ରାଜା ବଲରାମ ଦେଓ ଅନ୍ତଃରାଜ୍ୟ କ୍ରିକେଟ ଚମ୍ପିୟାନସିପ,ବରଗଡ଼ ବ୍ଲୁଡାଇମଣ୍ଡ ରାଞ୍ଚି ରକ ମେନ କୁ ହରାଇ ଚମ୍ପିୟାନ...

ରାଜା ବଲରାମ ଦେଓ ଅନ୍ତଃରାଜ୍ୟ କ୍ରିକେଟ ଚମ୍ପିୟାନସିପ,ବରଗଡ଼ ବ୍ଲୁଡାଇମଣ୍ଡ ରାଞ୍ଚି ରକ ମେନ କୁ ହରାଇ ଚମ୍ପିୟାନ...


ଭଟଲି,୨୮/୧୨ : ଭଟଲି ବ୍ଲକ ନୁଆଗଡ଼ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ନୁଆଗଡ଼ କ୍ରୀଡାସଂଗଠନ ଆନୁକୂଲ୍ୟରେ ଚାଲିଥିବା ୮ମ ଅନ୍ତଃରାଜ୍ୟ ରାଜା ବଳରାମ ଦେଓ କ୍ରିକେଟ ଚମ୍ପିୟାନ ସିପ ର ପୁଲ ବି ର କ୍ୱାଟର ଫାଇନାଲରେଆଜି ବରଗଡ଼ ବ୍ଲୁଡାଇମଣ୍ଡ ଓ ରାଞ୍ଚି ରକ ମେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ବରଗଡ ବ୍ଲୁ ଡାଇମଣ୍ଡ ଟସଜିଣି ବ୍ୟାଟିଂ ନିଷ୍ପତ୍ତି ନେଇ  ୨୨ଓଭରରେ ୫ ଉଇକେଟ ବିନିମୟରେ ୧୬୧ ରନ ସଂଗ୍ରହ କରିଥିଲା।

Ad..


୧୬୨ରନର ବିଜୟ ଲକ୍ଷ୍ୟକୁ ପିଛାକରି ରାଞ୍ଚିରକମେନ ଦଳ ୨୨ ଓଭରରେ  ୧୫୬ରନରେ ଅଳଆଉଟ ହୋଇଥିଲେ।ଫଳରେ ବରଗଡ଼ ବ୍ଲୁ ଡାଇମଣ୍ଡ ୫ରନରେ ବିଜୟୀ ହୋଇ ପୁଲ ବି ର ସେମିଫାଇନାଲକୁ ପ୍ରବେଶ କଲା।ବରଗଡ଼ ବ୍ଲୁ ଡାଇମଣ୍ଡ ର ବ୍ୟାଟ୍ସ ମେନ ପ୍ରବୀଣ ଲୁହା ୪୬ବଲ ର ସାମନା କରି ୭ଟିଚୌକା ଓ ଗୋଟିଏ ଛକକା ସହାୟତାରେ ୫୬ରନ ସଂଗ୍ରହ କରିଥିଲେ।

Ad..


ଏହି ଦଳର ବୋଲର ଅଜିତ ସ୍ବାଇଁ ୫ ଓଭର ବୋଲିଂ କରି ୧୨ରନ ଦେଇ ୨ଟି ଉଇକେଟ ସହ ଗୋଟିଏ ଓଭର ମ୍ୟାଡେନ ଦେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ କ୍ରୀଡା ସଂଗଠନ ର ସଭାପତି ସତ୍ୟରାମ ଖମାରୀ, ସମ୍ପାଦକ ରୋମାଞ୍ଚଳ ଖମାରୀ,ରାଜକୁମାର ସାହୁ, ଆନନ୍ଦ ସାହୁ ଅତିଥି ଭାବରେ ଯୋଗଦାନ କରି ଖେଲାଳୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଆଜି ପୁଲ ବି ର ପ୍ରଥମ କ୍ୱାଟର ଫାଇନାଲ ଖେଳ କୁ ଅମ୍ପିୟାର ଭାବରେ ମହମ୍ମଦ ଇସାକ ଓ ପ୍ରଭଞ୍ଜନ ବଳ ଖେଳ ପରିଚାଳନା କରିଥିଲେ।ଅଶୋକ ବଘେଇ, ନକୁଳ ନାୟକ,ପବିତ୍ର ସା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅଶୋକ ସାହୁ ସ୍କୋରର ରେ ଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Motilal Banchhor

Edited by k.s thakur...





Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...