ବଡ଼ ଠାକୁର ଙ୍କ ସେବାୟତ ମାନେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ ପାଇଁ ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ ...

ବଡ଼ ଠାକୁର ଙ୍କ ସେବାୟତ ମାନେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ ପାଇଁ ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ ...


ପଦ୍ମପୁର,୨୮/୧୨ : କୋଟି ବ୍ରହ୍ମାଣ୍ଡନାୟକ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ (୧୭-୦୧-୨୦୨୪) ପାଇଁ ପୁରିଧାମରୁ ବଡ଼ଠାକୁରଂକ ସେବାୟତ ମାନେ ଆସି ପ୍ରଭୁ ନୃସିଂହନାଥଂକୁ ନିମନ୍ତ୍ରଣ କରିଛନ୍ତି। 

Ad..


ନୂଆପଡ଼ାରୁ ପ୍ରଭୁ ନୃସିଂହନାଥଂକ ମନ୍ଦିର ଅଭିମୁଖେ ବାହାରିଥିବା ସେବାୟତ ବିପିନ ପତ୍ରୀ, ଜୟକୃଷ୍ଣ ମହାପାତ୍ର, ସିକନ୍ ପତ୍ରୀ ଓ  ଡେପୁଟି ଡାଇରେକ୍ଟର - ପ୍ଲାନିଂ ସୂର୍ଯ୍ଯନାରାୟଣ ତ୍ରିପାଠିଂକୁ  ବରଗଡ଼ ଜିଲ୍ଲାର ଧାରୋଲ ଗ୍ରାମଠାରେ ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ , ଉପଖଂଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିନାୟକ ମିଶ୍ର ଓ ଏଡିଡ୍ବ୍ଲୁଓ ସିଦ୍ଧାର୍ଥ ପଟ୍ଟନାୟକ ଭବ୍ଯ ସ୍ବାଗତ କରିଥିଲେ। 

Ad..


ଜୟ ଜଗନ୍ନାଥ ଶୁଭଧ୍ବନି, ହୁଳହୁଳି ଓ ସଂକିର୍ତ୍ତନ ଦ୍ବାରା ସେମାନଂକୁ ସ୍ବାଗତ କରାଯାଇଥିଲା ଓ ଅଧିକାରୀ ମାନେ ତାଂକୁ ନୃସିଂହନାଥ ମନ୍ଦିରକୁ ପାଛୋଟି ନେଇଥିଲେ। ପ୍ରଭୁ ନୃସିଂହନାଥଂକ ମନ୍ଦିରରେ ସେବାୟତ ମାନଂକୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଲ ଲଲାଟ ଲୁହାଂକ ନେତୃତ୍ବରେ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । 

ଦୁଇଟି କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସେବାୟତ ମାନଂକୁ ମନ୍ଦିର ମଧ୍ଯକୁ ପାଛୋଟି ନେଇଥିଲେ । ମନ୍ଦିରରେ ସେବାୟତ ମାନେ ପ୍ରଭୁ ନୃସିଂହନାଥଂକ ଆଳତୀ ଦର୍ଶନ କରିବା ସହ ସାମୁହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । 

ତାପରେ ସେମାନେ ପ୍ରଭୁ ନୃସିଂହନାଥଂକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଏକ ଆଧ୍ଯାତ୍ମିକ ଭାବବିହ୍ବଳ ପରିବେଶ ମଧ୍ଯରେ ସେମାନେ ପ୍ରଭୁଂକ ସହ ସମସ୍ତ ସେବାୟତ ଓ ଭକ୍ତମଣ୍ଡଳୀଂକୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ଯକ୍ରମରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର, ମନ୍ଦିର ନିର୍ବାହି ଅଧିକାରୀ ମୀନକେତନ ପ୍ରଧାନ ଉପସ୍ଥିତ ରହି ଉପସ୍ଥିତ ରହି ପରିଚାଳନା କରିଥିଲେ । 


Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...