ଦଧିବାମନ ମହାପ୍ରଭୂ ଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୁଜା ଓ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ...
ଦଧିବାମନ ମହାପ୍ରଭୂ ଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୁଜା ଓ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ...
ଭଟଲି,୨୯/୧୨ : ୨୮ତାରିଖ ଦିନ ପୂର୍ବାହ୍ନ ରେ ଶ୍ରୀକ୍ଷେତ୍ରଧାମ ପୁରୀ ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ର ନିମନ୍ତ୍ରଣ ସକାଶେ ଦଧିବାମନ ଧାମ ଭଟଲି ପହଞ୍ଚି ସମ୍ପୂର୍ଣ୍ଣ ଜଗନ୍ନାଥ ଭକ୍ତିମୟ ଭ।ବ।ବିହ୍ୱଳ ପରିବେଶ ମଧ୍ୟରେ ସଙ୍କୀର୍ତ୍ତନ ଦଳର ସୁମଧୁର ମୃଦୁଙ୍ଗ, ଗିନି କରସ୍ତ।ଲ ବାଜଣ।, ଭକ୍ତଙ୍କଜୟ ଜଗନ୍ନାଥ ଜୟକ।ର ଧ୍ଵନି, ସ୍ଵଂସହାୟକ୍ ମହିଳା ଦଳ ଙ୍କ ହୁଳହୁଳି ଧ୍ଵନି ବିରକ।ହାଲି ବାଦକ ମାନଙ୍କର ବିରକ।ହାଳି ଧ୍ଵନି ପ୍ରକମ୍ପନ ସହ ଏକ ଶୋଭାଯାତ୍ରା ରେ ଶ୍ରୀ ଦଧିବାମନ ମହାପ୍ରଭୂ ଙ୍କ ମନ୍ଦିର କୁ ଯାଇଥିଲେ ।
Ad..
ପ୍ରତିନିଧି ଦଳରେ ମହାପ୍ରଭୂ ଜଗନ୍ନାଥ ଙ୍କ ସେବାୟତ ବିପିନ ପତ୍ରୀ ,ଜୟକୃଷ୍ଣ ମହାପାତ୍ର ଓ ଶ୍ରିଶିକନ୍ ପତ୍ରୀ ପ୍ରତିନିଧତ୍ଵ କରି ଥିଲେ । ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ଲୁହା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ ,ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଭିକ୍ଟର ଶୋରେଙ୍ଗ ବିପିମ୍ ଶରଦ ନାୟକ , ତହସିଲ ପ୍ରଶାସନ ତରଫରୁ ତହସିଲଦାର ଜି ରସ୍ମିରେଖା..
Ad..
ଓ ଆର ଆଇ ମନୋରଞ୍ଜନ ଲୁହା, ମନ୍ଦିର କମିଟି ତରଫରୁ ବୋର୍ଡ ସଭ୍ୟ ଭିକାରୀ ମେହେର ,ନାରାୟଣ ସାହୁ ,ଭଟଲି ର ମଧ୍ୟପଡ। ଦୁଖୁ ପାର୍ଟି ଭବାନୀଶଙ୍କର କୀର୍ତ୍ତନ ମଣ୍ଡଳୀ , ତଳି ପଡ଼ା ଗୌରିଶଙ୍କର କୀର୍ତ୍ତନ ମଣ୍ଡଳୀ , ଚକବନ୍ଧ ପଡ଼ା କୃଷ୍ଣଚୂଡ଼ା କୀର୍ତ୍ତନ ମଣ୍ଡଳୀ ,ଗୁଡ଼ିପଡ଼। ଦଧିବାମନ କୀର୍ତ୍ତନ ମଣ୍ଡଳୀ, ଗଢ଼ପର। ପରମାନନ୍ଦ କୀର୍ତ୍ତନ ମଣ୍ଡଳୀ , ବରିଷ୍ଠ ନାଗରିକ ସଂଘ ତରଫରୁ ସମ୍ପାଦକ ଜଗଦିଶ ସାହୁ, ସଭାପତି ବ।ଙ୍କ। ବିହ।ରି ମିଶ୍ର, ଉପସଭାପତି ସନ୍ତୋଷ ବଞ୍ଛୋର, ବରିଷ୍ଠସଭ୍ୟ ଅକ୍ଷୟ ସାହୁ , ମାଧବ ଖମାରୀ , ଯୁବ ସଂଗଠକ ବିଜୟ ମେହେର ,ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡି ନେତା ଈଶ୍ବର ସାହୁ, ଗୌନ୍ତିଆ ସରୋଜ ସାହୁ, ,ବିଭିନ୍ନ ସ୍ଵଂ ସହାୟକ ଗୋଷ୍ଟି ର ମହିଳା ଦଳ , ସ୍ବେଛାସେବୀ ଅନୁଷ୍ଠାନ ସଭ୍ୟ ମାନେ ଓ ମିଡ଼ିଆ କର୍ମୀ ସମେତ ସହସ୍ରାଧିକ ଜଗନ୍ନାଥ ପ୍ରେମୀ ଉପସ୍ଥିତି ରେ ମେନେଜିଂ କମିଟି ତରଫରୁ ପ୍ରତିନିଧି ଦଳକୁ ଫୁଲମାଳ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା।
ବିଧି ବିଧାନ ପୂର୍ବକ ମୁଖ୍ୟ ପୂଜକ ଗୌର ଚରଣ ରଥ ଙ୍କ ଆଳତି ଓ ପୂଜାର୍ଚ୍ଚନା ପରେ ପ୍ରତିନିଧି ଦଳ ଦ୍ବାରା ପ୍ରଭୁ ଶ୍ରୀଦଧିବାମନ ସ୍ବାମୀ ଙ୍କୁ ମହାପ୍ରଭୂ ଶ୍ରୀଜଗନ୍ନାଥ ସ୍ବାମୀଙ୍କ ତରଫରୁ ଲୋକାର୍ପଣ ଉତ୍ସବ ରେ ଯୋଗଦାନ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Motilal Banchhor
Edited by k.s thakur...
Comments
Post a Comment