କଣ୍ଟାବାଞ୍ଜିରେ ମାଁ ଦୁର୍ଗାଙ୍କ ଭସାଣି ଯାତ୍ରା : ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପିଲା ସହର ...

କଣ୍ଟାବାଞ୍ଜିରେ ମାଁ ଦୁର୍ଗାଙ୍କ ଭସାଣି ଯାତ୍ରା : ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପିଲା ସହର ...


କଣ୍ଟାବାଞ୍ଜି,୨୫/୧୦ : ମାଁ ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଣ୍ଟାବାଞ୍ଜି ରେ ଧୁମଧାମରେ ସମାପନ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମାଁ ଦୁର୍ଗା,କଣ୍ଟାବାଞ୍ଜି ସହର  ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁ ଥିଲା। 

         Ad..


କଣ୍ଟାବାଞ୍ଜି ପୁରୁଣା ବସ୍ତି ସାର୍ବଜନୀନ ଦୁର୍ଗା ପୂଜା ଓ ଇନ୍ଦ୍ରା ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ଗତ କାଲି ସନ୍ଧ୍ୟା ରେ ବିସର୍ଜନ ଶୋଭାଯାତ୍ରା ସହରର ପ୍ରମୁଖ ମାର୍ଗ ଦେଇ ସହର ପରିକ୍ରମା କରିଥିବା ବେଳେ ଶୋଭାଯାତ୍ରା ରେ କୀର୍ତ୍ତନ ମଣ୍ଡଳୀ , ଆଦିବାସୀ ନୃତ୍ୟ , ଢୋଲ ବାଜା ରେ ଭକ୍ତିମୟ ହୋଇ ପଡ଼ି ଥିଲେ ଶତାଧିକ ଭକ୍ତ । 

Ad..



ତେବେ ଆଜି ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା ଓ ବିଦ୍ୟୁତ୍ ବିଭାଗ ଦ୍ଵାରା ମାଁ ଙ୍କ ଭସାଣୀ ଉତ୍ସବ ପାଳନ କରାଯାଇଛି। ଶୋଭାଯାତ୍ରାକୁ ଦେଖିବା ପାଇଁ ସହର ଓ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ରାସ୍ତା ଦୁଇ ପାର୍ଶ୍ଵ ରେ ଛିଡା ହୋଇଥିଲେ । 

Ad..



ଏହି ଭଳି ଆଜି ମଧ୍ୟ ସାପ୍ତାହିକ ବଜ଼ର ସ୍ଥିତ ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଦିନ ସମୟରେ ଧୁମଧାମରେ ମା ଦୁର୍ଗାଙ୍କ ଭସାଣି ୟାତ୍ରା ଆରମ୍ଭ ହୋଇ ସହର ମୁଖ୍ୟ ମାର୍ଗ ଦେଇ ଥିବା ବେଲେ ଶତାଧିକ ଭକ୍ତ ମାଁ ଙ୍କ ଦର୍ଶନ ଓ ଆଶିର୍ବାଦ ପାଇଁ ଥିଲେ। ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ପୋଲିସ ପକ୍ଷରୁ କରାଯାଇଥିଲା।






Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...