ମହାମହିମ ରାଜ୍ଯପାଳଙ୍କ ପଦ୍ମପୁର ଗସ୍ତ ...

ମହାମହିମ ରାଜ୍ଯପାଳଙ୍କ ପଦ୍ମପୁର ଗସ୍ତ ...


ପଦ୍ମପୁର ,୨୬/୧୨ : ଓଡ଼ିଶାର ମହାମହିମ ରାଜ୍ଯପାଳ ରଘୁବର ଦାସ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଂଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ଯପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଗସ୍ତ କରି ଅତ୍ଯାଧୁନିକ ଚିକିତ୍ସା ପଦ୍ଧତି ସମ୍ପନ୍ନ ବିଭିନ୍ନ ୟୁନିଟ୍ ବୁଲି ଦେଖିଖିଲେ। 

           Ad..


ଏହାପରେ ସେ ଆଶାକର୍ମୀ ମାନଂକ ସହ ଆଲୋଚନା କରି ତାଂକୁ ସୂଚାରୁ ରୁପେ ନିଜର ଦାୟିତ୍ବ ନିର୍ବାହ କରିବା ପାଇଁ ଉତ୍ସାହିତ କରିଥିଲେ ଓ ତାଂକର କର୍ତ୍ତବ୍ଯ ପରାୟଣତା ପାଇଁ ଉଚ୍ଚପ୍ରଶଂସା କରିଥିଲେ। ଏହା ପରେ ରାଜ୍ଯପାଳ ରୋଗୀ ମାନଂକ ସହ ତାଂକ ଚିକିତ୍ସା ସୁବିଧା ବିଷୟରେ ଆଲୋଚନା କରିଥିଲେ। 

Ad..


ଏହାପରେ ସେ ସ୍ବାସ୍ଥ୍ଯ ବିଭାଗର ବିଭିନ୍ନ ଅଧିକାରୀ ମାନଂକ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ଯ ଜିଲ୍ଲା ଚିକିତ୍ସା ଅଧିକାରୀ, ବରଗଡ଼ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଉପଖଂଡ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ସେଠ୍,  ଡାକ୍ତର ଆଦିତ୍ଯ ଭୋଇଂକ ସହ ଅନ୍ଯ ସମସ୍ତ ଅଧିକାରୀ ଓ ସମସ୍ତ ସ୍ବାସ୍ଥ୍ଯକର୍ମୀ ଉପସ୍ଥିତ ରହି ମହାମହିମ ରାଜ୍ଯପାଳଂକୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । 

ବରିକେଲ ଗ୍ରାମକୁ ଗସ୍ତକରି ରାଜ୍ଯପାଳ ମହୋଦୟ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରମାନ ବୁଲି ଦେଖିଥିଲେ । ହିତାଧିକାରୀ ମାନେ ଅନ୍ଯ ସମସ୍ତ ସରକାରୀ ସୁବିଧା ପାଉଛନ୍ତି ନା ନାହିଁ ସେ ବିଷୟରେ ମଧ୍ଯ ପଚାରି ବୁଝିଥିଲେ । 

ପାଇକମାଲ ବ୍ଲକ୍ ଗସ୍ତକରି ମହାମହିମ ରାଜ୍ଯପାଳ କସ୍ତୁରବା ଗାନ୍ଧି ମାତୃନିକେତନ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ଅନ୍ତେବାସୀ କୁନି କୁନି ପିଲା ମାନଂକ ସହ ମିଶି ବିଭିନ୍ନ ବିଷୟରେ କଥା ହୋଇଥିଲେ । ପିଲାମାନେ କିପରି ପାଠ ପଢୁଛନ୍ତି, ଭବିଷ୍ଯତରେ ବଡ଼ ହୋଇ କ’ଣ କରିବେ ସେ ବିଷୟରେ ଅନେକ ପ୍ରଶ୍ନ କରିଥିଲେ। 

କସ୍ତୁରବା ଗାନ୍ଧି ମାତୃନିକେତନର  ଅନ୍ତେବାସୀ କୁନି କୁନି ପିଲା ମାନେ ମଧ୍ଯ ମହାମହିମଂକ ସହ ଖୁବ ସହଜତାର ସହ କଥା ହୋଇ ସେମାନେ ବଡ଼ ହୋଇ ସମାଜସେବୀ, ଆର୍ମି ଅଫିସର୍, ଡାକ୍ତର ଆଦି ହୋଇ ଦେଶମାତୃକାର ସେବା କରିବାର ଲକ୍ଷ୍ଯ ରଖିଥିବା ଉତ୍ତର ଦେଇଥିଲେ ଓ ତାହା ଶୁଣି ମହାମହିମ ରାଜ୍ଯପାଳ ଖୁବ୍ ଖୁସି ହୋଇଥିଲେ । 

ଏହି ସମୟରେ ସେ ପିଲାମାନଂକୁ ଚକୋଲେଟ ବଣ୍ଟନ କରିଥିଲେ ଓ ସମସ୍ତଂକୁ ଉତ୍ସାହିତ କରିଥିଲେ। କସ୍ତୁରବା ଗାନ୍ଧି ମାତୃନିକେତନର  ଆନୁସଂଗିକ ବ୍ଯବସ୍ଥା ପାଇଁ ୨ ଲକ୍ଷ ଟଂକା ପ୍ରଦାନ କରିବାକୁ ସେ ତାଂକ କାର୍ଯ୍ଯଳୟକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ମହାମହିମ ରାଜ୍ଯପାଳ ପ୍ରଭୁ ନୃସିଂହନାଥଂକ ମନ୍ଦିର ଗସ୍ତକରି ପ୍ରଭୁଂକ ପୂଜାର୍ଚ୍ଚନା କରିଥିଲେ ଓ ତା ପରେ ବରଗଡ଼ ପ୍ରତ୍ଯବର୍ତ୍ତନ କରିଥିଲେ । 

ମହାମହିମ ରାଜ୍ଯପାଳଂକ ଏହି ଗସ୍ତ  ସମୟରେ ଅନେକ ଗ୍ରାମବାସୀ ଅନେକ ସମସ୍ଯା ଆଦି ବିଷୟରେ ମଧ୍ଯ ତାଂକୁ ଅବଗତ କରିଥିଲେ । ସେସବୁର ତୁରନ୍ତ ସମାଧାନ ପାଇଁ ମହାମହିମ ରାଜ୍ଯପାଳ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି ଓ ସ୍ଥାନୀୟ ବିଡିଓ ମାନଂକୁ ନିର୍ଦ୍ଦେଶ ଦେଇଥିଲେ । 

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1





Report: Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...