ଭଲ ରାସ୍ତା ନାହିଁ, ପୋଲ ଭାଙ୍ଗି ଚାରି ମାସ...

ଭଲ ରାସ୍ତା ନାହିଁ, ପୋଲ ଭାଙ୍ଗି ଚାରି ମାସ...


ତୁରେକେଲା,୨୭/୧୨: ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତ ଦାବ୍ରି ଗ୍ରାମର ଚତ୍ରା ପଡ଼ା ବାସିଙ୍କ ଯିବା ଆସିବା କରିବାପାଇଁ ଭଲ ରାସ୍ତଟିଏ ମଧ୍ୟ ନାହିଁ। ଗତ କିଛି ମାସ ତଳେ ବର୍ଷା ଯୋଗୁଁ ସେହି ପଡ଼ା ପାଖରେ ଗୋଟିଏ ପୁଲିଆ ଭାଙ୍ଗି ପଡ଼ି ରହିଛି।

           Ad..


ଦୀର୍ଘ ବର୍ଷ ଧରି ଚତ୍ରା ପଡ଼ା କୁ ଭଲ ରାସ୍ତା ଟିଏ ମଧ୍ୟ ଆସିନାହିଁ। ଯେଉଁ ରାସ୍ତା ଅଛି ସେହି ରାସ୍ତା ଦେଇ ପଡ଼ା ବାସି ଯିବା ଆସିବା ମଧ୍ୟ କରି ପାରୁ ନାହାଁନ୍ତି।ସେହି ରାସ୍ତା ଦେଇ ଗାଁ ଲୋକ ଚାଷ ବାସ କରିବା ପାଇଁ ସବୁ ଦିନ ଯିବା ଆସିବା କରି ଥାନ୍ତି। ଜୟ ମାଁ ଦୁଆର୍ଶନି କ୍ଳବ୍ ପକ୍ଷରୁ ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ ଲିଖିତ ଅନୁରୋଧ କରାଯାଇଥିଲା ଗୋଟିଏ ପୋଲ ଓ ଭଲ ରାସ୍ତା ପାଇଁ।

Ad..



ଏ ବିଷୟ କୁ ନେଇ ଆରଡି ପକ୍ଷରୁ କନିଷ୍ଟ ଯନ୍ତ୍ରୀ ପ୍ରଦୀପ ଦାସ ଓ ଅନ୍ୟ ଜଣେ ଯନ୍ତ୍ରୀ ଆସି ସ୍ଥାନ ନିରୀକ୍ଷଣ କରି ଯାଇ ଛନ୍ତି।ତେବେ ଦେଖିବା କୁ ରହିଲା ଯେ ପ୍ରଶାସନ କେତେ ଶୀଘ୍ର ତତ୍ପରତା ଦେଖାଇ ଗାଁ ଲୋକଙ୍କ ଅସୁବିଧାର ସମାଧାନ କରିବ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1



Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...