ଗୌଡଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ...

ଗୌଡଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ...


ଭଟଲି,୨୮/୧୨ : ଭଟଲି ବ୍ଲକ ହାଲୁପାଲ ପଞ୍ଚାୟତ ଗୌଡ଼ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଗୌଡଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର  ଖେଳ ପଡିଆ ରେ  ଉଦଘାଟିତ ହୋଇଯାଇଛି । 

            Ad..


ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି ବ୍ଲକ ର ଏବିଇଓ ଜାରା ବାରିକ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରିତୋଷ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

Ad..


ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ଉଭୟ ସିନିୟର ଓ ଜୁନିୟର ବର୍ଗରେ ଦୌଡକୁଦ, ସଟଫୁଟ,ଡିସକସ୍‌ ଥ୍ରୋ, ମ୍ଯୁଜିକ୍‌ ଚେୟାର,ସାଇକେଲ ରେସ ଆଦି ଖେଳ ହୋଇଥିଲା। ଏହି ବାର୍ଷିକ କ୍ରୀଡାଉତ୍ସବକୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ଖେଳ ଶିକ୍ଷକ  ସୁଦୀପ କୁମାର ବାଗ। ଶିକ୍ଷକ ମନୋଜ କୁମାର ନାୟକ, ତେଜରୁ ବାରିକ, ଆଦିତ୍ୟ ସା, ଶିକ୍ଷୟିତ୍ରୀ ମାଧବୀ ସାହୁ,ଚନ୍ଦ୍ରକାନ୍ତି ଭୋଇ,ଦୁଲ୍ଲଭୀ ସିଦାର,ରାଜେନ୍ଦ୍ର ସାହୁ ଓ ଲୋଚନ ମହାନନ୍ଦଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1




Report : Motilal Banchhor

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...