ଜିଲ୍ଲାପାଳଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ...
ଜିଲ୍ଲାପାଳଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ...
ବରଗଡ଼,୨୭/୧୦ : ଆଜି ଜିଲ୍ଲାପାଳ ମୋନିଷl ବାନାର୍ଜୀଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁରେଶ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ତ୍ରୁଟି ଶୂନ୍ୟ ଭାବରେ ଯେପରି ଚାଷୀ ମାନଙ୍କର ଧାନ କ୍ରୟ ବିକ୍ରୟ ହୋଇ ପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
Ad..
ପ୍ରାରମ୍ଭ ରେ ଅତାବିରା ଅଂଚଳ ର କିଛି ଚାଷୀ ମାନଙ୍କ ର ବିଗତ ବର୍ଷ ରେ ବିକ୍ରୟ ହୋଇ ଥିବା ଧାନ ର ପ୍ରାପ୍ୟ ଅଦ୍ୟାବଧି ପାଇ ପାରିନାହାନ୍ତି ସେଥିପାଇଁ ଉଚିତ ପଦକ୍ଷେପ ନେବା ନିମିତ୍ତ ଚାଷୀ ମାନଙ୍କ ତରଫରୁ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଥିଲା।
Ad..
ଜିଲ୍ଲାପାଳ ଟୋକନ ଓ ପଞ୍ଜିକରଣ ଦାୟିତ୍ୱ ରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ପରେ ଏ ସମ୍ପର୍କ ରେ ବିହିତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ତାପରେ ମଣ୍ଡି ଖୋଲାଯିବା ନେଇ ବିଶଦ ଆଲୋଚନା ପରେ ବିଭିନ୍ନ ଅଂଚଳ ର ଚାଷୀ ମାନଙ୍କ ଭିତରେ ମତ ପାର୍ଥକ୍ୟ ରହିବାରୁ ପରେ ତାରିଖ ଧାର୍ଯ୍ୟ କରାଯିବା ନେଇ ନିଷ୍ପତି କରାଯାଇଥିଲା।
Ad..
ଚଳିତ ବର୍ଷ ମଧ୍ୟ ପ୍ରାଥମିକ ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ କରାଯିବ।ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ବରଗଡ, ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment