ଜକ୍ତିପାଲି ଗ୍ରାମରେ ଗ୍ରାମ ସଭା ଅନୁଷ୍ଠିତ...

ଜକ୍ତିପାଲି ଗ୍ରାମରେ ଗ୍ରାମ ସଭା ଅନୁଷ୍ଠିତ...


ଭଟଲି,୨୭/୧୨ : ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଗ୍ରାମପଞ୍ଚାୟତ ଜଙ୍ଗଲ ଗ୍ରାମ  ଜକ୍ତିପାଲି ଗ୍ରାମ ରେ  ଏକ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଟଲି ବିଡ଼ିଓ  ଶ୍ରୀଭିକ୍ଟର ସୋରେଙ୍ଗ ଯୋଗଦାନ କରି  ଉପଲବ୍ଧ ବିଭିନ୍ନ ସରକାରୀ  ଦ।ରିଦ୍ର ଦୂରୀକରଣ ଯୋଜନା ରୁ  ହିତାଧିକାରୀ ମାନେ ଲାଭ ଗ୍ରହଣ ପୂର୍ବକ କିପରି ନିଜ ନିଜ     ଅ।ର୍ଥକ  ସ୍ଥିତି ର ସୁଦୃଢ଼ୀକରଣ  କରି ପାରିବେ ସେ ସମ୍ପର୍କରେ ବୁଝାଇ ଥିଲେ।

             Ad..


ଏହି ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତର ବହୁ ସଂଖ୍ୟାରେ ମହିଳା ଏବଂ ପୁରୁଷ ଙ୍କ ଉପସ୍ଥିତ  ହୋଇ  ଅନେକ  ସମସ୍ୟାର ସମାଧାନ  କରାଯିବାକୁ ପ୍ରସ୍ତାବ ମାନ ପ୍ରଦାନ କରିଥିଲେ। 

Ad..


ଏତଦ୍ ବ୍ୟତୀତ ଜଙ୍ଗଲ ଜମି ସାଟିର୍ଫିକେଟ ପାଇଥିବା ହିତାଧିକାରୀଙ୍କ  ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର   ଯୋଜନାରେ ଜମିର ଉନ୍ନତି କରଣ, ବିଭିନ୍ନ  ଭତ୍ତା,  ଅଣଆଦିବାସୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସାଧାରଣ ବଣ୍ଟନ,  ମଜୁରୀ ପ୍ରଦାନକୁ 150 ଦିନକୁ ବୃଦ୍ଧି, ମେଟ ଚୟନ, ଇତ୍ଯାଦି   ବିଷୟରେ ଏହି ଗ୍ରାମ ସଭାରେ ଆଲୋଚନା କରାଯାଇଥିଲା।

ଏହି ଗ୍ରାମସଭା ବୈଠକ ରେ କେଲେଣ୍ଡାପାଲି ପଞ୍ଚାୟତ ର ପିଇଓ ଉମେଶ କୁମାର ସେଠ  ବୈଠକ ଆୟୋ ଜନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।  ଭଟଲିରେଞ୍ଜ ଫରେଷ୍ଟର ରାଜେନ୍ଦ୍ର ସିଂ, ଫରେଷ୍ଟଗାର୍ଡ ହେମିନା ପାଳ, ଜିଆରଏସ ନିଳାମ୍ବର ଖମାରୀ ଙ୍କ ସମେତ ଅନ୍ଯାନ୍ଯ  ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Motilal Banchhor

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...