ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ବାଳିକା ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ...

ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ବାଳିକା ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ...


ଭଟଲି,୨୬/୧୨: ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ବାଳିକା ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି।ଏଥିରେ ଭଟଲି ଏବିଇଓ ଜାରା ବାରିକ ଯୋଗଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ ।

Ad..


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ଦାଶ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଜିର ନାରୀ ଆଉ ଅବଳା-ଦୁର୍ବଳା ନୁହେଁ । ବର୍ତ୍ତମାନ ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୂ ମଧ୍ୟ ଜଣେ ନାରୀ। ନାରୀମାନେ ବହୁ ଗୁରୁ ଦାୟିତ୍ୱ ସମ୍ପାଦନ କରି ଆଗକୁ ବଢ଼ି ଚାଲିଛନ୍ତି।

Ad..


ବର୍ତ୍ତମାନର ସମାଜରେ ନିଜକୁ ସୁରକ୍ଷିତ ରଖିବା ପାଇଁ  ପାଠ ପଢ଼ା ସହିତ ଆତ୍ମ ସୁରକ୍ଷାର ଅନେକ କୌଶଳ ଝିଅ ମାନଙ୍କୁ ହାସଲ କରିବା  ନିତାନ୍ତ ଆବଶ୍ୟକ ।ତେଣୁ ଆମ ପାଇଁ ଶିକ୍ଷା  ସହିତ ସୁରକ୍ଷା ଦରକାର ବୋଲି ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଦାଶ କହିଥିଲେ। 

ସାଧନକର୍ମୀ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନିଲଜୀର ଶିକ୍ଷୟିତ୍ରୀ ସ୍ବାତୀ ସାଗରିକା ତ୍ରିପାଠୀ ଓ ଭଟଲିର ସ୍ବନାମଧନ୍ଯ ଜୁଡୋ ମାଷ୍ଟର ସରୋଜ ନାୟକ ଯୋଗଦାନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Motilal Banchhor

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...