା ସଂଜୀବ ଦାଶ, ଡ଼ା ସଂଜିତ ମିଶ୍ର,ବିପିଏମ ଜୟ ପ୍ରକାଶ ପ୍ରଧାନ,ବିଏମ ଆଲୋକ ବିଶ୍ୱାଳ, ବିଡ଼ିଏମ ଦୁର୍ଗା ପ୍ରସାଦ ମହତ୍ତମ, ଫାର୍ମାସିଷ୍ଟ ରବି ନାରାୟଣ ଶତପଥି, ମାମିତା ହାଁସଦା,ଆନନ୍ଦ ମେହେର, ଭାସ୍କର ଭୋଇ,ଅନିମା ପଧାନ,ଗଗନ ସାହୁ, ପ୍ରଭାସିନୀ ପିଙ୍ଗ, ରାଜକୁମାର ଭୋଇ, ରୋହିତ ବିଶ୍ୱାଳ,ସୁଶୀଲ ସାହୁ ବିକାଶ ସ୍ୱାଇଁ,ରୀତା ସାହୁ, ଆର ବି ଏସ କେ ଡ଼ା ଡ଼ି ଡ଼ି ସିଂ ଦେଓ, ଡ଼ା ମନିଷା ପଣ୍ଡା, ଟୁଇଙ୍କିଲ ଭୋଇ,ମିଳି ନାଗ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Motilal Banchhor
Edited by k.s thakur...
Comments
Post a Comment