ଗନ୍ଧମାର୍ଦ୍ଦନ ପର୍ବତମାଳା ଦୂର୍ଗେଇଖୋଲ ରେ ହାସ୍ୟ କବି ସମ୍ମିଳନୀ...
ଗନ୍ଧମାର୍ଦ୍ଦନ ପର୍ବତମାଳା ଦୂର୍ଗେଇଖୋଲ ରେ ହାସ୍ୟ କବି ସମ୍ମିଳନୀ...
ବରଗଡ଼/ ପଦ୍ମପୁର,୨୮/୧୨ : ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତମାଳା ର ଶିଖରରେ ଥିବା ଦୂର୍ଗେଇଖୋଲ ଠାରେ କନ୍ଧ ଓ ଆଦିବାସୀ ଙ୍କ ସର୍ବ ପୂରାତନ ଇଷ୍ଟ ଦେବୀ ଦୂର୍ଗେଇ ଙ୍କ ଦୁଇଦିନିଆ ପାହାଡି ଦୂର୍ଗେଇଖୋଲ ଯାତ୍ରା ପାଳନ ସମୟରେ ଭକ୍ତମାନଙ୍କର ଶୀତକୁ ଉଡେଇ ଦେବାପାଇଁ ମନୋରଞ୍ଜନ ନିମନ୍ତେ କବି ସମ୍ମିଳନୀ ର ଆୟୋଜନ କରାଯାଇଥିଲା ।
Ad..
ବରଗଡ଼ ଓ ଛତିଶଗଡ଼ର କବି ମାନେ ଗନ୍ଧମାର୍ଦ୍ଦନ ପର୍ବତମାଳା ଶିଖରକୁ ଚଢି ଦୂର୍ଗେଇଖୋଲ ନିକଟରେ ମାଁ ଦୂର୍ଗେଇ ଦେବୀ ଙ୍କୁ ଦର୍ଶନ କରିଥିଲେ । ସନ୍ଧ୍ୟାପରେ ରାତ୍ରୀରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ହାସ୍ୟ ବବିତା ପାଠ ହୋଇଥିଲା ।
Ad..
ଏଥିରେ ବରଗଡ଼ ଗୋବିନ୍ଦପୁର ର ହାସ୍ୟ କବି ଲଲିତ ବାରିକ, ଭଟଲି ରାଇସଭାର ନବିନ ବାଗ, ରୁନିପାଲି ଭଟଲିର ସନ୍ତାଷ ଭୁଏ, ଛତିଶଗଡ଼ ଡୁମେରପାଲି ରସାନନ୍ଦ ଭୁଏ ଓ ରଙ୍ଗଡିହିର ଶ୍ରୀକାନ୍ତ ବାରିକ ପ୍ରମୁଖ ଯୋଗଦାନ ଦେଇ କବିତା ପାଠ କରିଥିଲେ ।
ଏହି ପାହାଡିଯତ୍ରା କୁ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ ସଭାପତି ଭାବରେ ମଧୁସୂଦନ ପାଣ୍ଡେ, ସମ୍ପାଦକ ଭାବରେ ବେଣୁଧର ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ ମୁଖ୍ଯ ପୂଜକ ସ୍ବର୍ଗତ ନବିନ ମଲ୍ଲିକ ଙ୍କ ପୁତ୍ର ପୂଜାର୍ଚ୍ଚନା କରିଥିଲେ । କନ୍ଧ ସମାଜ ର ଇଷ୍ଟଦେବୀ ଦୂର୍ଗେଇଦେବୀ ଙ୍କ ପୂଜାର୍ଚ୍ଚନା ଓ ପରମ୍ପରା ରେ ଯୋଗଦାନ ଦେବାପାଇଁ ଏଥର ପ୍ରାୟ ତିରିଶ ହଜାର ଭକ୍ତ ଗନ୍ଧମାର୍ଦ୍ଦନ ପର୍ବତମାଳା ଶିଖରକୁ ଚଢି ଶିଖରରେ ଥିବା ଦୂର୍ଗେଇମାତା ଙ୍କୁ ଦର୍ଶନ ଲାଭ ପାଇଥିଲେ ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment