ଉଦଯାପିତ ହେଲା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ...

ଉଦଯାପିତ ହେଲା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ... 


ବରଗଡ଼/ପଦ୍ମପୁର,୨୯/୧୨ : ଡିସେମ୍ବର ୧୦ ରୁ ଆରମ୍ଭ ହୋଇଥିବ ବରଗଡ଼ ଜିଲ୍ଲା ପଦ୍ମପୁର ଲୋକ ମହୋତ୍ସବ ୨୪ ତାରିଖ ଆନୁଷ୍ଠାନିକ ଭାବରେ ଉଦଯାପିତ  ହୋଇଯାଇଛି। ଟାଉନ୍ କ୍ଲବ ଦ୍ଵାରା ଆୟୋଜିତ ତୃତୀୟ ଲୋକ ମହୋତ୍ସବ ଗତ ଡିସେମ୍ବର ୧୦ ତାରିଖ ସକାଳୁ ଗଣଦୌଡ ରୁ ଶୁଭାରମ୍ଭ ହୋଇଥିଲା। 

          Ad..


ସହରର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ , ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ସମାଗମ ରେ ଗଣଦୌଡ ସହର ପରିକ୍ରମା ହୋଇଥିଲା । ସହରର ମହିଳା, ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ ଝୋଟି , ରଙ୍ଗୋଲି, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରୁ ବାଣିଜ୍ୟ ଓ ଖାଦ୍ୟ ମେଲାର ଶୁଭାରମ୍ଭ ହୋଇଥିଲା। 

Ad..


ପଦ୍ମପୁର ତହସିଲଦାର ବିପିନ ବିହାରୀ ପ୍ରଧାନ, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର , ନାଗରିକ କମିଟି ସମ୍ପାଦକ ଅଜିତ କୁମାର ଶତପଥି ପ୍ରମୁଖ ଯୋଗଦାନ ଦେଇ ମେଳା କୁ ଉଦଘାଟନ କରିଥିଲେ । ଡିସେମ୍ବର ୧୪ ତାରିଖ ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥଲା। 

ବିଭିନ୍ନ କଲାକାର ଙ୍କ ଦ୍ବାରା ମାଣବସା ଗୁରୁବାରର ସାଂସ୍କୃତିକ ଝଲକ, ପରିବେଶ, ବିଜ୍ଞାନ ଓ ଲୋକ ପରମ୍ପରାର ଝଲକ ଝାକୀ ପ୍ରଦର୍ଶିତ ହେବା ସହ କଲଙ୍ଗି, କରମସାନୀ,ଗୈଡବାଡି, ଡଣାବାଡି ନୃତ୍ୟ, ପଶୁ ନୃତ୍ୟ, ସିଂହ ବାଜା, ରାମକାଠି ପ୍ରଭୃତି ସାଂସ୍କୃତିକ ବିବିଧ କଳା ପ୍ରଦର୍ଶନ ହୋଇ ନଗର ପରିକ୍ରମା କରାଯାଇଥିଲା । 

ଡିସେମ୍ବର ୧୫ ରୁ ୧୭ ତିନିଦିନ ଧରି ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ଉଦ୍ଘାଟନ ଉତ୍ସବରେ ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ବିପିନ ବିହାରୀ ନନ୍ଦ, ପୂର୍ବତନ ପ୍ରଧ୍ୟାପକ ଦୂର୍ଗା ପ୍ରସାଦ ସାହୁ, ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଯୋଗଦାନ ଦେଇଥିବାବେଳେ ଦ୍ଵିତୀୟ ଦିନରେ ବିରୋଧୀ ଦଳର ଉପନେତା ମୋହନ ମାଝି, ଅଭିନେତା ତଥା ବର୍ତ୍ତମାନର ଚର୍ଚ୍ଚିତ ମନୋଜ ମିଶ୍ର, ସପନ ମିଶ୍ର ଯୋଗଦାନ ଦେଇଥିଲେ ତୃତୀୟ ଦିନ ରେ ଛତିଶଗଡ଼ ମହାସମୁନ୍ଦ ସାଂସଦ ଚୁନିଲାଲ ସାହୁ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିକାଶ ଗୃଫ ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ଓ ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ ଦେଇଥିଲେ। 

ଏହି ଲୋକ ମହୋତ୍ସବ ଅବସରରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିବା ବେଳେ ବିଭିନ୍ନ ଖେତ୍ରରେ ପାରଦର୍ଶିତା ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଙ୍କୁ ସମ୍ମାନିତ କରାଯାଇଥିଲା । ଦିର୍ଘ ବାର ଦିନ ଧରି ଅନୁଷ୍ଠିତ ହୋଇଥିବା ପଦ୍ମପୁର ତୃତୀୟ ଲୋକମହୋତ୍ସବ ରେ ଏଥର ପ୍ରବଳ ଜନସମାଗମ ହୋଇ ଲୋକ ମହୋତ୍ସବ ଜନ ସମୁଦ୍ରରେ ପରିଣତ ହୋଇଥିଲା । 

ଟାଉନ୍ କ୍ଲବ ର ପରାମର୍ଶଦାତା ଶିରିଶ କୁମାର ବହିଦାର, ବରିଷ୍ଠସଭ ସାମ୍ବାଦିକ ଲାଲବିହାରୀାପ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ମିଶ୍ର ଙ୍କ ପରାମର୍ଶରେ ଓ ସଭାପତି ପ୍ରିତେଶ କୁମାର ବହିଦାର ଙ୍କ  ସଭାପତିତ୍ବରେ ସମ୍ପାଦକ କୁନାଲ ପାଣିଗ୍ରାହୀ ଓ ଆବାହକ ଅଶୋକ କୁମାର ମିଶ୍ର, କେଶବ ରଞ୍ଜନ ପ୍ରଧାନ,ଅଶୋକ ବୋହିଦାର, ରମେଶ ଗୁର୍ଲା,ସୁରେନ୍ଦ୍ର ସାହୁ,ପୂର୍ଣଚନ୍ଦ୍ର ପାଣିଗ୍ରାହୀ,ରମେଶ ଗୁର୍ଲା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କ୍ଲବ ବ ସଦସ୍ୟ ନରେଶ ସୁନ୍ଦର ସାହୁ, ସୁବାସ ପାତ୍ର, ସରୋଜ ମିଶ୍ର, ହରି ସିଂ,ଜ୍ୟୋତ୍ସ୍ନାରାଣୀ କର,ନରୋତମ ପ୍ରଧାନ, ପ୍ରତାପ ନାଥ, ସୁଧାଂଶୁ ତ୍ରିପାଠୀ, ସୁନୀଲ ଅଗ୍ରୱାଲ,ସୁରେଶ ସାହୁ,ଦୀନେଶ ବାରିକ,ଅଖିଳ ପଟ୍ଟନାୟକ,ମଣ୍ଟୁ ପାଣ୍ଡେ,ମନିଷ ରଥ,ସୁରଜ ସୁନା, ଲକ୍ଷ୍ମୀକାନ୍ତ ବରିହା,ଦୀପକ ବାରିକ, ଆରିୟା ସାହୁ,ଟେନସ ପଣ୍ଡା,ରବୀନ ମେହେର, ସୁରଜ ଭୋଇ,ରାହୁଲ ବହିଦାର, ଶିବମ ପଟନାୟକ,ବିନୀତ ପାତ୍ର,ଶୈଳେଶ ମହାନ୍ତି,ଆୟୁଷ ଯୋଶୀ,ଆଲୋକ ଯୋଶୀ,ଆଦେଶ ସାହୁ,ନବ କଣ୍ଟା,ରାଜା ପଟ୍ଟନାୟକ, ରାଜୀବ ବଗର୍ତି,ରୀତିକ ବାରିକ,ଅନିଲ ଗୁର୍ଲ୍ଲା,ଜୟରାମ ନାଗ, ନିରୋଜ ମେହେର, ଲାଲୁ ପ୍ରମୁଖ ସମସ୍ତ କାର୍ଯ୍ୟ ଓ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...