ଗୁରୁଦ୍ୱାରାଛକ ବଜରଙ୍ଗବାଲି ମନ୍ଦିରର ୧୩ତ୍ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ...
ଗୁରୁଦ୍ୱାରାଛକ ବଜରଙ୍ଗବାଲି ମନ୍ଦିରର ୧୩ତ୍ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ...
ବରଗଡ,୨୮/୧୨ : ବରଗଡ ଉପକଣ୍ଠ ଗୁରୁଦ୍ୱାରା ଛକରୁ ରେଲୱେ ଷ୍ଟେସନ ଯିବା ରାସ୍ତାରେ ପଡେ ବଜରଙ୍ଗ ୱାଲିଙ୍କ ମନ୍ଦିର.ଏହାର ୪ବର୍ଷ ପୂର୍ବରୁ ଅର୍ଥାତ ୨୦୨୦ ମସିହାରେ ଉକ୍ତ ମନ୍ଦିରଟି ଗୁରୁଦ୍ୱାରା ଛକରେ ଥିଲା।
Ad..
କ୍ରମେ ରେଲୱେ ଷ୍ଟେସନ ରୋଡ ପ୍ରଶସ୍ତି କରାଯିବାରୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସୁପାରିଶକ୍ରମେ ଏହି ସ୍ଥାନରେ ମନ୍ଦିର ତୋଳିବାର ସୁଯୋଗ ମିଳିଥିଲା। ପ୍ରଥମେ ମନ୍ଦିର ନ ଉଠାଇବାକୁ ପୂଜକ ରାଜୁବାବା ବିରୋଧ କରିଥିଲେ.କାରଣ ଦୀର୍ଘ ୪୩ ବର୍ଷ ହେବ ଗୁରୁଦ୍ୱାରା ଛକରେ ବଜରଙ୍ଗ ବାଲୀଙ୍କୁ ସେ ପୂଜା କରି ଆସୁଥିଲେ।ସେଥିପାଇଁ ପ୍ରଥମେ ରାଜୁବାବା ଘୋର ବିରୋଧ କରୁଥିଲେ। ବହୁତ ବୁଝା ସୁଝା କରିବା ପରେ ବାବା ରାଜି ହୋଇଥିଲେ।
Ad..
୨୦୧୦ ମସିହା ଡିସେମ୍ବର ୨୬ ତାରିଖରେ ଶ୍ରୀଯୁକ୍ତ ରବିନାରାୟଣ ଶତପଥୀ ଏହି ପୂଜା ଆରମ୍ଭ କରିଥିଲେ.ଏବଂ ଗୁରୁଦ୍ୱାରା ଛକରେ କିଛିଲୋକ ବଜରଙ୍ଗ ବଲ୍ଲିଙ୍କ ପୂଜାରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ମନ୍ଦିର ଅନ୍ୟତ୍ର ସ୍ଥନନ୍ତରିତ ପରେ ଆନୁମାନିକ ୨୫ଜଣରୁ ଅଧିକ ସଭ୍ୟମାନେ ଯୋଗଦାନ କରିଛନ୍ତି ଏବଂ ବହୁତ ଧୁମ ଧାମରେ ବାବାଙ୍କ ବାର୍ଷିକ ଉଛବ କରାଯାଉଛି ବୋଲି କମିଟିର ସଭାପତି ରବିନାରାୟଣ ଶତପଥୀ,ସମ୍ପାଦକ ଦେବାନନ୍ଦ ସାହୁ ପ୍ରକାଶ କରିଛନ୍ତି।
ଆହୁରିମଧ୍ୟ କହିଥିଲେ ଯେ ଦାତାମାନେ ବହୁତ କିଛି ବାବାଙ୍କ ପୂଜାରେ ଦାନ କରୁଛନ୍ତି। ଯାହାକି ବହୁତ ଧୁମ ଧାମରେ ପୂଜାର୍ଚନା କରାଯାଉଛି। ୩ଜଣ ପୂଜକ ପ୍ରବୀର କୁମାର ଦାସ,ବିଶ୍ୱନାଥ ଶତପଥୀ,ଧ୍ରୁବଦାସ ପୂଜାର୍ଚନା କରିଥିଲେ ଏବଂ ସୁନୀଲ ପଣ୍ଡା ଓ ତାଙ୍କର ଧର୍ମପତ୍ନୀ କ୍ଷେତେଶ୍ୱରୀ ପଣ୍ଡା କର୍ତ୍ତାହୋଇ ବାବାଙ୍କ ପୂଜା କରୁଥିବାର ଦେଖିବାକୁ ମିଳିଥିଲା।
ଅର୍ଣ୍ଣକୋର୍ଟ ଜରିଆରେ ଆନୁମାନିକ ୫ ହଜାରରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ବାବାଙ୍କ ମନ୍ଦିର ପୂର୍ଣ୍ଣ ହୋଇ ନଥିବାରୁ ଲୋକମାନଙ୍କୁ ସାହାଯ୍ୟ ମାଗି ମନ୍ଦିର ପୂର୍ଣ୍ଣ କରିବୁବୋଲି କମିଟିର ଅନ୍ୟ ସଦସ୍ୟ। ଖିରୋଦ ଦାସ,ଅରୂଣଜେନା,ବିଜୟ କୁମାର ସାହୁ,କିଶୋର ପାଢ଼ୀ,ବିଶ୍ୱନାଥ ଦାସ,ପ୍ରଶାନ୍ତ ନାଏକ,ପ୍ରଶାନ୍ତ ସ୍ୱାଇଁ,ସୁଶାନ୍ତ ଜେନା,ବିଜୟ ରାଉତ,ଅଶୋକ ପଧାନ,ବିଭୁତି ଜେନା,ବାଟ ସାହୁ,ପପୁ ଖଟୁଆଳ,ରାଜୁବାବୁ(ଗାୟତ୍ରୀ ଟେଡର୍ସ)ବିଶ୍ୱନାଥ ବିଶ୍ୱାଳ,ସୁଶାନ୍ତ ସ୍ୱାଇଁ,ଚିତ୍ତ ରଞ୍ଜନ ସ୍ୱାଇଁ(ଉପ ସଭାପତି) ବିନୁ ଅଗ୍ରୱାଲ,ଲିପୁନା ନାଏକ,ଦେବାନନ୍ଦ ସାହୁ(ସମ୍ପାଦକ)ଦେବାଶିଷ ମହାନ୍ତି,ସାମଲ ବାବୁ,(ବଦ୍ରିପ୍ରସାଦ) ଆଲୋକ ଜେନାଙ୍କ ସମେତ ଅନ୍ୟ ସଭ୍ୟମାନେ ପ୍ରକାଶ କରିଛନ୍ତି।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment