ଗନ୍ଧମାର୍ଦ୍ଦନ ପର୍ବତମାଳା ଶିଖରରେ ଦୁଇଦିନିଆ ସର୍ବପୁରାତନ ଦୂର୍ଗେଇଖୋଲ ପାହାଡି ଯାତ୍ରା ପାଳିତ...

ଗନ୍ଧମାର୍ଦ୍ଦନ ପର୍ବତମାଳା ଶିଖରରେ ଦୁଇଦିନିଆ ସର୍ବପୁରାତନ ଦୂର୍ଗେଇଖୋଲ ପାହାଡି ଯାତ୍ରା ପାଳିତ...


ବରଗଡ଼/ ପଦ୍ମପୁର,୨୭/୧୨ : ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତମାଳା ର ଶିଖରରେ ଥିବା  ଦୂର୍ଗେଇଖୋଲ ଠାରେ କନ୍ଧ ଓ ଆଦିବାସୀ ଙ୍କ ସର୍ବ ପୂରାତନ ଇଷ୍ଟ ଦେବୀ ଦୂର୍ଗେଇ ଙ୍କ ଦୁଇଦିନିଆ ପାହାଡି ଦୂର୍ଗେଇଖୋଲ ଯାତ୍ରା ପାରମ୍ପରିକ ରୀତିନୀତି ଓ ଲୋକ ସଂସ୍କୃତି ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି। 

              Ad..


ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ଗନ୍ଧମାର୍ଦ୍ଦନ ଶିଖର ପର୍ବତମାଳା ନିକଟରେ ଥିବା ଦୂର୍ଗେଇଖୋଲ ଠାରେ ହଜାର ହଜାର ଭକ୍ତ ଓ ମାନସିକ ଧାରୀ ଙ୍କ ଗହଣରେ ମାର୍ଗଶିର କୃଷ୍ଣପକ୍ଷ ପୂର୍ଣ୍ଣିମା ଦିନ ସକାଳ ଯାତ୍ରା ଶୁଭାରମ୍ଭ ହୋଇ ମଧ୍ୟ ରାତ୍ରୀରେ ଦେବୀ ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । 

Ad..


ବରୁଆ ଙ୍କ ଦ୍ବାରା ବଇଲ ପର୍ବ ଅନୁଷ୍ଠିତ ହୋଇ ମାନସିକଧାରୀ ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ପୂଜକ ଙ୍କ ଦ୍ବାରା ମଧ୍ୟ ରାତ୍ରୀରେ ପୂଜାର୍ଚ୍ଚନା ହୋଇଥାଏ । ସକାଳୁ ସକାଳ ପର୍ଯ୍ୟନ୍ତ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମାନସିକ ପାହାଡିଯତ୍ରା ଦେଖିବାକୁ ସ୍ଥାନିୟ ମନଭଙ୍ଗ, କୁଢାରିଫସା, ମିଠା ପାଲି, ଲଉଡମାଳ ପ୍ରଭୃତି ଛଅ ଗୋଟି ଗାଁ ର ସହଯୋଗ ଓ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବରଗଡ଼, ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ରୁ ହଜାର ହଜାର ଭକ୍ତ ଦିର୍ଘ ପାଞ୍ଚ କିମି ଦୂର୍ଗମ ପାହାଡ଼ ଶିଖରକୁ ପଦଚଲା ରାସ୍ତାରେ ଦୂର୍ଗେଇଖୋଲ ପହଞ୍ଚି ପୂଜାର୍ଚ୍ଚନା ରେ ଅଂଶଗ୍ରହଣ କରିଥାନ୍ତି । 

ଏଥର ଏହି ପାହାଡିଯତ୍ରା କୁ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ ସଭାପତି ଭାବରେ ମଧୁସୂଦନ ପାଣ୍ଡେ, ସମ୍ପାଦକ ଭାବରେ ବେଣୁଧର ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ ମୁଖ୍ଯ ପୂଜକ ସ୍ବର୍ଗତ ନବିନ ମଲ୍ଲିକ ଙ୍କ ପୁତ୍ର ପୂଜାର୍ଚ୍ଚନା କରିଥିଲେ । 

କନ୍ଧ ସମାଜ ର ଇଷ୍ଟଦେବୀ ଦୂର୍ଗେଇଦେବୀ ଙ୍କ ପୂଜାର୍ଚ୍ଚନା ଓ ପରମ୍ପରା ରେ ଯୋଗଦାନ ଦେବାପାଇଁ ଏଥର ପ୍ରାୟ ତିରିଶ ହଜାର ଭକ୍ତ ଗନ୍ଧମାର୍ଦ୍ଦନ ପର୍ବତମାଳା ଶିଖରକୁ ଚଢି ଶିଖରରେ ଥିବା ଦୂର୍ଗେଇମାତା ଙ୍କୁ ଦର୍ଶନ ଲାଭ ପାଇଥିଲେ । ପାହାଡ଼ ଶିଖରର ଦୂର୍ଗେଇଖୋଲ ନିକଟରେ ରାତ୍ରୀରେ ଶୀତୁଆ ମନ ରଞ୍ଜନ ପାଇଁ ହାସ୍ୟ କବି ସମ୍ମିଳନୀ ଓ ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...