ମୁରିବାହାଲ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟିତ, ମଶାଲ ଯାତ୍ରା ସହ ମଞ୍ଚପୂଜନ ସମ୍ପୂର୍ଣ...

ମୁରିବାହାଲ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟିତ, ମଶାଲ ଯାତ୍ରା ସହ ମଞ୍ଚପୂଜନ ସମ୍ପୂର୍ଣ...


ମୁରିବାହାଲ,୨୯/୧୨ : ବଲାଙ୍ଗୀର  ଜିଲ୍ଲା ମୁରିବାହାଲ ବ୍ଲକ ବିରାଟ ଧନୁଯାତ୍ରା ମହୋତ୍ସବ  ଉଦଘାଟନ ହୋଇଯାଇଛି। ପଞ୍ଚମ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଏହି ଧନୁଯାତ୍ରା ମହୋତ୍ସବ ରେ ଏହି ବର୍ଷ ଅତି ଯାକଜାମକ ରେ ଉଦ୍ଘାଟନୀ ହୋଇଛି। 

           Ad..


ମୁରିବାହାଲ ଧନୁଯାତ୍ରା କମିଟି ସଭାପତି ଶ୍ରୀବତ୍ସ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ  ସମାରୋହରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ଏସ. ଡ଼ି. ପି. ଓ ଗୌରାଙ୍ଗ ସାହୁ, ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳ, ମୁରିବାହାଲ ବନଖଣ୍ଡ ଅଧିକାରୀ ନୀଳାଦ୍ରି ଭୋଇ,ମୁରିବାହାଲ  ଵି.ଇ.ଓ ଶାନ୍ତନୁ ପଢିଆରି,ଯୁକ୍ତ ଦୁଇ ପ୍ରିନସିପାଲ ରମେଶ ମହାନନ୍ଦ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। 

Ad..


ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ କଳାକାର ଯୁଗଳ କିଶୋର ସାହୁ ଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା। ଏହି ଦିବସରେ ପ୍ରଥମେ ଏକ ମଶାଲ ଯାତ୍ରା  ରାଧାକୃଷ୍ଣ ମନ୍ଦିରରୁ ଆରମ୍ଭ ହୋଇ ସ୍ୱାମୀ ବିବେକାନନ୍ଦ ଛକ ଦେଇ ହେଇ ମୁରିବାହାଲ ବଜାର ଅରିକ୍ରମ କରି ଧନୁଯାତ୍ରା ପଡିଆ କୁ ପହଂଚି ଥିଲା  ଏହି ମଶାଲ ଯାତ୍ରା ରେ ଧନୁଯାତ୍ରା କମିଟି ର ତରୁଣ ପୋଢ଼ ଓ ଚିନ୍ତାମଣି ମହାରଣା ମଶାଲ ପୂଜନରେ ଉପସ୍ଥିତ ଥିଲେ ଏହା ସହିତ ମଞ୍ଚ ପୂଜନରେ କର୍ତା ଭାବରେ ଚିନ୍ତାମଣି ମହାରଣା ଓ ପୂଜକ କାଶୀନାଥ ଦାସ ଉପସ୍ଥିତ ଥିଲେ। 

ସହଯୋଗ ରେ ଉପସଭାପତି ଲଷ୍ମୀକାନ୍ତ ଧାରୁଆ, ଶ୍ୟାମସୁନ୍ଦର ଝାଙ୍କର, କୋଷାଦକ୍ଷ ପଦ୍ମଲୋଚନ ସାହୁ, ସମ୍ପାଦକ ତରୁଣ ପୋଢ଼, ସଂଯୋଜକ ସୁଧାଂଶୁ ଶେଖର ପୋଢ଼, କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ମଞ୍ଚ ରେ ସହଯୋଗ କରିଥିଲେ ଲ ପ୍ରଥମ ଦିନରେ ଗୋପପୁର ବାନ୍ଧବହାଲ ଓ ମୁରିବାହାଲ ରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମିନାବଜାର ଓ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଯୋଗୁଁ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1





Report : Sudam baghar

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...